Posted inଖେଳ

ପ୍ରମୋଦଙ୍କୁ କ୍ରୀଡ଼ା, ଶ୍ରୀମତୀଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର

ଭୁବନେଶ୍ୱର, ୨୯।୮(ସ୍ପୋଟର୍‌ସ ବ୍ୟୁରୋ)- ଜାତୀୟ କ୍ରୀଡ଼ା ଦିବସ ତଥା କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ ଅବସରରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ କ୍ରୀଡ଼ା ସାହସିକତା ଓ ସମାଜସେବା ପୁରସ୍କାର ପ୍ରଦାନ କରିଛନ୍ତି। କ୍ରୀଡ଼ା ପାଇଁ ପାରା ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତଙ୍କୁ ଓ ସାହସିକତାରେ ବନ୍ଧୁଙ୍କୁ ଦୁର୍ଘଟଣାରେ ବଞ୍ଚାଇଥିବା ଅନୁଗୋଳର ଛୋଟ ଝିଅ ଶ୍ରୀମତୀ ଭଦ୍ରାଙ୍କୁ ବିଜୁ ପଟ୍ଟନାୟକ  ପୁରସ୍କାର ପ୍ରଦାନ କରାଯାଇଛି। ଉଭୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ଓ ମାନପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଉପସ୍ଥିତ କ୍ରୀଡ଼ାବିତ୍‌ ଓ କ୍ରୀଡ଼ାପ୍ରେମୀଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନିଜର ବକ୍ତବ୍ୟ ରଖିଥିଲେ। ରାଜ୍ୟର ପ୍ରତିଭା ସମ୍ପନ୍ନ କ୍ରୀଡ଼ାବତ୍‌ମାନେ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ଓ ଏହି ସଫଳତା ଯୁବ କ୍ରୀଡ଼ାବିତ୍‌ ତଥା ପ୍ରତିଭାଙ୍କୁ ଉତ୍ସାହିତ କରିବ ବୋଲି ସେ କହିଛନ୍ତି। ଯୁବ କ୍ରୀଡ଼ାବିତମାନଙ୍କୁ ସମର୍ପିତ ଭାବନା ନେଇ ପ୍ରୟାସ ଜାରି ରଖିବାକୁ ସେ ଆହ୍ବାନ ଦେଇଥିଲେ। କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ଉତ୍ସବରେ ଯୋଗ ଦେଇ ନିଜର ବ୍ୟକ୍ତବ୍ୟ ରଖିଥିଲେ। ସେ ସଫଳତ କ୍ରୀଡ଼ାବିତ୍‌ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଓ ଏହି କ୍ରୀଡ଼ାବିତ୍‌ମାନେ ରାଜ୍ୟର ଗର୍ବ। ରାଜ୍ୟ ଏବେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ବିଶ୍ୱସ୍ତରୀୟ ଇଭେଣ୍ଟଗୁଡିକ ଆୟୋଜନ କରିବା ସହ ରାଜ୍ୟ ଏବେ ସଫଳ କ୍ରୀଡ଼ାବିତ୍‌ ସୃଷ୍ଟି କରିବାରେ ସଫଳ ହୋଇଛି ବୋଲି ସେ କହିଛନ୍ତି। ତୃଣମୂଳସ୍ତରରେ ପ୍ରତିଭା ଚିହ୍ନଟ ଓ ବିକାଶ ପାଇଁ ରାଜ୍ୟ ସରକାର ଚେଷ୍ଟିତ ରହିଛନ୍ତି। କୋଚିଂ, ବୈଷୟିକ ସୁବିଧାସୁଯୋଗ, ଆବଶ୍ୟକୀୟ ଭିତ୍ତିଭୂମୀ ଯୋଗା ଦେବାଲାଗି ସରକାର ପ୍ରୟାସ ଜାରି ରଖିବେ ବୋଲି ସେ କହିଥିଲେ।
୪ଟି ବର୍ଗ ପାଇଁ ଓ ମୋଟ ଉପରେ ୯ଟି ପୁରସ୍କାର ପ୍ରଦାନ କରାଯାଇଥିଲା। କ୍ରୀଡ଼ାରେ ଉତ୍କୃଷ୍ଠତା ପାଇଁ ଜଣାଶୁଣା ପାରା ବ୍ୟାଡ୍‌ମିଣ୍ଟନ ତାରକା ପ୍ରମୋଦ ଭଗତ, କ୍ରୀଡ଼ାରେ ଶ୍ରେଷ୍ଠ ଅବଦାନ, ପ୍ରଚାର ଓ ପ୍ରସାର ପାଇଁ କିଟ୍‌, ସାହସିକତା ପାଇଁ ଅନୁଗୋଳର ସ୍କୁଲ ଛାତ୍ରୀ ଶ୍ରୀମତୀ ଭଦ୍ରାଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ସମାଜସେବା ପାଇଁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ମୋଟ୍‌ ଉପରେ ୯ଟି ପୁରସ୍କାର ପ୍ରଦାନ କରାଯାଇଥିଲା। ସମାଜ ସେବା ପାଇଁ ୬ ଜଣ ବ୍ୟକ୍ତିଙ୍କୁ ସମ୍ମାନିତ କାରଯାଇଥିଲା। ସେମାନେ ହେଲେ ଭଦ୍ରକ ଜିଲାର ରାଧାକାନ୍ତ ତ୍ରିପାଠୀ ଓ ପୁରୀ ଜିଲାର ବଦ୍ରି ମିଶ୍ର, ନୂଆପଡ଼ା ଜିଲାର ମହେନ୍ଦ୍ର କୁମାର ଜୋଶୀ, କୋରାପୁଟ ଜିଲାର କାମାଖ୍ୟା ପ୍ରସାଦ ମାଝି, ବଲାଙ୍ଗୀର ଜିଲାର ରାମ ନାରାୟଣ ଦାଶ ଓ କେନ୍ଦୁଝର ଜିଲାର ଅବଦୁଲ ରହମାନ ଖାଁ। ଏହା ବ୍ୟତୀତ ୨୦୧୮ରେ ସଫଳତା ହାସଲ କରିଥିବା ୧୩୮ଜଣ କ୍ରୀଡ଼ାବିତ୍‌ଙ୍କୁ ଉତ୍ସବ ଅବ୍ୟବହତି ପୂର୍ବରୁ କ୍ରୀଡ଼ାମନ୍ତ୍ରୀ ନଗଦ ଅର୍ଥ ରାଶି ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?