ଫିକ୍କି ସର୍ଭେ: ଆର୍ଥିକ ବିକାଶ ହାର ୬% ରହିବ

ନୂଆଦିଲ୍ଲୀ,୨୭-୮: ଦେଶର ଆର୍ଥିକ ବିକାଶ ହାର ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ହାରାହାରି ୬ ପ୍ରତିଶତ ରହିବ ବୋଲି ଉଦ୍ୟୋଗ ଜଗତ ପ୍ରତିନିଧି ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ(ଫିକ୍କି) ପକ୍ଷରୁ ଏକ ସର୍ଭେ ରିପୋର୍ଟ ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସ୍‌ଓ) ଆସନ୍ତା ସପ୍ତାହରେ ଦେଶର ଜିଡିପି ଅଭିବୃଦ୍ଧି ହାର ଘୋଷଣା କରିବ। ତେବେ ଦେଶର ଆର୍ଥିକ ବିକାଶ ହାର ୨୦୧୮-୧୯ର ଏପ୍ରିଲ-ଜୁନ୍‌ ପ୍ରଥମ ତ୍ରୈମାସରେ ୮.୨% ରହିଥିଲା ଫିକ୍କିର ଆର୍ଥିକ ଦୃଶ୍ୟପଟ ସର୍ଭେ ଅନୁସାରେ, ନିକଟରେ ଏନ୍‌ଏସ୍‌ଏସ୍‌ଓ ପକ୍ଷରୁ ଜାରି କରାଯାଇଥିବା ବେକାରି ସଂଖ୍ୟା ଦେଶରେ ରୋଜଗାର ସ୍ଥିତି ଗମ୍ଭୀର ଥିବା ଦର୍ଶାଉଛି। ଉଦ୍ୟୋଗ ଜଗତ ପ୍ରତିନିଧି ପକ୍ଷରୁ କୁହାଯାଇଛି ଯେ, ୨୦୧୯-୨୦ରେ ବାର୍ଷିକ ଡିଜିପି ହାରାହାରି ବୃଦ୍ଧି ହାର ୬.୯ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି। ଏହା ସର୍ବନିମ୍ନ ୬.୭% ଏବଂ ସର୍ବାଧିକ ୭.୨% ରହିବ ବୋଲି ଅନୁମାନ କରାଯାଉଛି। ସର୍ଭେରେ ସାମିଲ ଅଧିକାଂଶ ଅର୍ଥନୀତିଜ୍ଞଙ୍କ ମତରେ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟକୁ ନେଇ ନରମ ମନୋଭାବ ପୋଷଣ କରିବ। ଅବଶିଷ୍ଟ ଅବଧିରେ ରେପୋ ରେଟ୍‌ ଆହୁରି ହ୍ରାସ ପାଇବ ବୋଲି ମନେ କରାଯାଉଛି। ଏବେ ସୁଦ୍ଧା ବାସ୍ତବିକ ସୁଧ ହାର ଅଧିକ ରହିଛି ବୋଲି ସମସ୍ତେ ଏକମତ। ବ୍ୟାଙ୍କରେ ଜମା ବୃଦ୍ଧି ପରିମାଣ ବଢ଼ୁ ନ ଥିବାରୁ ବ୍ୟାଙ୍କଗୁଡ଼ିକ ଚିନ୍ତିତ। କାରଣ ଏହାଦ୍ୱାରା ସେମାନଙ୍କର ଋଣ ଦେବା କ୍ଷମତା ପ୍ରଭାବିତ ହେଉଛି। ଏହି କାରଣରୁ ସେମାନେ ସୁଧ ହାର କମାଇବାକୁ ରାଜି ହେଉ ନାହାନ୍ତି। ଅଧିକ ନିଯୁକ୍ତି ସୃଷ୍ଟି ଲାଗି ଅର୍ଥନୀତିରେ ସଂସ୍କାର ଲାଗି ୪ କ୍ଷେତ୍ର ଚିହ୍ନଟ କରାଯାଇଛି। କାରବାର କରିବା ଲାଗି ଆବଶ୍ୟକ ପୁଞ୍ଜି, ନିୟାମକୀୟ, ଶ୍ରମ ସୁଧାର ସହ କ୍ଷେତ୍ର ଆଧାରିତ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା ଉପରେ ଅର୍ଥନୀତିଜ୍ଞମାନେ ଜୋର୍‌ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri