Posted inଫୁରସତ

ଫର୍ନିଚର ଆକାରର ଗଛ ଲଗାଉଛନ୍ତି ଏହି ଦମ୍ପତି, ଦେଖିଲେ ଆଶ୍ଚର୍ଯ୍ୟ ହେବେ

ଇଂଲଣ୍ଡ : କିଛି ଗଛ ଅଦ୍ଭୁତ ଆକାରର ଥିବା ବେଳେବେଳେ ନଜରକୁ ଆସିଥାଏ। କିନ୍ତୁ ଏପରି ଅଦ୍ଭୁତ ଗଛ ଲଗାଇବାରେ ରୁଚି ରଖିଥିବା ଲୋକ ବୋଧହୁଏ କମ୍‌ ଅଛନ୍ତି। ଇଂଲଣ୍ଡର ଦମ୍ପତି ଗେବିନ୍‌ ଏବଂ ଏଲିସ୍‌ ମୁନ୍‌ରୋ ଏମିତି କିଛି ଗଛ ଲଗାଇଛନ୍ତି ଯାହା ଦେଖିବାକୁ ଫର୍ନିଚର ଆକାରର। ବର୍ତ୍ତମାନ ପର୍ଯ୍ୟନ୍ତ ୨୫୦ ଚୌକି, ୧୦୦ ଲ୍ୟାମ୍ପ୍‌ ଏବଂ ୫୦ ଟେବୁଲ୍‌ ଆକାରର ଗଛ କରି ସାରିଲେଣି।

ଗେବିନ୍‌ କୁହନ୍ତି, ଏପରି ରୂପ ଦେବା ପାଇଁ ବାରମ୍ବାର ଗଛର ଡାଳଗୁଡ଼ିକୁ କାଟିବାକୁ ପଡ଼େ। ୫୦ ବର୍ଷର ପୁରୁଣା ଗଛକୁ କାଟି ଏହାର ଏକ ଅଂଶରେ ସୁନ୍ଦର ସୁନ୍ଦର ଫର୍ନିଚର ପରି ଶେପ୍‌ ଦେଉଛନ୍ତି। ସେ କୁହନ୍ତି, ଏକ ବୋନ୍‌ସାଇ ଗଛ ଏପରି ବଢ଼ିଗଲା ଯେ, ଏହା ଚେୟାର ପରି ଦେଖାଗଲା। ଏମିତି ଦେଖି ତାଙ୍କର ଗଛଗୁଡ଼ିକୁ ଏପରି ରୂପ ଦେବାରେ ଉତ୍ସାହ ବଢ଼ିଗଲା। ସେ କୁହନ୍ତି, ଗଛ ଛୋଟ ଥିବାବେଳେ ଏହାର ଶାଖାଗୁଡ଼ିକ ମୋଡ଼ି ହୋଇଥାଏ। ତେଣୁ ଏହାକୁ ମେଟାଲ ଫ୍ରେମ୍‌ ଦେଇ ରଖିବାକୁ ପଡ଼େ।

୨୦୦୬ରୁ ଗେବିନ୍‌ ଏହି ପ୍ରକ୍ରିୟା ଜାରି ରଖିଛନ୍ତି। ୨୦୧୨ରେ ତାଙ୍କର ବିବାହ ପରେ ସ୍ତ୍ରୀଙ୍କ ସହ ମିଶି ଏପରି ଗଛ ଲଗାଇ ଆସୁଛନ୍ତି। ଏପରି ଗଛ ଲଗାଇ ଦମ୍ପତି ଏବେ ଭଲ ରୋଜଗାର କରୁଛନ୍ତି। ଏକ ବଡ଼ ଫାର୍ମ କରି ସେଥିରେ ଭିନ୍ନ ଭିନ୍ନ ଶେପ୍‌ର ଗଛ ଲଗାଇଛନ୍ତି। ଗୋଟିଏ ଚୌକି ୮ ଲକ୍ଷରୁ ଊର୍ଦ୍ଧ୍ୱରେ ବିକ୍ରି ହେଉଥିବାବେଳେ ଲ୍ୟାମ୍ପ୍‌ର ଦାମ୍‌ ୮୦ ହଜାର ଏବଂ ବେଡ୍‌ର ଦାମ ୧୧ ଲକ୍ଷ ରହିଛି।

ଗୋଟିଏ ଗଛକୁ ଚେୟାର ରୂପ ଦେବା ପାଇଁ ୬ରୁ ୯ ମାସ ଲାଗିଥାଏ। ଏହି ଦମ୍ପତି ତାଙ୍କର କଳାକୁ ସାରା ବିଶ୍ୱରେ ପରିଚିତ କରାଇବା ଲାଗି ଚେଷ୍ଟା ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ରୋଗୀସେବା ବ୍ୟାହତ: ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ନ ମିଳିବାରୁ ବୁର୍ଲା ସ୍ଥାନାନ୍ତର

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ)- ରାଜ୍ୟରେ ଡାକ୍ତରମାନଙ୍କ ବିଭିନ୍ନ ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ଯୋଗୁ ସାଧାରଣ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଡାକ୍ତରଖାନା ଗୁଡ଼ିକରେ ରୋଗୀସେବା ତଥା…

୪୦ ବର୍ଷ ପରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ଇଣ୍ଡୋନେସିଆରୁ ଅଷ୍ଟ୍ରେଲିଆ ଯାଏ ଦେଖିବାକୁ ମିଳିବ… 

ନୂଆଦିଲ୍ଲୀ,୩।୪: ବିଶ୍ୱର ବଦଳୁଥିବା ଭୂ-ରାଜନୈତିକ ସମୀକରଣ ମଧ୍ୟରେ ଭାରତ ନିଜର ବୈଦେଶିକ ନୀତି ଏବଂ ବାଣିଜ୍ୟିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri