ବଅଁରପାଳ: ଦର ଆକାଶଛୁଅଁ।

ବଅଁରପାଳ, ୨ା୬(ଡି.ଏନ.ଏ.) ସୋମବାର ସାବିତ୍ରୀ ବ୍ରତ। ଏଥିପାଇଁ ଅନୁଗୋଳ ଜିଲାର ବିଭିନ୍ନ ମନ୍ଦିର, ଦୈବୀ ପୀଠରେ ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତି ଚାଲିଛି। ବିଭିନ୍ନ ପୂଜା କମିଟି ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନର ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଏହି କ୍ରମରେ ବଅଁରପାଳସ୍ଥିତ ନାଲ୍‌କୋ ଜଗନ୍ନାଥ ମନ୍ଦିର, ଶିବ, ସାଇ ମନ୍ଦିର ସମେତ ଅନ୍ୟ ମନ୍ଦିରଗୁଡିକରେ ମହିଳାମାନେ ଓଷା ପାଳିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜନ କରାଯାଇଛି। ଅନ୍ୟପକ୍ଷରେ ସାବିତ୍ରୀ ଓଷା ପାଳନ ଉପଲକ୍ଷେ ଫଳ ବଜାରରେ ଲୋକଙ୍କ ଭିଡ଼ ଜମିଛି। ଚାହିଦାକୁ ଦେଖି ବଜାରରେ ଫଳ ଦର ମଧ୍ୟ ଆକାଶଛୁଆଁ ହୋଇଛି। ଏଥିଯୋଗୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢିଛି। ବେପାରୀମାନେ ମନଇଚ୍ଛା ଦର ବଢାଉଥିବା ଅଭିଯୋଗ ହୋଇଛି। ବିଶେଷ କରି ସେଓ, ଡାଳିମ୍ବ, ଅଙ୍ଗୁର, ଆମ୍ବ, ଲିଚୁ, ପଣସ, ଜାମୁ, ତରଭୁଜ, କେନ୍ଦୁ ଆଦି ଫଳର ଚାହିଦା ଯୋଗୁ ଦର ଆକାଶଛୁଆଁ ହୋଇଛି। ନାଲ୍‌କୋ ସେଣ୍ଟ୍ରାଲ ମାର୍କେଟ, ଟାଉନଶିପ୍‌, ଗିରାଙ୍ଗ ଛକ, ସିପିପି ଛକ, ବଅଁରପାଳ ଛକ, କନ୍ୟାବେଡ଼ା ଛକ ଆଦି ବଜାରରେ ଚଢ଼ା ଦରରେ ଫଳମୂଳ ବିକ୍ରି ହେଉଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ରବିବାର ଏହି ଦର ଆହୁରି ଅଧିକ ହେବ ବୋଲି ଗ୍ରାହକ ଆଶଙ୍କା କରୁଛନ୍ତି। ଫଳ କିଣିବାକୁ ଆସିଥିବା ଗ୍ରାହକ ନିର୍ମଳ ସାମଲ, ଡମ୍ବରୁଧର ସିଂ, ସ୍ବର୍ଣ୍ଣ ରାଉତ, ମନୋରଞ୍ଜନ ସାହୁ କହିଛନ୍ତି, ସାବିତ୍ରୀ ଯୋଗୁ ବଜାରରେ ଫଳ ଦର ହଠାତ୍‌ ବୃଦ୍ଧି ପାଇଛି। ବ୍ୟବସାୟୀମାନେ ମନଇଚ୍ଛା ଟଙ୍କା କହୁଛନ୍ତି। ଫଳରେ ପୂର୍ବଭଳି ଅଳ୍ପ ଟଙ୍କାରେ କିଣିହେଉ ନ ଥିବାରୁ କାଟଛାଣ୍ଟ କରି ଫଳ କିଣିବାକୁ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

ବିବାହ ଭୋଜି ଖାଇ ଫେରିବାବେଳେ ଟ୍ରକ୍‌ ପଛରେ ପିଟିହେଲା କାର୍‌, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ସହ…

ଅନୁଗୋଳ,୨୧ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

୧୨ ଘଣ୍ଟିଆ ଧର୍ମଘଟ: ସ୍କୁଲ, କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ , ପରିବହନ ସେବା ବାଧାପ୍ରାପ୍ତ

ଅନୁଗୋଳ, ୧୨।୨ (ମାନସ ବିଶ୍ୱାଳ): ଅନୁଗୋଳ ସହର ତଥା ଉପକଣ୍ଠ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ ସହ ଡେଲି ମାର୍କେଟ, ଦୋକାନ…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri