ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। କିଛିବର୍ଷ ପୂର୍ବରୁ ଯୁଯୁମୁରା ବ୍ଲକର ସନାତନପାଲିରେ ଫୁଲଚାଷ କରି ଚାଷୀମାନେ ବେଶ ଦୁଇପଇସା ରୋଜଗାର କରୁଥିବା ଘଟଣା ସାମ୍‌ନାକୁ ଆସିଥିଲା। ଏହାକୁ ଦେଖି ଆଖପାଖ ଅଞ୍ଚଳର ଚାଷୀମାନେ ଫୁଲଚାଷ ପ୍ରତି ଆଗ୍ରହ ଦେଖାଇଥିଲେ। ସନାତନପାଲି ସମେତ ଠାକୁରମାଲ, ବାହାମ, କବରାପାଲି, ପାଇକମାଲ, ଘେନୁପାଲି, ଜୟନ୍ତପୁର ଆଦି ଅଞ୍ଚଳରେ ଚଳିତବର୍ଷ ଅନେକ ଚାଷୀ ଫୁଲଚାଷ କରିଛନ୍ତି। ବିଶେଷକରି ଗେଣ୍ଡୁଫୁଲ ଚାଷ ବିଗତ ବର୍ଷଗୁଡିକ ଅପେକ୍ଷା ଦ୍ୱିଗୁଣିତ ହୋଇପାରିଛି। ହେଲେ ବିକ୍ରି ବ୍ୟବସ୍ଥାକୁ ନେଇ ଚାଷୀମାନେ ଚିନ୍ତା ପ୍ରକଟ କରିଛନ୍ତି।
ସନାତନପାଲିରେ ଫୁଲଚାଷ ଆରମ୍ଭ କରିଥିବା ନିରାକାର ପ୍ରଧାନ କୁହନ୍ତି, ଚଳିତବର୍ଷ ଗାଁରେ ପ୍ରାୟ ୧୦ ଏକର ଜମିରେ ଗେଣ୍ଡୁଫୁଲ ଚାଷ ହୋଇଛି। ଗତବର୍ଷ ମାନଙ୍କରେ ଏହି ସମୟରେ ବଜାରରେ କେଜିପ୍ରତି ୫୦ ଟଙ୍କାରେ ଗେଣ୍ଡୁଫୁଲ ବିକ୍ରି ହେଉଥିଲା। ହେଲେ ଚଳିତବର୍ଷ ଅଧିକ ଉତ୍ପାଦନ ହୋଇଥିବାରୁ ଦୋକାନୀମାନେ କେଜିପ୍ରତି ୩୦ ଟଙ୍କା ଦେଉଛନ୍ତି। ପଣି ଟଙ୍କା ଦେବା ସମୟରେ ଅନେକ ହଇରାଣ ହେବାକୁ ପଡୁଥିବା ସେ କ୍ଷୋଭର ସହ କହିଛନ୍ତି। ଅନ୍ୟ ଗାଁର ଫୁଲଚାଷୀମାନେ ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ଫୁଲ ବିକ୍ରି ପାଇଁ ସମ୍ବଲପୁର ବଜାର ଏକମାତ୍ର ବିକଳ୍ପ ଥିବାବେଳେ ଅଧିକ ଫୁଲ ଚାଷ ହେବା ଯୋଗୁ ଦୋକାନୀମାନେ ଚାଷୀଙ୍କୁ ଶୋଷଣ କରି କମ ଦରରେ କିଣୁଛନ୍ତି। ତେବେ ସରକାର ନୀଲଡୁଙ୍ଗୁରୀଠାରେ ଅତ୍ୟାଧୁନିକ ମାର୍କେଟ ଟର୍ମିନାଲ କରିବାକୁ ଘୋଷଣା କରିଥିବା ବେଳେ ଦଶବର୍ଷ ପରେ ବି ଏହି ପ୍ରକଳ୍ପ ଆଗକୁ ବଢିପାରି ନାହିଁ ା ଯଦି ଉନ୍ନତ ମଣ୍ଡି ନିର୍ମାଣ ହୋଇଥାନ୍ତା ତେବେ ଚାଷୀ ମଣ୍ଡିରେ ଫୁଲ ପହଞ୍ଚାଇବା ପରେ ଗ୍ରାହାକ ତା ପାଖରୁ କିଣି ନିଅନ୍ତା। ଏହାସହ ଅନ୍ୟ ରାଜ୍ୟ ଓ ବିଦେଶକୁ ମଧ୍ୟ ଫୁଲ ରପ୍ତାନୀର ବାଟ ଫିଟିପାରନ୍ତା ବୋଲି ସ୍ଥାନୀୟ ଫୁଲ ଚାଷୀମାନେ କହିଛନ୍ତି। ଅନ୍ୟପକ୍ଷରେ ସନାତନପାଲିରେ ହଜାରରୁ ଅଧିକ ଚାଷୀଙ୍କୁ ନେଇ ଗଠିତ ହୋଇଥିବା ସବୁଜ ସନାତନପାଲି ଉତ୍ପାଦକ କମ୍ପାନୀର ନିର୍ଦ୍ଦେଶକ ମନବୋଧ ବାରିକ କହିଛନ୍ତି, ସନାତନପାଲିରେ ଏକ ଆଦର୍ଶ ମଣ୍ଡି ନିର୍ମାଣ ପାଇଁ ଜିଲା ପ୍ରଶାସନକୁ ପରାମର୍ଶ ଦିଆଯାଇଥିଲା। ହେଲେ ତାହା ଆଜିପର୍ଯ୍ୟନ୍ତ ହୋଇପାରିନାହିଁ। ସେଥିପାଇଁ ଫୁଲଚାଷୀମାନେ ସୁଦୂର ସମ୍ବଲପୁରକୁ ଫୁଲ ବିକ୍ରିପାଇଁ ଯିବାକୁ ବାଧ୍ୟ ହେଉଛନ୍ତି। ଏହାଦ୍ୱାରା ସେମାନେ ହଇରାଣ ହେବା ସହ ଅଭାବି ବିକ୍ରିର ଶିକାର ହେଉଛନ୍ତି। ଆମେ କୃଷକ ଉତ୍ପାଦନ କମ୍ପାନୀ ପକ୍ଷରୁ ଫୁଲ ବିକ୍ରି ପାଇଁ ଚେଷ୍ଟା କରୁଛୁ। ଅଞ୍ଚଳରେ ପ୍ରାୟ ୭୦ ଜଣ ଫୁଲଚାଷୀ ରହିଥିବା ବେଳେ ଦୈନିକ ହଜାରେରୁ ଅଧିକ କେଜି ଗେଣ୍ଡୁଫୁଲ ଉତ୍ପାଦନ ହେଉଛି। ତେବେ ଗୋଟିଏ ଗାଡିରେ ବାହାରକୁ ପଠାଇବା ପାଇଁ ଏହା ଯଥେଷ୍ଟ ନୁହେଁ। ଆହୁରି ଅଧିକ ଫୁଲ ଉତ୍ପାଦନ ହେଲେ ଅନ୍ୟ ରାଜ୍ୟ ଓ ବଡବଡ ସହରକୁ ପଠାଇବା ବ୍ୟବସ୍ଥା କରାଯାଇ ପାରନ୍ତା। ସେଥିପାଇଁ ଏକ ଆଦର୍ଶ ମଣ୍ଡିର ନିହାତି ଆବଶ୍ୟକତା ରହିଛି। ଏ ନେଇ ଉଦ୍ୟାନ କୃଷି ବିଭାଗ ଅଧିକାରୀ ସୁଶ୍ରୀ ମୌସୁମୀ କହିଛନ୍ତି ଯେ, ଜିଲାରେ ଲଙ୍କା ଉତ୍ପାଦନ ବଢିବା ପରେ ଓର୍‌ମାସ ସହାୟତାରେ କିଛିବର୍ଷ ହେବ ତାହାର ବିକ୍ରୟ ବ୍ୟବସ୍ଥା କରାଯାଉଛି। ଜିଲାରେ ଗେଣ୍ଡୁଫୁଲ ଉତ୍ପାଦନ ବଢିଥିବାବେଳେ ଚାଷୀମାନେ ନିଜସ୍ବ ଉଦ୍ୟମରେ ତାକୁ ବିକ୍ରି କରୁଛନ୍ତି। ଫୁଲ ବିକ୍ରୟ ସମସ୍ୟା ନେଇ ଚାଷୀମାନେ ଆମକୁ ଅବଗତ କଲେ ଓର୍‌ମାସ ଓ ଜିଲା ପ୍ରଶାସନ ସହିତ ଆଲୋଚନା କରି ବ୍ୟବସ୍ଥା କରିବାକୁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ଭେଟିଲେ ରାସେଶ୍ୱରୀ, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri