ଅନୁଗୋଳ ଅଫିସ, ୧୪।୬- ରଜ ପାଇଁ ସ୍ବାମୀଙ୍କ ସହ ଅନୁଗୋଳ ବଜାରକୁ କିଣାକିଣି କରିବାକୁ ଆସିଥିବା ଜଣେ ମହିଳା ପ୍ରେମିକଙ୍କ ସହ ଯିବାକୁ ଜିଦ୍ ଧରିବା ଘଟଣା ଗୁରୁବାର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିଯୋଗୁ ଅନୁଗୋଳ ବସ୍ଷ୍ଟାଣ୍ଡରେ ସମ୍ପୃକ୍ତ ସ୍ବାମୀଙ୍କୁ ହଟହଟା ହେବାକୁ ପଡିଛି। ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ସତ୍ତ୍ୱେ ଘଟଣା ସମାଧାନ ନ ହେବାରୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଉଭୟ ସ୍ବାମୀ ସ୍ତ୍ରୀ ଓ ସମ୍ପୃକ୍ତ ପ୍ରେମିକ।
ସୂଚନା ମୁତାବକ, ପୂର୍ବରୁ ବିବାହ କରିଥିବା ଯୁବକ ଜଣକ ପ୍ରାୟ ସାଢେ ୩ ବର୍ଷ ପୂର୍ବେ ସମ୍ପୃକ୍ତ ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଗୁରୁବାର ସ୍ବାମୀ ସ୍ତ୍ରୀ ରଜ ପାଇଁ ବିଭିନ୍ନ ଜିନିଷ ଓ ପୋଷାକ ପତ୍ର କିଣିବାକୁ ଅନୁଗୋଳ ବଜାରକୁ ଆସିଥିଲେ। ସେଠାରେ ପୂର୍ବ ପ୍ରେମିକଙ୍କ ସହ ସମ୍ପୃକ୍ତ ମହିଳାଙ୍କ ଦେଖା ହୋଇଥିଲା। ଏହା ପରେ ମହିଳା ଜଣକ ପ୍ରେମିକଙ୍କ ସହ ଯିବେ ବୋଲି ଜିଦ୍ ଧରିଥିଲେ। ଫଳରେ ସ୍ବାମୀ କିଛି ଉପାୟ ନ ପାଇ ସ୍ଥାନୀୟ ଲୋକଙ୍କ ସହାୟତା ମାଗିଥିଲେ। ଅନୁଗୋଳ ବସ୍ଷ୍ଟାଣ୍ଡରେ ଏଥିଯୋଗୁ ଗହଳି ଜମିଥିଲା। ବୁଝାଶୁଝା ସତ୍ତ୍ୱେ ମହିଳା ଜଣକ ନ ମାନିବାରୁ ସମସ୍ତଙ୍କୁ ନେଇ ଲୋକେ ବସ୍ଷ୍ଟାଣ୍ଡରେ ଥିବା ଫାଣ୍ଡିକୁ ଯାଇଥିଲେ। ସେଠାରେ ମଧ୍ୟ ମହିଳା ଜଣକ ଜିଦ୍ରେ ଅଟଳ ରହିଥିଲେ।
ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ
ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...
ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା
ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...
ଆଉଘରକୁ ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍ ସହ ହେଲା…
ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...
ଗଛରେ ପିଟିହେଲା ବାଇକ୍, ଚାଲିଗଲା ଜଣଙ୍କ ଜୀବନ
ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...
ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ
ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...
ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି
ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...
ଅନୁଗୋଳରେ ଲଜ୍ଜା: ନାବାଳିକା ଭଉଣୀକୁ ବଳତ୍କାର କଲା ଭାଇ
ଛେଣ୍ଡିପଦା,୩।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ...
ଜିଏମ୍ଡିସି: ଗୁଜରାଟରୁ ଆସି ଖାଇଗଲେ
ଅନୁଗୋଳ,୨୮ା୧୦(ଦିବ୍ୟଶାନ୍ତନୁ ନାଥ)/ଛେଣ୍ଡିପଦା (ଅଜିତ ଧଳ): ଖଣି ଖନନ ହେଲେ ରୋଜଗାର ବଢ଼ିବ। ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏପରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୁଗୋଳ...
Archives


