Posted inଖେଳ

ଫିଫା ଟୁର୍ନାମେଣ୍ଟର ସ୍ମରଣୀୟ ସ୍ମୃତି

ଭାରତରେ ପ୍ରଥମଥର ପାଇଁ ଆୟୋଜିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ସଫଳତାର ସହ ସମ୍ପନ୍ନ ହୋଇଛି। ଚାମ୍ପିୟନ ସ୍ପେନ୍‌ଠାରୁ ଆରମ୍ଭ କରି ଫାଇନାଲିଷ୍ଟ କଲମ୍ବିଆ, ବ୍ରୋଞ୍ଜ ମେଡାଲିଷ୍ଟ ନାଇଜେରିଆ ଏବଂ ପଦାର୍ପଣକାରୀ ମରକ୍କୋ ଓ ତାଞ୍ଜାନିଆ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସ୍ମରଣୀୟ ସ୍ମୃତି ଛାଡ଼ିଛି ଏହି ପ୍ରତିଯୋଗିତା। ପ୍ରଥମଥର ପାଇଁ ଖେଳିଥିବା ଭାରତ ମଧ୍ୟ ଏଥିରୁ ଅନେକ ଶିକ୍ଷା ଲାଭ କରିଛି…

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର ୭ମ ସଂସ୍କରଣ ଭାରତରେ ସଫଳତାର ସହ ସମ୍ପନ୍ନ ହୋଇଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରୁ ଆରମ୍ଭ ହୋଇଥିବା ଯାତ୍ରା ଗୋଆର ମାର୍ଗାଓ ମଧ୍ୟଦେଇ ନଭି ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଶେଷ ହୋଇଥିଲା। ୧୬ ଦଳବିଶିଷ୍ଟ ପ୍ରତିଯୋଗିତାରେ ଗତଥରର ଚାମ୍ପିୟନ ସ୍ପେନ୍‌ ପୁଣିଥରେ ଟାଇଟଲ ହାସଲ କରିଥିଲା। ସଂଘର୍ଷପୂର୍ଣ୍ଣ ଫାଇନାଲରେ କଡ଼ା ଟକ୍କର ଦେଇଥିଲା କଲମ୍ବିଆ। ପ୍ରଥମଥରପାଇଁ ଫାଇନାଲ ଖେଳିଥିଲେ ହେଁ କଲମ୍ବିଆର ଚ୍ୟାଲେଞ୍ଜରେ ନାକେଦମ୍‌ ହୋଇଥିଲା ସ୍ପେନ୍‌। ମାତ୍ର ଆନା ମାରିଆ ଗୁଜମାନ ଜାପଟାଙ୍କ ଆତ୍ମଘାତୀ ଗୋଲ କଲମ୍ବିଆ ପାଇଁ ଦୁର୍ଭାଗ୍ୟ ଡାକି ଆଣିଥିଲା ଏବଂ ଦ୍ୱିତୀୟ ଥରପାଇଁ ବିଜୟ ମୁକୁଟ ପିନ୍ଧିଥିଲା ସ୍ପେନ୍‌। ଟୁର୍ନାମେଣ୍ଟ ଇତିହାସରେ ପ୍ରଥମ ଦଳଭାବେ ସ୍ପେନ୍‌ ଟାଇଟଲ ବଜାୟ ରଖିବାରେ ସକ୍ଷମ ହୋଇଥିଲା।
କଳିଙ୍ଗରୁ ଆରମ୍ଭ
ବିଶ୍ୱର ରାଇଜିଂ ଷ୍ଟାର୍‌ଙ୍କୁ ନେଇ ଫିଫାର ଏହି ସମ୍ମାନଜନକ ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମରୁ ଆରମ୍ଭ ହୋଇଥିଲା। ଅକ୍ଟୋବର ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। କଳିଙ୍ଗରେ ମୋଟ ୬ଟି ଗ୍ରୁପ୍‌ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଠାରେ ଆୟୋଜକ ଭାରତ ସମେତ ଆମେରିକା, ମରକ୍କୋ, ବ୍ରାଜିଲ, ଚିଲି ଓ ନାଇଜେରିଆ ଖେଳିଥିଲେ। ମାର୍ଗାଓସ୍ଥିତ ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଗ୍ରୁପ୍‌ ମ୍ୟାଚ ସହିତ ୨ଟି କ୍ୱାର୍ଟର ଫାଇନାଲ ଏବଂ ସେମିଫାଇନାଲ ଅନୁଷ୍ଠିତ ହୋଇଥିଲା। ନଭି ମୁମ୍ବାଇରେ ଗ୍ରୁପ୍‌ ପର୍ଯ୍ୟାୟ, ୨ଟି କ୍ୱାର୍ଟର ଫାଇନାଲ ସମେତ ଅକ୍ଟୋବର ୩୦ରେ ମେଗା ଫାଇନାଲ ଖେଳାଯାଇଥିଲା। ଏଥିରେ ବିଜୟୀ ହୋଇ ସ୍ପେନ୍‌ ଇତିହାସ ରଚିଥିଲା। ସେହିପରି ନାଇଜେରିଆ ପ୍ରଥମଥରପାଇଁ ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ପଦକ ପାଇଥିଲା। ଟୁର୍ନାମେଣ୍ଟରେ ମୋଟ ୩୨ଟି ମ୍ୟାଚ ଖେଳାଯାଇଥିବାବେଳେ ୯୫ଟି ଗୋଲ ସ୍କୋର ହୋଇଥିଲା। ଭାରତ ବ୍ୟତୀତ ଦୁଇ ଆଫ୍ରିକୀୟ ଦେଶ ମରକ୍କୋ ଓ ତାଞ୍ଜାନିଆ ବିଶ୍ୱକପ ପଦାର୍ପଣ କରିଥିଲେ।
ଭାରତ ପାଇଁ ସ୍ମରଣୀୟ
ପୂର୍ବରୁ କେବେହେଲେ ଯୋଗ୍ୟତା ମାନଦଣ୍ଡ ସ୍ପର୍ଶ କରିପାରି ନ ଥିବା ଭାରତ ଏଥର ଆୟୋଜକ ଦଳଭାବେ ପ୍ରଥମ ଥରପାଇଁ ଖେଳିବା ସୁଯୋଗ ପାଇଥିଲା। ଫୁଟବଲର ପାଓ୍ବାର ହାଉସ ବ୍ରାଜିଲ ଓ ଆମେରିକା ପରି ଦଳ ବିପକ୍ଷରେ ଦଳ ଯଦିଓ ସମକକ୍ଷ ପ୍ରଦର୍ଶନ କରିପାରି ନ ଥିଲା ତେବେ ଖେଳାଳିମାନେ ଅନେକ ଅଭିଜ୍ଞତା ହାସଲ କରିଥିଲେ। ଏହା ବ୍ୟତୀତ ଭାରତୀୟ ଦଳ ଏହାର ଶକ୍ତି ଓ ସାମର୍ଥ୍ୟ ସମ୍ପର୍କରେ ମଧ୍ୟ ଅବଗତ ହୋଇଥିଲା। ପ୍ରଥମ ମ୍ୟାଚରେ ଆମେରିକାଠାରୁ ୦-୮, ଦ୍ୱିତୀୟରେ ମରକ୍କୋଠାରୁ ୦-୩ ଓ ତୃତୀୟ ମ୍ୟାଚରେ ବ୍ରାଜିଲ ନିକଟରୁ ୦-୫ ଗୋଲରେ ପରାଜୟ ଅବସରରେ ଅନେକ କିଛି ଶିକ୍ଷା ପାଇଥିଲା ଘରୋଇ ଦଳ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମେଲବୋର୍ନ ପିଚ୍‌କୁ ନେଇ ବଢିଲା ଅସନ୍ତୋଷ: ମିଳିଲା ଡିମେରିଟ୍‌ ପଏଣ୍ଟ

ଦୁବାଇ, ୨୯ା୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚତୁର୍ଥ ଆଶେସ ଟେଷ୍ଟ ଖେଳାଯାଇଥିବା ମେଲବୋର୍ନ ପିଚ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ ପଦକ୍ଷେପ...

ଟି୨୦ ବୋଲିଂରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୧୨: ଭୂଟାନ ସ୍ପିନର ସୋନମ ୟେଶେ ଏକ ଅନ୍ତର୍ଜାତୀୟ ପୁରୁଷ ଟି୨୦ କ୍ରିକେଟ ମ୍ୟାଚରେ ୮ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ଗୌରବ...

ମୁଖ୍ୟ ପ୍ରଶିକ୍ଷକ ପଦରୁ ବିଦା ହେବେ ଗମ୍ଭୀର! BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୨୯।୧୨: ନିକଟରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗୌତମ ଗମ୍ଭୀରଙ୍କୁ ହଟାଇବା ନେଇ ଗୁଜବ ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ...

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

୨୦୨୬ରେ ଆସୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସିଖବର: ଟିମ ଇଣ୍ଡିଆରେ…

ନୂଆଦିଲ୍ଲୀ,୨୯।୧୨: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଛି। ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ, ଭାରତୀୟ ଦଳ ଏହି ଫର୍ମାଟରେ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri