ଫିଲ୍ମ ପୋଷ୍ଟର ବିବାଦ: ଭାଇରାଲ ଅଡିଓକୁ ନେଇ ଧମକ ଦେଲେ ଦୂତୀ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ଗଣେଶ ପୂଜାରେ ରିଲିଜ ହେବାକୁ ଥିବା ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟରକୁ ନେଇ ବିବାଦ ଥମି ନ ଥିବାବେଳେ ପୁଣି ଆଉ ଏକ ବିବାଦ ଆରମ୍ଭ ହୋଇଛି। ପୋଷ୍ଟରକୁ ବିରୋଧ କରୁଥିବା ଦୌଡରାଣୀ ଦୂତି ଚାନ୍ଦଙ୍କ ବିରୋଧରେ ବିଷୋଦାଗାର କରାଯାଇଥିବା ଏକ ଅଡିଓ ଏବେ ଭାଇରାଲ ହୋଇଛି। ଉକ୍ତ ଅଡିଓରେ କେହିଜଣେ ଦୂତୀ ପ୍ରଥମେ ନିଜ କଥା ସମ୍ଭାଳନ୍ତୁ ବୋଲି ପରାମର୍ଶ ଦେବାସହ ତାଙ୍କ ମା’ ଓ ପରିବାର ସମ୍ପର୍କରେ ମଧ୍ୟ କହୁଥିବା ଶୁଣିବାକୁ ମିଳୁଛି। ତେବେ ଉକ୍ତ ଅଡିଓଟି କାହାର ଓ କିଏ ଏହାକୁ ଭାଇରାଲ କଲେ ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ଏହାକୁ ନେଇ ଦୂତୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଛନ୍ତି। ଉକ୍ତ ଅଡିଓ ମାଧ୍ୟମରେ ପପୁ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା କଥା ସେ ଉଲ୍ଲେଖ କରିଛନ୍ତି। ଏପରିକି ପପୁଙ୍କ ବିରୋଧରେ ସେ କୋର୍ଟକୁ ଯିବେ ବୋଲି ଧମକ ମଧ୍ୟ ଦେଇଛନ୍ତି ଦୂତୀ।
ଦୂତୀ କହିଛନ୍ତି, ପପୁ ଏହି ଅଡିଓରେ ମୋର ବ୍ୟକ୍ତିଗତ କଥାକୁ ଉଠାଇଛନ୍ତି। ତାଙ୍କ ସହ ବ୍ୟକ୍ତିଗତ ସ୍ତରରେ ମୋର କୌଣସି ଶତ୍ରୁତା ନାହିଁ କିମ୍ବା ତାଙ୍କ ସହ କଥାବାର୍ତ୍ତ ମଧ୍ୟ ହୁଅନ୍ତି ନାହିଁ। ଫିଲ୍ମ ପୋଷ୍ଟରଟି ନାରୀ ସମାଜକୁ ବଦନାମ କରୁଥିବାରୁ ମୁଁ ଏହାକୁ ବିରୋଧ କରିଥିଲି। କେଉଁ କାରଣ ପାଇଁ ପପୁ ଏଭଳି ତାଙ୍କୁ ଲଜ୍ଜିତ କଲେ ସେ ଜାଣିନାହାନ୍ତି। ଯେହେତୁ ମୋ ମାନସମ୍ମାନ ଉପରେ ଆଞ୍ଚ ଆସିଛି ତେଣୁ ଆଇନର ଆଶ୍ରୟ ନେବି। ମୋର ଅନେକ ସେଲିବ୍ରେଟି ଅଛନ୍ତି, ସେମାନେ ତାଙ୍କୁ ଫୋନ୍‌ କରି ଏ ବିଷୟରେ ପଚାରୁଛନ୍ତି। ଯଦି ସେ ନିଜ ଭୁଲ ସ୍ବୀକାର ନ କରନ୍ତି ମୁଁ କୋର୍ଟରେ ମାନହାନି ମକଦ୍ଦମା କରିବି ବୋଲି ଦୂତୀ କହିଛନ୍ତି।
ଅନ୍ୟପକ୍ଷରେ ପୋଷ୍ଟର ବିବାଦ ମାମଲାରେ ଫିଲ୍ମ ପ୍ରଡକ୍ସନ ୟୁନିଟ୍‌କୁ ନୋଟିସ ଜାରି କରିଛି କମିଶନରେଟ ପୋଲିସ। ଏ ସଂକ୍ରାନ୍ତରେ ସବିଶେଷ ତଥ୍ୟ ମଗାଯାଇଥିବାବେଳେ ଥାନାରେ ପପୁଙ୍କ ସହ ପୂରା ୟୁନିଟ୍‌ରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କର ବୟାନ ସହ ଭିଡିଓ ରେକର୍ଡ ହେବ। ସେହିପରି ମହିଳା ଥାନାରେ ଅଭିଯୋଗ କରିଥିବା ସମାଜସେବୀ ଲିଙ୍କନ ସୁବୁଦ୍ଧିଙ୍କୁ ବି ପୋଲିସ ନୋଟିସ କରିଛି। କେଉଁ ମାଧ୍ୟମରୁ ସେ ଏହି ପୋଷ୍ଟର ପାଇଲେ ସେନେଇ ମଧ୍ୟ ସବିଶେଷ ତଥ୍ୟ ରଖିବାକୁ କୁହାଯାଇଥିବା ଜଣାପଡିଛି।
ମଙ୍ଗଳବାର ମହିଳା କମିଶନ ଅଧ୍ୟକ୍ଷା ଭାବେ ମିନତି ବେହେରା ଦାୟିତ୍ୱ ନେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ ଏସବୁ ଘଟଣାକୁ ନିନ୍ଦା କରୁଛନ୍ତି ବୋଲି କହିଛନ୍ତି। ମହିଳାଙ୍କୁ ଏଭଳି ଚିତ୍ରିତ କରିବା ଠିକ୍‌ ହୋଇନି। ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଗତ ୧୬ ତାରିଖରେ ଫିଲ୍ମ ‘ମିଷ୍ଟର କହ୍ନେୟା’କୁ ନେଇ ପ୍ରସ୍ତୁତ ଏକ ପୋଷ୍ଟର ଭାଇରାଲ ହୋଇଥିଲା। ଏଥିରେ ୭ଜଣ ଯୁବତୀଙ୍କୁ ଅଭିନେତା ତତ୍ତ୍ୱପ୍ରକାଶ ଶତପଥୀ ଓରଫ ପପୁ ଘୋଡା ପରି ଆଣ୍ଠେଇବା ସହ ନିଜେ କୃଷ୍ଣଙ୍କ ପରି ଚକ୍ର ଧରିବା ପୋଜ୍‌ ଦେଇଥିଲେ। ଏପରିକି ଆଣ୍ଠେଇଥିବା ୭ଜଣ ଯୁବତୀଙ୍କ ବେକରେ ରଶି ବନ୍ଧା ହେବା ସହ ଏହାର ଲଗାମ ପପୁ ଧରିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ସମାଜସେବୀ ଲିଙ୍କନ ସୁବୁଦ୍ଧି ମହିଳା କମିଶନ ଓ ମହିଳା ଥାନାରେ ଅଭିଯୋଗ କରିଥିଲେ। ମହିଳା ଥାନାରେ ମାମଲା (ନଂ-୮୯/୧୯) ରୁଜୁ କରାଯାଇଥିଲା। ପରଦିନ ପପୁ ଏକ ଭିଡିଓରେ ସଫେଇ ଦେଇ ଉକ୍ତ ପୋଷ୍ଟର ତାଙ୍କ ପ୍ରଡକ୍ସନ ହାଉସ୍‌ର ନୁହେଁ ଓ ତାଙ୍କୁ ଦୋଷ ଦିଆଯିବା ଠିକ୍‌ ନୁହେଁ ବୋଲି କହିଥିଲେ। ହେଲେ ପପୁ ମିଛ କହୁଛନ୍ତି ବୋଲି ଲିଙ୍କନ କହିବା ସହ ଫିଲ୍ମ ପ୍ରମୋଶନ ପାଇଁ ପପୁ ଓ ପ୍ରଡକ୍ସନ ସଂସ୍ଥା ଜାଣିଶୁଣି ଏଭଳି ବିବାଦ ତିଆରି କରିଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri