Posted inଖେଳ

ଫୁଟବଲ ଖେଳାଳି ଇଟୋଙ୍କ ଅବସର

ପ୍ୟାରିସ, ୭ା୯ (ଏଏଫ୍‌ପି)-କାମେରୁନ୍‌ର ୪ଥର ଆଫ୍ରିକାନ ପ୍ଲେୟର ଅଫ୍‌ ଦି ଇୟର ସାମୁଏଲ ଇଟୋ ଶନିବାର ଫୁଟ୍‌ବଲରୁ ଅବସର ଘୋଷଣା କରିଛନ୍ତି। ୩୮ବର୍ଷୀୟ ଏହି ଷ୍ଟ୍ରାଇକର ତାଙ୍କ କ୍ୟାରିୟରରେ ବାର୍ସିଲୋନା, ଇଣ୍ଟର ମିଲାନ ଏବଂ ଚେଲ୍‌ସି ଦଳ ତରଫରୁ ପ୍ରତିନିଧିତ୍ୱ କରିଛନ୍ତି। ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ୫ ବର୍ଷ ଧରି ବାର୍ସିଲୋନା ଦଳ ସହିତ ତାଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା। ଇଣ୍ଟର ମିଲାନରେ ଯୋଗ ଦେବା ପୂର୍ବରୁ ଏହି ଦଳ ସହିତ ସେ ଦୁଇଥର ଚାମ୍ପିୟନ୍ସ ଲିଗ୍‌ ଏବଂ ୩ଥର ଲା ଲିଗା ଟାଇଟଲ ଜିତି ସାରିଥିଲେ। ରୁଷିଆର ଆନ୍‌ଝି ମାଖାଚ୍‌କାଲା ଦଳରେ ଯୋଗଦାନ ପୂର୍ବରୁ ସେ ଇଟାଲୀରେ ଜୋସ୍‌ ମାରିନୋ ଟିମ୍‌ ସହିତ ଚାମ୍ପିୟନ୍ସ ଲିଗ୍‌, ସିରି ଏ’ ଏବଂ କୋପା ଇଟାଲିଆ ଟାଇଟଲ ଜିତିଛନ୍ତି। ଗତବର୍ଷ ପ୍ରିମିୟର ଲିଗ୍‌ରେ ସେ କିଛି ସମୟ ଚେଲ୍‌ସି ଓ ଏଭରଟନ ଦଳ ସହିତ ଖେଳିଛନ୍ତି। କେବଳ ସେତିକି ନୁହେଁ ଏହା ପୂର୍ବରୁ ତୁର୍କୀଶ ଦଳ କୋନ୍‌ୟାସ୍‌ପର ଏବଂ ତାଙ୍କ ଅନ୍ତିମ କ୍ଲବ କାତାର ଲିଗ୍‌ ଦଳ କାତାର ସ୍ପୋଟର୍‌ସ କ୍ଲବ ତରଫରୁ ପ୍ରତିନିଧିତ୍ୱ କରିଛନ୍ତି। ଇଟୋ କାମେରୁନ୍‌ ଦଳ ସହିତ ଆଫ୍ରିକା କପ୍‌ ଅପ୍‌ ନେଶନ୍ସ ଜିତିବା ସହ ୨୦୦୦ ଅଲିମ୍ପିକ ସ୍ବର୍ଣ୍ଣ ଜିତିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲିଭ୍‌ ଇନ୍‌ରେ ରହୁଥିବା ପାର୍ଟନରଙ୍କ ଗଳା ଚିପିଦେଲେ ଯୁବତୀ: ୧୮ ଘଣ୍ଟା ପର୍ଯ୍ୟନ୍ତ ଘରେ ରଖିବା ପରେ ଘଟିଲା..

ନାସିକ,୧୮।୮: ନାସିକରେ ଜଣେ ମହିଳା ତାଙ୍କ ଲିଭ-ଇନ ପାର୍ଟନରଙ୍କ ଗଳା କାଟି ହତ୍ୟା କରି କସରା ଘାଟରେ ମୃତଦେହ ପକାଇ ଦେଇଛନ୍ତି। ଏହି ହତ୍ୟାକାଣ୍ଡରେ ପୋଲିସ ମହିଳା…

ଜମିରେ ଚାଷ କରୁଥିବା ବେଳେ କାମୁଡ଼ିଲା ସାପ, ପରେ….

ପାରଳାଖେମୁଣ୍ଡି, ୧୮।୮ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଥାନା ଅଧୀନ ଅଗରଖଣ୍ଡି ପଞ୍ଚାୟତର ଭିନ୍ନଳା ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ…

ଲାଇଭ୍‌ ମ୍ୟାଚ୍‌ରେ ପଡିକ୍କଲଙ୍କୁ କୋଳାଗ୍ରତ କରି ଚୁମ୍ବନ ଦେଲେ ରାହୁଲ: ପଡ଼ିଆରେ ଏମିତି କ’ଣ ଘଟିଲା, ଦେଖନ୍ତୁ VIDEO

ଗାଲେ,୧୮।୮: ଗାଲେରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଚତୁର୍ଥ ଦିନରେ ଦେବଦତ୍ତ ପଡିକ୍କଲ ତାଙ୍କ ସାଥୀ କେଏଲ ରାହୁଲଙ୍କୁ ଆଉଟ ହେବାରୁ ରକ୍ଷା…

ପ୍ରାଇଭେଟ ପାର୍ଟ ବିକ୍ରି କଲେ ମିଳିବ ୧.୨୦ କୋଟି! Reel ଦେଖି ନାବାଳକଙ୍କ ସହ ଭୟଙ୍କର କାଣ୍ଡ, କାଟିଦେଲେ…

ଭୋପାଳ,୧୮।୮: ଭୋପାଳରେ ଛୋଟା ତାଳାବ କୂଳରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହାପରେ ପୋଲିସ ମୃତ ଯୁବକଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା। ଧୋବି…

ବୟଫ୍ରେଣ୍ଡଙ୍କ ସହ ମୋମୋ ଖାଉଥିଲେ ସ୍ତ୍ରୀ, ହଠାତ୍‌ ପହଞ୍ଚିଗଲେ ସ୍ବାମୀ: ଆଉ ତା’ପରେ ଯାହା ଘଟିଲା…

ଭୋପାଳ,୧୮।୮: ମଧ୍ୟପ୍ରଦେଶର ଭୋପାଳରୁ ଏକ ଅଜବ ପାରିବାରିକ ନାଟକ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏଠାରେ ଏକ ଅନୈତିକ ସମ୍ପର୍କର ହାଇଭୋଲଟେଜ ଡ୍ରାମା ରାସ୍ତା…

ପୁଣି ଆସୁଛି ବଡ଼ ଲଘୁଚାପ! ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୪ ଘଣ୍ଟାରେ…

ଭୁବନେଶ୍ୱର , ୧୮।୮: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ…

ବଡ଼ ଘୋଷଣା କଲା ଭାଜପା: ୩ ରାଜ୍ୟ ପାଇଁ…

ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତିନୋଟି ରାଜ୍ୟ ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଉତ୍ତର ପ୍ରଦେଶ, ପଞ୍ଜାବ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri