‘ପ୍ରୋପା ଲେଡି’ରେ ଦୂତି

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ପ୍ରଥମେ ‘କୌନ୍‌ ବନେଗା କରୋଡ୍‌ ପତି’ର ହଟ୍‌ ସିଟ୍‌ ଆଉ ତା’ପରେ ଭୋଗ୍‌ ‘ସ୍ପୋର୍ଟସ୍‌ ମ୍ୟାନ୍‌ ଅଫ୍‌ ଦି ଇୟର୍‌’। ଆଉ ଏବେ ପ୍ୟୁମାର ବହୁଚର୍ଚ୍ଚିତ ଆଡ୍‌ କ୍ୟାମ୍ପେନ୍‌ ‘ପ୍ରୋପା ଲେଡି’ରେ ନଜର ଆସିଛନ୍ତି ଧାବିକା ଦୂତି ଚାନ୍ଦ। ବିଶ୍ୱ ଦରବାରରେ ଭାରତର ନାମକୁ ଉଚ୍ଚ କରିଥିବା ଦୂତି ଏବେ ପାଲଟିଛନ୍ତି ଫେସ୍‌ ଅଫ୍‌ ଦି ନେଶନ୍‌। କ୍ରୀଡା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ପ୍ରତିଷ୍ଠା କରିଥିବା ଏହି ଦ୍ରୁତତମ ଧାବିକା ଜର୍ମାନ୍‌ ମଲ୍ଟି ନ୍ୟାଶନାଲ କମ୍ପାନୀ ‘ପ୍ୟୁମା’ର ନୂଆ ଇଣ୍ଡିଆନ୍‌ କ୍ୟାମ୍ପେନ୍‌ରେ ଏକ ନୂଆ ରୂପରେ ନଜର ଆସିଛନ୍ତି। ମହିଳାଙ୍କ ପାଇଁ ଥିବା ସାମାଜିକ ପ୍ରତିବନ୍ଧକକୁ ଖାତିର ନ କରି ସେ କିଭଳି ଆଗକୁ ବଢ଼ିିଛନ୍ତି ଓ ନିଜର ସମଲିଙ୍ଗୀତ୍ୱକୁ ସ୍ବୀକାର କରିଛନ୍ତି ତାହା ତାଙ୍କ ବୋଲ୍ଡନେସ୍‌ର ପ୍ରମାଣ ଦେଇଥିବାବେଳେ ‘ପ୍ୟୁମା’ର ଏହି ନୂଆ ଆଡ୍‌ କ୍ୟାମ୍ପେନ୍‌ ତାହା ଦର୍ଶାଇଛି।
ପ୍ରପୋର ନୁହେଁ ପ୍ରୋପା। ଅର୍ଥାତ୍‌ ଠିକ୍‌ଭାବେ ବସ, ଧୀରେ କଥାକୁହ, ସିଧା ଚାଲ ଭଳି ମହିଳାଙ୍କ ପାଇଁ ରହିଥିବା ଚିରାଚରିତ ସାମାଜିକ ପ୍ରଥାକୁ ଖାତିର ନ କରି ନିଜ ଅଧିକାରକୁ ଉପଭୋଗ କର। ଦୃଢ଼ ମନୋବଳ ସହ ଆଗକୁ ବଢ଼, ନିଜ ସ୍ବପ୍ନକୁ ସାକାର କର। ଏଭଳି ବାର୍ତ୍ତାନେଇ ଗ୍ଲୋବାଲ୍‌ ସ୍ପୋର୍ଟସ୍‌ ବ୍ରାଣ୍ଡ୍‌ ‘ପ୍ୟୁମା’ ପକ୍ଷରୁ ପ୍ରସ୍ତୁତ ହୋଇଥିବା ନୂଆ ଆଡ୍‌ କ୍ୟାମ୍ପେନ୍‌ ‘ପ୍ରୋପା ଲେଡି’ରେ ମହିଳାଙ୍କ ସ୍ବାଧୀନତାକୁ ସେଲିବ୍ରେଟ୍‌ କରାଯାଇଥିବାବେଳେ ଏଥିରେ ଅଲିମ୍ପିକ୍‌ ବକ୍ସର ମ୍ୟାରି କମ୍‌, ଓଡ଼ିଶା ଜନ୍ମିତ ଧାବିକା ଦୂତି ଚାନ୍ଦ, ଟ୍ରାନ୍ସଜେଣ୍ଡର ମଡେଲ ଅଞ୍ଜଳୀ ଲାମା ଏବଂ ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ନଜରକୁ ଆସିଛନ୍ତି। ମହିଳାମାନେ ଚିରାଚରିତ ପ୍ରଥା ବିରୋଧରେ ଯାଇ କିଭଳି ନିଜ ଇଚ୍ଛା ଓ ସ୍ବପ୍ନକୁ ବାସ୍ତବ ରୂପ ଦେଇଛନ୍ତି, ତାହା ଏଥିରେ ଦେଖିବାକୁ ମିଳିଛି। କ୍ରୀଡ଼ାରୁ ଆରମ୍ଭ କରି ଫିଲ୍ମ ଦୁନିଆ ପର୍ଯ୍ୟନ୍ତ, ବିଭିନ୍ନ କ୍ଷେତ୍ରରେ ସେମାନେ ପ୍ରତିଷ୍ଠା ଅର୍ଜନ କରିଛନ୍ତି। କିନ୍ନର ହୋଇ ମଧ୍ୟ ଅଞ୍ଜଳୀ ଲାମା ଜଣେ ସୁପର୍‌ମଡେଲର ଆଖ୍ୟା ଅର୍ଜନ କରିଛନ୍ତି। ନିଜ ପ୍ରତିଭା ଓ ଦକ୍ଷତା ବଳରେ ମାତ୍ର ଅଳ୍ପ କିଛିଦିନ ମଧ୍ୟରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ବଲିଉଡ୍‌ରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଓ କାହାକୁ ଖାତିର୍‌ ନ କରି ନିଜ ମତକୁ ସର୍ବଦା ଦୃଢ଼ତ୍ୱର ସହ ଉପସ୍ଥାପନ କରିଛନ୍ତି। ସେହିଭଳି ମ୍ୟାରି କମ୍‌ ଓ ଦୂତି ଚାନ୍ଦ କେବଳ କ୍ରୀଡ଼ା କ୍ଷେତ୍ରରେ ବିଶ୍ୱସ୍ତରରେ ପ୍ରତିଷ୍ଠା ଅର୍ଜନ କରିନାହାନ୍ତି କି ଭାରତକୁ ବିଶ୍ୱ ଦରବାରରେ ଗୌରବାନ୍ବିତ କରିନାହାନ୍ତି, ବରଂ ସାମାଜିକ ପ୍ରତିବନ୍ଧକକୁ ଖାତିର ନ କରି ନିଜ ବ୍ୟକ୍ତିଗତ ମତ ଓ ବିଷୟକୁ ଖୋଲାଖୋଲିଭାବେ ସ୍ବୀକାର କରିଛନ୍ତି। ଦେଶର ପ୍ରଥମ ସମଲିଙ୍ଗୀ କ୍ରୀଡ଼ାବିତ୍‌ ଦୂତି ନିଜ ପ୍ରେମ ସମ୍ପର୍କକୁ ସର୍ବସମ୍ମୁଖରେ ସ୍ବୀକାର କରି ଇତିହାସ ରଚିଛନ୍ତି, ଯାହାକୁ ସେ ଏହି କ୍ୟାମ୍ପେନ୍‌ ମାଧ୍ୟମରେ ଦର୍ଶାଇଛନ୍ତି। ଦୂତୀଙ୍କୁ ଏଥିରେ ଗୋଲାପୀ ରଙ୍ଗର ପ୍ୟୁମା ଟ୍ରାକ୍‌ ସୁଟ୍‌ ଓ ଜୋତା ପିନ୍ଧି ଓ୍ବାର୍କଆଉଟ୍‌ କରିବା ସହ ହ୍ବିସିଲ ମାରିବାର ଦେଖିବାକୁ ମିଳିଛି। ଏହି ଭିଡ଼ିଓ ବିଭିନ୍ନ ପ୍ଲାଟଫର୍ମରେ ବିପୁଳ ସମର୍ଥନ ଲାଭ କରିଥିବାବେଳେ ସବୁସ୍ତରରେ ପ୍ରଶଂସା ସାଉଁଟିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ

କଟକ,୩୦।୪: ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ ମଙ୍ଗଳବାର ଟିକେଟ ଫେରାଇଛନ୍ତି। କଟକ ଲୋକ ସଭା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri