Posted inଫୁରସତ

ପ୍ଲାଷ୍ଟିକର ପଞ୍ଝାରେ ପାଣି, ପବନ ଓ ପ୍ରାଣୀ

ସିଙ୍ଗଲ ୟୁଜଡ୍‌ ପ୍ଲାଷ୍ଟିକର ସଙ୍କଟ ଘନେଇ ଆସୁଛି। ତା’ ପୂର୍ବରୁ ସାରା ବିଶ୍ୱ ସଚେତନ ହେବାରେ ଲାଗିଛି। ହେଲେ ଯେଉଁ ହାରରେ ଏହାର ବ୍ୟବହାର ପୂର୍ବରୁ କରାଯାଇଛି ବା ଏବେ ହେଉଛିି ତାହା ଆମକୁ ତଥା ଆମ ପରପିଢିଙ୍କୁ ଭୋଗିବାକୁ ପଡିବ। ମାଟି, ପାଣି, ପବନ, ପ୍ରାଣୀ ତଥା ମଣିଷ ଏଥିରୁ ତ୍ରାହି ପାଇପାରିବେ ନାହିଁ। ଏହାକୁ ଥରେ ବ୍ୟବହାର କଲେ ତାହା ପରିବେଶରେ ଶହ ଶହ ବର୍ଷ (ଅତିକମ୍‌ରେ ୪୦୦ ବର୍ଷ)ଧରି ରହିଥାଏ। ଏହା ସହଜରେ ବିଘଟନ ହୋଇପାରେ ନାହିଁ। ଏଣୁ ପରିବେଶକୁ ଏହା ଏତେ ମାତ୍ରାରେ ପ୍ରଦୂଷିତ କରୁଛି ଯେ ତାହା ଗ୍ରୀନଗ୍ୟାସ ନିର୍ଗମନର ଭୟାବହତାଠାରୁ କିଛି କମ୍‌ ନୁହେଁ। ସିଙ୍ଗଲ ୟୁଜଡ ପ୍ଲାଷ୍ଟିକ ଏବେ ସାଗରକୁ କବଳିତ କରିଛି। ମାଛଠାରୁ ଆରମ୍ଭ କରି ଅନ୍ୟ ସାମୁଦ୍ରିକ ଜୀବ ଭୀଷଣ ଭାବେ ପ୍ରଭାବିତ ହୋଇଛନ୍ତି। ନଦୀ ଜଳରେ ଏହି ସବୁ ଜିନିଷ ଭାସିଯାଇ ସମୁଦ୍ରରେ ଠୁଳ ହେବାରେ ଲାଗିଛି ଓ ଶୈବାଳ ପାଚେରିକୁ କ୍ଷତି ପହଞ୍ଚାଇବାରେ ଲାଗିଛି। ଏହା ଦ୍ୱାରା ବିଭିନ୍ନ ପ୍ରଜାତିର ମାଛ ତଥା ଜଳଜୀବଙ୍କୁ ସେମାନଙ୍କ ଖାଦ୍ୟ ପାଇବାରେ ଘୋର ସଙ୍କଟ ଦେଖାଦେଇଛି ବୋଲି ଏକ ଅନୁଧ୍ୟାନରୁ ଜଣାପଡିଛି। ତିମିଠାରୁ ଆରମ୍ଭ କରି ୭୦୦ ପ୍ରଜାତିର ସମୁଦ୍ରିକ ଜୀବ ଏହାକୁ ଖାଇବା ଦ୍ୱାରା ହେଉ କି ଏହା ସଂସ୍ପର୍ଶରେ ଆସିବା ଯୋଗୁ ସେମାନଙ୍କର ମୃତ୍ୟୁ ଘଟୁଛି। ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁ ପ୍ରତିବର୍ଷ ୧୦୦ ମିଲିୟନ ପ୍ରାଣୀଙ୍କର ମୃତ୍ୟୁ ଘଟୁଛି। ଏବେ ସୁଦ୍ଧା ୫୧ ଟ୍ରିଲିୟନର ବିଭିନ୍ନ ପ୍ରକାର ପ୍ଲାଷ୍ଟିକ ସମୁଦ୍ରରେ ରହିଛି। ସବୁଠାରୁ ଯଦି ବେଶି ପ୍ରଭାବିତ ହେଉଥାନ୍ତି ତେବେ ସେମାନେ ହେଲେ ସାମୁଦ୍ରିକ କଇଁଚ୍ଛ। ପ୍ରାୟ ୫୦ ପ୍ରତିଶତ ସାମୁଦ୍ରିକ କଇଁଚ୍ଛ ପ୍ଲାଷ୍ଟିକ ଖାଇଥାନ୍ତି। ଦେଖାଯାଇଛି ଯେ, ମୃତ କଇଁଚ୍ଛଙ୍କ ମଧ୍ୟରୁ ୫୦-୮୦ଙ୍କ ପେଟରୁ ପ୍ଲାଷ୍ଟିକ ମିଳିଛି। ୫୪ ପ୍ରତିଶତ ତିମି, ଡଲଫିନ ଓ ଶିଲବି ପ୍ଲାଷ୍ଟିକ ଯୋଗୁ ପ୍ରଭାବିତ ହେଉଛନ୍ତି। ଏନଓଏଏ (ନ୍ୟାଶନାଲ ଓସେନଗ୍ରାଫି ଆଣ୍ଡ୍‌ ଅଟମୋସ୍ପିୟରିକ ଆଡମିନିଷ୍ଟ୍ରେଶନ)ର ଏକ ଆକଳନରୁ ଜଣାପଡିଛି ଯେ,୧ ଲକ୍ଷ ସାମୁଦ୍ରିକ ସ୍ତନ୍ୟପାୟୀ ଜୀବଙ୍କ ପ୍ଲାଷ୍ଟିକ ଯୋଗୁ ମୃତ୍ୟୁ ଘଟୁଛି। ୨୧୦୯ରେ ଡଲଫିନ୍‌ଙ୍କ ଉପରେ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, ଇଂଲଣ୍ଡ ନିକଟସ୍ଥ ସମୁଦ୍ରରେ ମୃତ ସବୁ ତିମି ଓ ଶିଲଙ୍କ ଠାରେ ପ୍ଲାଷ୍ଟିକ ମିଳିଛି। ଏହା ଗୋରୁଙ୍କ ଉପରେ ଭୀଷଣ ପ୍ରଭାବ ପକାଉଛି। ଭାରତରେ ବି ଗୃହପାଳିତ ପଶୁ ଓ ବୁଲା କୁକୁର ଏହାର ଶିକାର ହେବାରେ ଲାଗିଛନ୍ତି। ୨୦୧୮ରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାଯାଏ ଯେ କେବଳ ରାଜସ୍ଥାନରେ ପୂର୍ବ ୪ ବର୍ଷ ମଧ୍ୟରେ ୧୦୦୦ରୁ ଊର୍ଦ୍ଧ୍ୱ ଗାଈଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ସମୁଦ୍ରକୂଳରୁ ମିଳିଲା ଅଜବ ଜିନିଷ: ଲୋକେ ବିସ୍ମିତ

ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ ଶହ...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri