ଫିକ୍କି ସର୍ଭେ: ଆର୍ଥିକ ବିକାଶ ହାର ୬% ରହିବ

ନୂଆଦିଲ୍ଲୀ,୨୭-୮: ଦେଶର ଆର୍ଥିକ ବିକାଶ ହାର ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ହାରାହାରି ୬ ପ୍ରତିଶତ ରହିବ ବୋଲି ଉଦ୍ୟୋଗ ଜଗତ ପ୍ରତିନିଧି ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ(ଫିକ୍କି) ପକ୍ଷରୁ ଏକ ସର୍ଭେ ରିପୋର୍ଟ ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସ୍‌ଓ) ଆସନ୍ତା ସପ୍ତାହରେ ଦେଶର ଜିଡିପି ଅଭିବୃଦ୍ଧି ହାର ଘୋଷଣା କରିବ। ତେବେ ଦେଶର ଆର୍ଥିକ ବିକାଶ ହାର ୨୦୧୮-୧୯ର ଏପ୍ରିଲ-ଜୁନ୍‌ ପ୍ରଥମ ତ୍ରୈମାସରେ ୮.୨% ରହିଥିଲା ଫିକ୍କିର ଆର୍ଥିକ ଦୃଶ୍ୟପଟ ସର୍ଭେ ଅନୁସାରେ, ନିକଟରେ ଏନ୍‌ଏସ୍‌ଏସ୍‌ଓ ପକ୍ଷରୁ ଜାରି କରାଯାଇଥିବା ବେକାରି ସଂଖ୍ୟା ଦେଶରେ ରୋଜଗାର ସ୍ଥିତି ଗମ୍ଭୀର ଥିବା ଦର୍ଶାଉଛି। ଉଦ୍ୟୋଗ ଜଗତ ପ୍ରତିନିଧି ପକ୍ଷରୁ କୁହାଯାଇଛି ଯେ, ୨୦୧୯-୨୦ରେ ବାର୍ଷିକ ଡିଜିପି ହାରାହାରି ବୃଦ୍ଧି ହାର ୬.୯ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି। ଏହା ସର୍ବନିମ୍ନ ୬.୭% ଏବଂ ସର୍ବାଧିକ ୭.୨% ରହିବ ବୋଲି ଅନୁମାନ କରାଯାଉଛି। ସର୍ଭେରେ ସାମିଲ ଅଧିକାଂଶ ଅର୍ଥନୀତିଜ୍ଞଙ୍କ ମତରେ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟକୁ ନେଇ ନରମ ମନୋଭାବ ପୋଷଣ କରିବ। ଅବଶିଷ୍ଟ ଅବଧିରେ ରେପୋ ରେଟ୍‌ ଆହୁରି ହ୍ରାସ ପାଇବ ବୋଲି ମନେ କରାଯାଉଛି। ଏବେ ସୁଦ୍ଧା ବାସ୍ତବିକ ସୁଧ ହାର ଅଧିକ ରହିଛି ବୋଲି ସମସ୍ତେ ଏକମତ। ବ୍ୟାଙ୍କରେ ଜମା ବୃଦ୍ଧି ପରିମାଣ ବଢ଼ୁ ନ ଥିବାରୁ ବ୍ୟାଙ୍କଗୁଡ଼ିକ ଚିନ୍ତିତ। କାରଣ ଏହାଦ୍ୱାରା ସେମାନଙ୍କର ଋଣ ଦେବା କ୍ଷମତା ପ୍ରଭାବିତ ହେଉଛି। ଏହି କାରଣରୁ ସେମାନେ ସୁଧ ହାର କମାଇବାକୁ ରାଜି ହେଉ ନାହାନ୍ତି। ଅଧିକ ନିଯୁକ୍ତି ସୃଷ୍ଟି ଲାଗି ଅର୍ଥନୀତିରେ ସଂସ୍କାର ଲାଗି ୪ କ୍ଷେତ୍ର ଚିହ୍ନଟ କରାଯାଇଛି। କାରବାର କରିବା ଲାଗି ଆବଶ୍ୟକ ପୁଞ୍ଜି, ନିୟାମକୀୟ, ଶ୍ରମ ସୁଧାର ସହ କ୍ଷେତ୍ର ଆଧାରିତ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା ଉପରେ ଅର୍ଥନୀତିଜ୍ଞମାନେ ଜୋର୍‌ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

ସୁନା ୪୩୦୦-ରୁପା ୧୦ହଜାର ମହଙ୍ଗା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୨୧।୮: ସୁନା ଓ ରୁପା ଦରରେ ଆଜି ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି । ୨୪ କ୍ୟାରେଟ୍ ଶୁଦ୍ଧ ସୁନା ଦର ୪,୩୦୦ ଟଙ୍କା ବଢ଼ି…

ରୁଫ୍‌ଟପ୍ ସୋଲାର ସ୍ଥାପନରେ ଓଡ଼ିଶାର ବଡ଼ ସଫଳତା, ଦେଶରେ ୭ମ ସ୍ଥାନ

ଭୁବନେଶ୍ୱର, ୨୧।୮: ‘ପିଏମ୍‌ ସୂର୍ଯ୍ୟଘର ମୁଫ୍‌ତ ବିଜ୍‌ଲି’ ଯୋଜନା ଅଧୀନରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତରରେ ୧୩ତମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛି…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

ରାଜ୍ୟ ସରକାର ବଢାଇଲେ ପେନଶନ ଲିମିଟ୍‌, ଜାଣନ୍ତୁ କାହାକୁ ମିଳିବ ଲାଭ…

ନୂଆଦିଲ୍ଲୀ,୨୦ା୮: ସରକାରୀ କର୍ମଚାରୀମାନଙ୍କୁ ଅବସର ପରେ ପେନ୍‌ସନ୍ ସୁବିଧା ମିଳିଥାଏ। ପ୍ରତ୍ୟେକ ରାଜ୍ୟ ସରକାର ନିଜ ରାଜ୍ୟର ପେନ୍‌ସନ୍‌ଭୋଗୀଙ୍କ ପେନ୍‌ସନ୍‌ରେ ସମୟ ସମୟରେ ବୃଦ୍ଧି କିମ୍ବା ସଂଶୋଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri