ଫୋର୍ବସ ପ୍ରଭାବଶାଳୀ ମହିଳା ତାଲିକାରେ ସୀତାରାମନ

ନୂଆଦିଲ୍ଲୀ,୧୪-୧୨: ଫୋର୍ବସ ପକ୍ଷରୁ ପ୍ରକାଶିତ ବିଶ୍ୱର ୧୦୦ ସବୁଠାରୁ ପ୍ରଭାବଶାଳୀ ମହିଳା ତାଲିକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୩୪ତମ ସ୍ଥାନରେ ରହିଛନ୍ତି। ସେହିଭଳି ଅନ୍ୟ ଭାରତୀୟ ମହିଳାଙ୍କ ମଧ୍ୟରେ ଏଚ୍‌ସିଏଲ୍‌ କର୍ପୋରେଶନର ସିଇଓ ତଥା କାର୍ଯ୍ୟନିର୍ବାହି ନିର୍ଦ୍ଦେଶକ ରୋଶନୀ ନାଦାର ମାଲହୋତ୍ରା, ବାୟୋକନ ପ୍ରତିଷ୍ଠାତା କିରନ ମଜୁମଦାର ଶ ଏହି ତାଲିକାରେ ଯଥାକ୍ରମେ ୫୪ ଏବଂ ୬୫ତମ ସ୍ଥାନରେ ରହିଛନ୍ତି। ତାଲିକାର ପ୍ରଥମ ସ୍ଥାନରେ ଜର୍ମାନୀର ଚାନସେଲର ଆଞ୍ଜେଲା ମାର୍କେଲ ଏବଂ ଦ୍ୱିତୀୟରେ ୟୁରୋପିୟାନ ସେଣ୍ଟ୍ରାଲ ବ୍ୟାଙ୍କର ସଭାପତି ଥିବା କ୍ରିଷ୍ଟନ ଲାଗାର୍ଡେ ରହିଛନ୍ତି। ତୃତୀୟରେ ଆମେରିକା ହାଉସ ଅଫ୍‌ ରିପ୍ରେସେଣ୍ଟେଟିଭର ବାଚସ୍ପତି ନାନସି ପେଲୋସି ଅଛନ୍ତି। ୨୯ତମ ସ୍ଥାନରେ ବାଂଲାଦେଶ ରାଷ୍ଟ୍ରପତି ସେଖ ହାସିନା ସ୍ଥାନୀତ ହୋଇଛନ୍ତି। ତାଲିକାରେ ପ୍ରଥମଥର ଲାଗି ସ୍ଥାନ ପାଇଥିବା ନିର୍ମଳା ଏବେ ଭାରତର ଅର୍ଥମନ୍ତ୍ରୀ ଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ କାର୍ଯ୍ୟଭାର ସମ୍ଭାଳିଛନ୍ତି। ତାଲିକାର ୬ଷ୍ଠ ସ୍ଥାନରେ ବିଲ ଆଣ୍ଡ ମିଲିଣ୍ଡା ଗେଟ୍‌ସ ଫାଉଣ୍ଡେଶନ କୋ ଚେୟାର ମିଲିଣ୍ଡା ଗେଟ୍‌ସ, ୯ମରେ ଆଇବିଏମ୍‌ ସିଇଓ ଗିନି ରୋମେତି, ୧୮ତମରେ ଫେସବୁକ ସିଓଓ ସେର୍ଲି ସ୍ୟାଣ୍ଡବର୍ଗ, ୩୮ତମ ସ୍ଥାନରେ ନ୍ୟୁଜଲାଣ୍ଡ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଡେନ, ୪୨ତମ ସ୍ଥାନରେ ଇଭାଙ୍କା ଟ୍ରମ୍ପ, ୬୧ତମରେ ଗାୟିକା ରିହାନା, ୬୬ତମ ସ୍ଥାନରେ ବେୟୋନ୍ସ, ୭୧ତମରେ ଟେଲର ସ୍ବିଫ୍ଟ, ୮୧ ତମରେ ଟେନିସ ଷ୍ଟାର ସେରେନା ଓ୍ବିଲିୟମ୍ସ ଏବଂ ୧୦ତମ ସ୍ଥାନରେ ପରିବେଶ କର୍ମୀ ଗ୍ରେଟା ଥନବର୍ଗ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣ କେନ୍ଦ୍ର କର୍ମଚାରୀଙ୍କୁ କରୋନା ସମୟରେ ଅଟକିଥିବା ୧୮ ମାସର DA ଏରିୟର ମିଳିବ? ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୩।୭: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ (8ମ ବେତନ କମିଶନ) ଏବେ ପୂରା ଆକ୍ସନ ମୋଡ଼ରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri