Posted inଖେଳ

ଫୁଟବଲ ଖେଳାଳି ଇଟୋଙ୍କ ଅବସର

ପ୍ୟାରିସ, ୭ା୯ (ଏଏଫ୍‌ପି)-କାମେରୁନ୍‌ର ୪ଥର ଆଫ୍ରିକାନ ପ୍ଲେୟର ଅଫ୍‌ ଦି ଇୟର ସାମୁଏଲ ଇଟୋ ଶନିବାର ଫୁଟ୍‌ବଲରୁ ଅବସର ଘୋଷଣା କରିଛନ୍ତି। ୩୮ବର୍ଷୀୟ ଏହି ଷ୍ଟ୍ରାଇକର ତାଙ୍କ କ୍ୟାରିୟରରେ ବାର୍ସିଲୋନା, ଇଣ୍ଟର ମିଲାନ ଏବଂ ଚେଲ୍‌ସି ଦଳ ତରଫରୁ ପ୍ରତିନିଧିତ୍ୱ କରିଛନ୍ତି। ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ୫ ବର୍ଷ ଧରି ବାର୍ସିଲୋନା ଦଳ ସହିତ ତାଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା। ଇଣ୍ଟର ମିଲାନରେ ଯୋଗ ଦେବା ପୂର୍ବରୁ ଏହି ଦଳ ସହିତ ସେ ଦୁଇଥର ଚାମ୍ପିୟନ୍ସ ଲିଗ୍‌ ଏବଂ ୩ଥର ଲା ଲିଗା ଟାଇଟଲ ଜିତି ସାରିଥିଲେ। ରୁଷିଆର ଆନ୍‌ଝି ମାଖାଚ୍‌କାଲା ଦଳରେ ଯୋଗଦାନ ପୂର୍ବରୁ ସେ ଇଟାଲୀରେ ଜୋସ୍‌ ମାରିନୋ ଟିମ୍‌ ସହିତ ଚାମ୍ପିୟନ୍ସ ଲିଗ୍‌, ସିରି ଏ’ ଏବଂ କୋପା ଇଟାଲିଆ ଟାଇଟଲ ଜିତିଛନ୍ତି। ଗତବର୍ଷ ପ୍ରିମିୟର ଲିଗ୍‌ରେ ସେ କିଛି ସମୟ ଚେଲ୍‌ସି ଓ ଏଭରଟନ ଦଳ ସହିତ ଖେଳିଛନ୍ତି। କେବଳ ସେତିକି ନୁହେଁ ଏହା ପୂର୍ବରୁ ତୁର୍କୀଶ ଦଳ କୋନ୍‌ୟାସ୍‌ପର ଏବଂ ତାଙ୍କ ଅନ୍ତିମ କ୍ଲବ କାତାର ଲିଗ୍‌ ଦଳ କାତାର ସ୍ପୋଟର୍‌ସ କ୍ଲବ ତରଫରୁ ପ୍ରତିନିଧିତ୍ୱ କରିଛନ୍ତି। ଇଟୋ କାମେରୁନ୍‌ ଦଳ ସହିତ ଆଫ୍ରିକା କପ୍‌ ଅପ୍‌ ନେଶନ୍ସ ଜିତିବା ସହ ୨୦୦୦ ଅଲିମ୍ପିକ ସ୍ବର୍ଣ୍ଣ ଜିତିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri