ଫେନ୍‌ଘାଏ ବଁଦୀ ଜୀବନ୍‌ ବିତଉଛନ୍‌ ଲିଲିମା

ଜାମଟିକ୍ରା, ୧୯।୭ (ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ଟାଙ୍ଗରପାଲି ପଁଚେତ ରେଙ୍ଗାଲିପାଲି ଗଁାର ମାନସିକ୍‌ ରୁଗୀ ଲିଲିମା ଭୋରାସାଗର(୨୪)। ଲିଲିମା ଉପରେ ଗଲା ୨୦୧୮ ଅକ୍ଟୋବର ୮ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଶିଁକ୍‌ଲା ବଁଧା ଜୀବନ୍‌ ବିତଉଛନ୍‌ ଲିଲିମା’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ସମ୍ବଲପୁରର ଗୁଟେ ସ୍ବେଚ୍ଛାସେବୀ ସଂଗଠନର ଉଦିଅମରେ ଲିଲିମାକେ ଗଲା ଅକ୍ଟେବର ୧୭ରେ ବୁର୍ଲା ଭୀମସାରର ମାନସିକ ରୋଗ ବିଭାଗରେ ଚିକିସତ୍ା ଲାଗି ଭରତି କରାଯାଇଥିଲା। ସେଠାନେ ଲିଲିମାକେ ଗୁଟେ ହପ୍‌ତା ଚିକିସତ୍ା କଲା ଉତାରୁ ସେ ଟିକେ ଭଲ ହେଇଥିଲେ। ସେ ହିସାବେ ଅକ୍ଟୋବର ୨୬ରେ ତାହାକୁ ଡାକ୍‌ତରଖାନାରୁ ଡିସଚାର୍ଜ କରାଯାଇଥିଲା। ଘରେ ଦିନାକେତେ ଠିକ୍‌ଠାକ୍‌ ରହେଲେ। ହେଲେ ଅଭାବ ଅନାଟନ ଲାଗି ପରିବାର ଲୋକ ଫିଦିନ ଲିଲିମାକେ ଉଷୋକଷା ନାଇଁ ଦେଇପାରଲେ। ଯେନ୍‌ଥିରଲାଗି ଲିଲିମା ଏହେଦେ ଫେନ୍‌ ତାକର ପୂରବର ଅବସ୍‌ତାକେ ଫିରିଛନ୍‌। ଏନ୍‌ତାଥି ଘରର ଲୋକ୍‌ ଉପେ ଶୂଇନ୍‌ ହେଇ ଫେନ୍‌ ତାକର ହାତ୍‌ଗୋଡ଼ ଲୁହା ଶିଁକ୍‌ଲା ଆର ଦଉରାଥି ବଁାଧିକରି ରଖିଛନ୍‌।
ପୂରବର ସୂଚନା ହିସାବେ ରେଙ୍ଗାଲିପାଲି ଝୁମ୍ପୁଡ଼ିପଡ଼ାର ଅର୍ଜୁନ ବାଗ(୬୫)। ସେ ନିହାତି ଗରିବ୍‌ ହେଇଥିଲାବେଲେ କୁଲି ମଜୁରିକରି କୁଟୁମ ପୁଷୁଥିଲେ। ଅର୍ଜୁନ ତାକର ଗୁଟେବଲି ଝି’ ଚନ୍ଦ୍ରକାନ୍ତି(୪୨)କେ ବରଗଡ଼ ଜିଲା ଭଟଲି ବ୍ଲକ କରଲାଜୁରୀ ଗଁାର ବିକ୍ରମ ଭୋରାସାଗରକୁଁ ବିହା କରେଇଥିଲେ। ତାକର ଦୁଇଟା ଝି’ ହେଲା ଉତାରୁ ବିକ୍ରମ ମାନସିକ୍‌ ରୋଗ୍‌ରେ ପୀଡ଼ିତ ହେଇ ଆରପାରକେ ଚାଲିଗଲେ। ଏନ୍‌ତାଥି ଚନ୍ଦ୍ରକାନ୍ତି ଦୁଇ ଝି’କୁ ଧରି ବାପ୍‌ ଘରକେ ପଲେଇ ଆଏଲେ। ହେଲେ ଆଏଜ୍‌କେ ୧୪ ବଛର ହେଲା ଚନ୍ଦ୍ରକାନ୍ତିକଁର ଝି’ ଲିଲିମା ମାନସିକ୍‌ ରୋଗ୍‌ରେ ପୀଡ଼ିତ ଅଛନ୍‌। ହେଲେ ପରିବାରଟା ଅଭାବ ଅନାଟନ ଲାଗି ଲିଲିମାର ଚିକିସତ୍ା କରେଇ ନାଇପାରବାର। ଶେଷେ ତାକର ବେଭାର ଆଚାରରେ ପରିବରତନ୍‌ ହେଲାରୁ ଘରର ଲୋକ୍‌ ଗୋଡ଼ହାତ୍‌ ଶିଁକ୍‌ଲାଥି ବଁାଧି ରଖିଥିଲେ। ଇ ପରିବାର ଉପରେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଟିକିନିଖିନୁ ଖବର ବାହାରଲାରୁ ଲିଲିମା ଚିକିସତ୍ା ସାହାଯ୍‌ ସଂଗେ ଭିନ୍ନକ୍ଷମ ଭତା ପାଇଥିଲେ। ସେନ୍‌ତା ତାକର ମା’ ଚନ୍ଦ୍ରକାନ୍ତି ବି ବିଧବା ଭତା ପାଏବାର ସଂଗେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଖଁଡ଼େ ପାଇଛନ୍‌। ଯେନ୍‌ଥିରଲାଗି ସେ ଧରିତ୍ରୀକେ ଧଏନ୍‌ବାଦ ଜନେଇଛନ୍‌। ସେ ଫେନ୍‌ଘାଏ ଗଣମାଧ୍ୟମ ଜରିଆରେ ଝି’ର ଚିକିସତ୍ା ଲାଗି ଥାନୀୟ ପରଶାସନକେ ଗୁହାରି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ସମ୍ବଲପୁରରେ ଭାରତ ବନ୍ଦ ସଫଳ: ଜାତୀୟ ରାଜପଥରେ ଗାଡ଼ି ଜାମ୍‌

ସମ୍ବଲପୁର,୧୨।୨(ପ୍ରମୋଦ ବହିଦାର): ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ଶ୍ରମ…

ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ: ମାଡ଼ିବସିଲା ପୋଲିସ

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍‌ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ନିଲମ୍ବିତ ହେଲେ ସହକାରୀ ପ୍ରଫେସର

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ବିଏ ବିଭାଗର ଗବେଷଣାରତ ଜଣେ ପିଏଚ୍‌ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟର…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri