ଫିଲ୍ମ ପୋଷ୍ଟର ବିବାଦ: ଭାଇରାଲ ଅଡିଓକୁ ନେଇ ଧମକ ଦେଲେ ଦୂତୀ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ଗଣେଶ ପୂଜାରେ ରିଲିଜ ହେବାକୁ ଥିବା ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟରକୁ ନେଇ ବିବାଦ ଥମି ନ ଥିବାବେଳେ ପୁଣି ଆଉ ଏକ ବିବାଦ ଆରମ୍ଭ ହୋଇଛି। ପୋଷ୍ଟରକୁ ବିରୋଧ କରୁଥିବା ଦୌଡରାଣୀ ଦୂତି ଚାନ୍ଦଙ୍କ ବିରୋଧରେ ବିଷୋଦାଗାର କରାଯାଇଥିବା ଏକ ଅଡିଓ ଏବେ ଭାଇରାଲ ହୋଇଛି। ଉକ୍ତ ଅଡିଓରେ କେହିଜଣେ ଦୂତୀ ପ୍ରଥମେ ନିଜ କଥା ସମ୍ଭାଳନ୍ତୁ ବୋଲି ପରାମର୍ଶ ଦେବାସହ ତାଙ୍କ ମା’ ଓ ପରିବାର ସମ୍ପର୍କରେ ମଧ୍ୟ କହୁଥିବା ଶୁଣିବାକୁ ମିଳୁଛି। ତେବେ ଉକ୍ତ ଅଡିଓଟି କାହାର ଓ କିଏ ଏହାକୁ ଭାଇରାଲ କଲେ ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ଏହାକୁ ନେଇ ଦୂତୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଛନ୍ତି। ଉକ୍ତ ଅଡିଓ ମାଧ୍ୟମରେ ପପୁ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା କଥା ସେ ଉଲ୍ଲେଖ କରିଛନ୍ତି। ଏପରିକି ପପୁଙ୍କ ବିରୋଧରେ ସେ କୋର୍ଟକୁ ଯିବେ ବୋଲି ଧମକ ମଧ୍ୟ ଦେଇଛନ୍ତି ଦୂତୀ।
ଦୂତୀ କହିଛନ୍ତି, ପପୁ ଏହି ଅଡିଓରେ ମୋର ବ୍ୟକ୍ତିଗତ କଥାକୁ ଉଠାଇଛନ୍ତି। ତାଙ୍କ ସହ ବ୍ୟକ୍ତିଗତ ସ୍ତରରେ ମୋର କୌଣସି ଶତ୍ରୁତା ନାହିଁ କିମ୍ବା ତାଙ୍କ ସହ କଥାବାର୍ତ୍ତ ମଧ୍ୟ ହୁଅନ୍ତି ନାହିଁ। ଫିଲ୍ମ ପୋଷ୍ଟରଟି ନାରୀ ସମାଜକୁ ବଦନାମ କରୁଥିବାରୁ ମୁଁ ଏହାକୁ ବିରୋଧ କରିଥିଲି। କେଉଁ କାରଣ ପାଇଁ ପପୁ ଏଭଳି ତାଙ୍କୁ ଲଜ୍ଜିତ କଲେ ସେ ଜାଣିନାହାନ୍ତି। ଯେହେତୁ ମୋ ମାନସମ୍ମାନ ଉପରେ ଆଞ୍ଚ ଆସିଛି ତେଣୁ ଆଇନର ଆଶ୍ରୟ ନେବି। ମୋର ଅନେକ ସେଲିବ୍ରେଟି ଅଛନ୍ତି, ସେମାନେ ତାଙ୍କୁ ଫୋନ୍‌ କରି ଏ ବିଷୟରେ ପଚାରୁଛନ୍ତି। ଯଦି ସେ ନିଜ ଭୁଲ ସ୍ବୀକାର ନ କରନ୍ତି ମୁଁ କୋର୍ଟରେ ମାନହାନି ମକଦ୍ଦମା କରିବି ବୋଲି ଦୂତୀ କହିଛନ୍ତି।
ଅନ୍ୟପକ୍ଷରେ ପୋଷ୍ଟର ବିବାଦ ମାମଲାରେ ଫିଲ୍ମ ପ୍ରଡକ୍ସନ ୟୁନିଟ୍‌କୁ ନୋଟିସ ଜାରି କରିଛି କମିଶନରେଟ ପୋଲିସ। ଏ ସଂକ୍ରାନ୍ତରେ ସବିଶେଷ ତଥ୍ୟ ମଗାଯାଇଥିବାବେଳେ ଥାନାରେ ପପୁଙ୍କ ସହ ପୂରା ୟୁନିଟ୍‌ରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କର ବୟାନ ସହ ଭିଡିଓ ରେକର୍ଡ ହେବ। ସେହିପରି ମହିଳା ଥାନାରେ ଅଭିଯୋଗ କରିଥିବା ସମାଜସେବୀ ଲିଙ୍କନ ସୁବୁଦ୍ଧିଙ୍କୁ ବି ପୋଲିସ ନୋଟିସ କରିଛି। କେଉଁ ମାଧ୍ୟମରୁ ସେ ଏହି ପୋଷ୍ଟର ପାଇଲେ ସେନେଇ ମଧ୍ୟ ସବିଶେଷ ତଥ୍ୟ ରଖିବାକୁ କୁହାଯାଇଥିବା ଜଣାପଡିଛି।
ମଙ୍ଗଳବାର ମହିଳା କମିଶନ ଅଧ୍ୟକ୍ଷା ଭାବେ ମିନତି ବେହେରା ଦାୟିତ୍ୱ ନେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ ଏସବୁ ଘଟଣାକୁ ନିନ୍ଦା କରୁଛନ୍ତି ବୋଲି କହିଛନ୍ତି। ମହିଳାଙ୍କୁ ଏଭଳି ଚିତ୍ରିତ କରିବା ଠିକ୍‌ ହୋଇନି। ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଗତ ୧୬ ତାରିଖରେ ଫିଲ୍ମ ‘ମିଷ୍ଟର କହ୍ନେୟା’କୁ ନେଇ ପ୍ରସ୍ତୁତ ଏକ ପୋଷ୍ଟର ଭାଇରାଲ ହୋଇଥିଲା। ଏଥିରେ ୭ଜଣ ଯୁବତୀଙ୍କୁ ଅଭିନେତା ତତ୍ତ୍ୱପ୍ରକାଶ ଶତପଥୀ ଓରଫ ପପୁ ଘୋଡା ପରି ଆଣ୍ଠେଇବା ସହ ନିଜେ କୃଷ୍ଣଙ୍କ ପରି ଚକ୍ର ଧରିବା ପୋଜ୍‌ ଦେଇଥିଲେ। ଏପରିକି ଆଣ୍ଠେଇଥିବା ୭ଜଣ ଯୁବତୀଙ୍କ ବେକରେ ରଶି ବନ୍ଧା ହେବା ସହ ଏହାର ଲଗାମ ପପୁ ଧରିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ସମାଜସେବୀ ଲିଙ୍କନ ସୁବୁଦ୍ଧି ମହିଳା କମିଶନ ଓ ମହିଳା ଥାନାରେ ଅଭିଯୋଗ କରିଥିଲେ। ମହିଳା ଥାନାରେ ମାମଲା (ନଂ-୮୯/୧୯) ରୁଜୁ କରାଯାଇଥିଲା। ପରଦିନ ପପୁ ଏକ ଭିଡିଓରେ ସଫେଇ ଦେଇ ଉକ୍ତ ପୋଷ୍ଟର ତାଙ୍କ ପ୍ରଡକ୍ସନ ହାଉସ୍‌ର ନୁହେଁ ଓ ତାଙ୍କୁ ଦୋଷ ଦିଆଯିବା ଠିକ୍‌ ନୁହେଁ ବୋଲି କହିଥିଲେ। ହେଲେ ପପୁ ମିଛ କହୁଛନ୍ତି ବୋଲି ଲିଙ୍କନ କହିବା ସହ ଫିଲ୍ମ ପ୍ରମୋଶନ ପାଇଁ ପପୁ ଓ ପ୍ରଡକ୍ସନ ସଂସ୍ଥା ଜାଣିଶୁଣି ଏଭଳି ବିବାଦ ତିଆରି କରିଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

ରଙ୍ଗ ରୁଟ୍‌ରେ ପଶିଆସିଲା ହାଇଓ୍ବା: ଧକ୍କାଦେଲା କଲେଜ ବସ୍‌,୧୫ରୁ ଉର୍ଦ୍ଧ୍ୱ ଛାତ୍ର ଗୁରୁତର  

କଳିଙ୍ଗନଗର,୧୩୪(ଶୁଭାଶିଷ ରାଉତ ): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଓଉପଦା ଛକ ନିକଟରେ ଏକ ଘରୋଇ କଲେଜ(ପ୍ରୟାସ)ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଙ୍ଗରୁଟରେ ପଶିଆସିଥିବା ଏକ ହାଇୱାକୁ…

ଶାନ୍ତି ଆଲୋଚନା ବାଟବଣା ହେବା ବେଳେ, ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଛନ୍ତି ଟ୍ରମ୍ପ

ଓ୍ବାଶିଂଟନ,୧୩।୪: ପାକିସ୍ତାନରେ ଆମେରିକା-ଇରାନ ‘ଶାନ୍ତି ଆଲୋଚନା’ ବିଫଳ ହୋଇଛି। ଇରାନ ଆମେରିକୀୟ ପ୍ରସ୍ତାବକୁ ଗ୍ରହଣ କରିବାକୁ ମନା କରିଛି। ଫଳସ୍ବରୂପ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ…

ଯୁବ ବ୍ୟବସାୟୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ପ୍ରି ପ୍ଲାନ୍‌ରେ ଲୁଚାଯାଇଥିବା ଗାଡ଼ି ଜବତ

ବଲାଙ୍ଗୀର/ସଇଁତଳା,୧୩।୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଜାତୀୟ ରାଜପଥ-୨୬ ନବୀନ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସମୟରେ ଏକ ଚାରି ଚକିଆ ଗାଡ଼ି ମଡ଼ାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri