ବଜାରରେ ହିରୋର ୩ ନୂଆ ମଡେଲ

ଭୁବନେଶ୍ୱର,୧୮-୬: ହିରୋମୋଟୋକର୍ପ ପକ୍ଷରୁ ଓଡ଼ିଶା ବଜାରରେ ସୋମବାର ୩ ନୂଆ ମଡେଲର ବଜାର ପ୍ରବେଶ ହୋଇଛି। ଏହି ମଡେଲଗୁଡିକ ମଧ୍ୟରେ ହିରୋ ମାଏଷ୍ଟ୍ରୋ ଏଜ୍‌ ୧୨୫, ଏକ୍ସପଲ୍‌ସ ୨୦୦ଟି ଏବଂ ଏକ୍ସଟ୍ରିମ ୨୦୦ ଏସ୍‌ ରହିଛି। ନୂଆ ମଡେଲଗୁଡିକୁ କଟକର ଜେଏମ୍‌ଜି ଅଟୋମୋବାଇଲ୍ସ, ସନି ମୋଟର୍ସ, ଏସେନ ଅଟୋମୋବାଇଲ ଶୋ’ରୁମଠାରେ ଉନ୍ମୋଚନ କରାଯାଇଥିଲା। ହିରୋ ମାଏଷ୍ଟ୍ରୋ ଏଜ୍‌ରେ ଗ୍ରାହକମାନେ ଦେଶର ପ୍ରଥମ ସ୍କୁଟର ଭାବେ ଫୁଏଲ ଇଞ୍ଜେକସନ(ଏଫ୍‌ଆଇ) ଟେକ୍ନୋଲୋଜି ପାଇ ପାରିବେ। ଏହାର ଆଇ୩ଏସ୍‌ କାର୍ବ ଭାରିଆଣ୍ଟର ବଜାର ଦର ୬୧,୧୦୦ଟଙ୍କା ଏବଂ ଡିସ୍କ ଭାରିଆଣ୍ଟର ବଜାର ଦର ୬୩,୧୦୦ ଟଙ୍କା ରହିଛି। ସେହିଭଳି ଏକ୍ସପଲ୍‌ସ ୨୦୦ଟି ମଡେଲର ବଜାର ଦର ୯୮,୦୦୦ ଟଙ୍କା ରହିଛି। ଏକ୍ସଟ୍ରିମ ୨୦୦ଏସ୍‌ ସିଟି ପରଫରମାନ୍ସକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଥିବା ବେଳେ ଏହାର ବଜାର ଦର ୯୫,୫୦୦ ଟଙ୍କା ରହିଛି। ଜେଏମ୍‌ଜି ଅଟୋମୋବାଇଲରେ ମଡେଲଗୁଡିକୁ ଶୋ’ରୁମର ମ୍ୟାନେଜିଂ ପାର୍ଟନର ପ୍ରଦୀପ ଅଗ୍ରଓ୍ବାଲ, ହିରୋ ମୋଟୋକର୍ପର ସେଲ୍‌ସ ମ୍ୟାନେଜର ଅଭିନବ କୁମାର ବଜାର ପ୍ରବେଶ କରାଇଥିଲେ। ସେହିଭଳି ସନ୍ନି ମୋଟର୍ସଠାରେ ମ୍ୟାନେଜିଂ ପାର୍ଟନର ଅର୍ଶଦୀପ ସିଂ, ସିନେ ଅଭିନେତା ଅଂଶୁମାନ ମଡେଲର ଶୁଭାରମ୍ଭ କରିଥିଲେ। ଏସେନ ଅଟୋମୋବାଇଲଠାରେ ମ୍ୟାନେଜିଂ ପାର୍ଟନର ସୌରଭ ଥାକର ଯାନଗୁଡିକୁ ଉନ୍ମୋଚନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

୪ଟଙ୍କା କମିଲା ପେଟ୍ରୋଲ ଦର, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ,୧୩।୬: ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ପଞ୍ଚମ ଥର ପାଇଁ ହ୍ରାସ କରିଛନ୍ତି। ଇନ୍ଧନ ମୂଲ୍ୟ କମିବା ଦ୍ୱାରା ସାଧାରଣ ଜନତା ଉପକୃତ…

Term Insurance ପାଇଁ ୫୫ ନା ୮୦ ବର୍ଷର କଭର୍‌ ଶ୍ରେଷ୍ଠ? ଜାଣନ୍ତୁ କେଉଁଥିରେ ଅଛି ଆପଣଙ୍କ ଫାଇଦା

ନୂଆଦିଲ୍ଲୀ,୧୧।୬: ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଟର୍ମ ଇନସ୍ୟୁରାନ୍ସ ବା ଟର୍ମ ପ୍ଲାନ ନେବା ହେଉଛି ସବୁଠାରୁ ପ୍ରଥମ ଏବଂ ବୁଦ୍ଧିମାନ ପଦକ୍ଷେପ। କିନ୍ତୁ…

୩୦ ଜୁନ୍ ସୁଦ୍ଧା କରିନିଅନ୍ତୁ ଇ-କେୱାଇସି, ନଚେତ୍ ବନ୍ଦ ହୋଇଯିବ ଗ୍ୟାସ୍ ସବ୍‌ସିଡି-ସିଲିଣ୍ଡର ଡେଲିଭରି!

ନୂଆଦିଲ୍ଲୀ,୧୧ା୬: ଯଦି ଆପଣ ସମୟ ଅନୁସାରେ ଘରକୁ ଗ୍ୟାସ୍ ସିଲିଣ୍ଡରର ଡେଲିଭରି ଚାହୁଁଛନ୍ତି ଏବଂ ଏହା ଉପରେ ମିଳୁଥିବା ସବ୍‌ସିଡିର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଏହି…

ଫ୍ରିଜ୍ କିଣିବାକୁ ଯାଉଛନ୍ତି କି? ଜାଣନ୍ତୁ ଷ୍ଟାବିଲାଇଜର୍ ଲଗାଇବା ଜରୁରୀ କି ନୁହେଁ…

ନୂଆଦିଲ୍ଲୀ,୧୧ା୬: ଆଜିକାଲି ପ୍ରତ୍ୟେକ ଘର ପାଇଁ ରେଫ୍ରିଜରେଟର ବା ଫ୍ରିଜ୍ ଏକ ଅତ୍ୟାବଶ୍ୟକ ସାମଗ୍ରୀ ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ପାଣି ଥଣ୍ଡା କରିବା ଠାରୁ…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

ଶସ୍ତା ହେଲା ସୁନା; ୪ହଜାରରୁ ଅଧିକ ହ୍ରାସ, ଜାଣନ୍ତୁ କେତେ ରହିଛି ୨୨-୨୪ କ୍ୟାରେଟର ଦାମ୍

ନୂଆଦିଲ୍ଲୀ,୧୦।୬: ଆଜି ଅନ୍ତର୍ଜାତୀୟ ଏବଂ ଘରୋଇ ସୁନା ବଜାରରେ ସୁନା ଏବଂ ରୂପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି । ପଶ୍ଚିମ ଏସିଆରେ ଇରାନ…

ପେଟ୍ରୋଲ-ସିଲିଣ୍ଡର ପରେ ଏବେ ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ,୧୦।୬: ସରକାରଙ୍କ ନୂତନ ମୂଲ୍ୟ ସ୍ଥିରୀକରଣ ଯୋଜନା ଅନୁଯାୟୀ, ଘରୋଇ ବିମାନ କମ୍ପାନୀଗୁଡ଼ିକ ଏବେ ତିନି ବର୍ଷ ପର୍ଯ୍ୟନ୍ତ ବିମାନ ଟର୍ବାଇନ ଇନ୍ଧନ (ATF) ମୂଲ୍ୟ ସ୍ଥିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri