Posted inଫୁରସତ

ପ୍ରେମିକାଙ୍କୁ ମନାଇବା ପାଇଁ ଯବାନ କଲେ ଏମିତି, ଫଟୋ ଭାଇରାଲ

ମସ୍କୋ: ଋଷିୟାନ୍‌ ସେନାର ଜଣେ ଯବାନ ନିଜର ଗାର୍ଲଫ୍ରେଣ୍ଡଙ୍କୁ ମନାଇବା ପାଇଁ ଏମିତି କିଛି କରିଛନ୍ତି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ବାରମ୍ବାର ମନାଇବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ଶେଷରେ ଏମିତି କିଛି ପ୍ଲାନିଂ କଲେ ଯେଉଁଥିରେ ପ୍ରେମିକା ତାଙ୍କ ପ୍ରେମକୁ ଗ୍ରହଣ କରିନେବାକୁ ଏକପ୍ରକାର ବାଧ୍ୟ ହୋଇଛନ୍ତି। ଋଷିୟାନ ସେନାର ପ୍ଲାଟୁନ୍‌ କମାଣ୍ଡର ଡେନିସ୍‌ କଞ୍ଜେଟସେବ୍‌ ୧୬ଟି ଟ୍ୟାଙ୍କରରେ ହାର୍ଟ ସେପ୍‌ କରି ତାଙ୍କ ପ୍ରେମିକାଙ୍କ ନିକଟରେ ପ୍ରେମ ଜାହିର କରିଛନ୍ତି। ଖାସ୍‌କରି ପ୍ରେମିକାଙ୍କୁ ମନାଇବା ପାଇଁ ଡେନିସ୍‌ ଏପରି ଭିନ୍ନ ତରିକା ଆପଣାଇଛନ୍ତି।

ଡେନିସ୍‌ ମସ୍କୋର ଏଲୋବିନୋ ଟ୍ରେନିଂ ଗ୍ରାଉଣ୍ଡ୍‌ରେ ଏହି ହାର୍ଟ ସେପ୍‌ ତିଆରି କରିବା ପାଇଁ ଟି-୭୨ ବି ୨ ଟ୍ୟାଙ୍କର ବ୍ୟବହାର କରିଛନ୍ତି। ସୋସିଆଲ ମିଡିଆରେ ଏହି ଫଟୋ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଡେନିସ୍‌ ତାଙ୍କ ୨୦ ବର୍ଷୀୟା ପ୍ରେମିକା ଆଲେକ୍‌ଜାଣ୍ଡ୍ରା କୋପିଟୋଭାଙ୍କୁ ଗ୍ରାଉଣ୍ଡ୍‌ ମଧ୍ୟକୁ ନେଇ ତାଙ୍କ ସାମ୍ନାରେ ହୃଦୟର କଥା କହୁଥିବା ଦେଖିବାକୁ ମିଳିଛି। ଏଥିରେ ଡେନିସ୍‌ ପ୍ରେମିକାଙ୍କୁ ପଚାରୁଛନ୍ତି ତୁମେ ମୋତେ ବିବାହ କରିବ କି ନାହିଁ? କୋପିଟୋଭା ବି ବେଶ୍‌ ରୋମାଣ୍ଟିକ୍‌ ମୁଡ୍‌ରେ ଉତ୍ତର ରଖିଛନ୍ତି, ଏହା ମୋ’ ଜୀବନର ସ୍ମରଣୀୟ ଦିନ। ମୁଁ ବି ମୋ’ ଭାବନାକୁ ଅଟକାଇ ପାରୁନାହିଁ।

ଡେନିସ୍‌ କୁହନ୍ତି, କୋପିଟୋଭାଙ୍କୁ ମନାଇବା ବହୁ କଷ୍ଟକର ଥିଲା। ଏହା ପୂର୍ବରୁ ସେ ବହୁବାର ଚେଷ୍ଟା କରି ବିଫଳ ହୋଇଥିଲେ। କାରଣ ତାଙ୍କ କଥାକୁ କୋପିଟୋଭା ଟାଳି ଚାଲିଥିଲେ। ଶେଷରେ ଏପରି ତରିକା ଆପଣାଇବାକୁ ପଡ଼ିଲା ବୋଲି କୁହନ୍ତି ଡେନିସ୍‌। ଆଉ ଏଥିରେ ସେ ସଫଳ ମଧ୍ୟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର

ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…

ଶେଖ ହାସିନାଙ୍କୁ ପ୍ରତ୍ୟର୍ପଣ କର: ଭାରତରେ ପହଞ୍ଚି ଏମିତି କହିଲେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ, ମିଳିଲା ଏମିତି ଜବାବ

ଢାକା,୯।୪: ଗତ ବର୍ଷ ଭାରତ-ବାଂଲାଦେଶ ସମ୍ପର୍କରେ ଉତ୍ତେଜନା ଶୀର୍ଷରେ ପହଞ୍ଚିବା ପରେ ବାଂଲାଦେଶ ଏବେ ସମ୍ପର୍କ ଉନ୍ନତ କରିବା ପାଇଁ ପଦକ୍ଷେପ ନେଉଛି। ଏହି ପରିପ୍ରେକ୍ଷୀରେ ବାଂଲାଦେଶର…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

‘ଏଥର ଏପରି ଗୁଳି ବର୍ଷା କରିବୁ…’ ଯୁଦ୍ଧବିରତି ମଧ୍ୟରେ ଟ୍ରମ୍ପ ଇରାନକୁ କାହିଁକି ଧମକ ଦେଲେ?

ଓ୍ବାଶିଂଟନ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ପୁଣି ଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri