ବ୍ରହ୍ମପୁର ଅଫିସ୍,୩ା୭-ଗଞ୍ଜାମ ଜିଲାର ସରକାରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ବ୍ୟବସ୍ଥାକୁ ଯେତିକି ସୁଦୃଢ଼ କରିବାକୁ ପଦକ୍ଷେପ ନିଆଯାଉଛି, ତୃଣମୂଳସ୍ତରରେ ସେତିକି ଦୁର୍ବଳ ହେବାରେ ଲାଗିଛି। ଯୋଜନା ନ ଥାଇ ପିଲାମାନଙ୍କୁ ପାଠପଢ଼ା ଯାଉଛି। ଫଳରେ ପରୀକ୍ଷା ଫଳ ଖରାପ ହେଉଛି। ପ୍ରାଥମିକ ଶିକ୍ଷାଦାନ ବ୍ୟବସ୍ଥାରେ ଏହି ଦୁର୍ବଳତାକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଧରିଛନ୍ତି। ବିନା ଖସଡ଼ାରେ ଚାଲିଥିବା ଅସଜଡ଼ା ପାଠପଢ଼ାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସଜାଡ଼ିବାକୁ ଏକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛନ୍ତି।
ଗତ ୨୯ତାରିଖରେ ଜିଲାପାଳ କୁଲାଙ୍ଗେ ହଞ୍ଜିଳିକାଟୁ ବ୍ଲକ ନନ୍ଦିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ଗସ୍ତରେ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ଯାହା ଦେଖିଲେ, ଆଶ୍ଚର୍ଯ୍ୟ ହୋଇଗଲେ। ଶିକ୍ଷକମାନେ ବିନା ଯୋଜନାରେ ଅତ୍ୟନ୍ତ ଖାମଖିଆଲ ଭାବେ ପିଲାମାନଙ୍କୁ ପଢ଼ାଉଛନ୍ତି। ଲେସନ୍ ନୋଟ୍ କିମ୍ବା ଶିକ୍ଷାଦାନ ପ୍ରଣାଳୀ ସାମଗ୍ରୀ ମଧ୍ୟ ଶିକ୍ଷକଙ୍କ ପାଖେ ନ ଥିଲା। ଏପରିକି ବିନା କଳାପଟାରେ ଲେଖି, ଶିକ୍ଷକମାନେ ପିଲାମାନଙ୍କୁ ମୌଖିକ ଭାବରେ କହି ପଢ଼ାଉଥିଲେ। ଶ୍ରେଣୀଗୁଡ଼ିକର ଟାଇମ୍ଟେବୁଲ୍ ନାହିଁ । ବାର୍ଷିକ ଯୋଜନା ନାହିଁ। ପିଲାମାନଙ୍କ ପାଟିରୁ କଥା ବାହାରୁ ନ ଥିଲା। କେବଳ ଶିକ୍ଷକ କହି କହି ଚାଲୁଥିଲେ। ଶ୍ରେଣୀଗୁଡ଼ିକ ସଫା ସୁତରା ନ ଥିଲା। ସ୍ବଚ୍ଛ ବିଦ୍ୟାଳୟ ଯୋଜନା ସଂପୂର୍ଣ୍ଣ ବିଫଳ ଦେଖାଯାଉଥିଲା। ପିଲାମାନଙ୍କୁ ଟେବୁଲ୍ ଚୌକି ଦିଆଯାଇ ନ ଥିବା ଯୋଗୁ ସେମାନେ ଚଟାଣରେ ବସିଥିଲେ। ‘ତଳେ ବସିବାକୁ ନା’ ଯୋଜନା କାର୍ଯ୍ୟକାରୀ ହୋଇ ନ ଥିଲା। ଶ୍ରେଣୀ ଗୃହରେ ବକ୍ସ ଲାଇବ୍ରେରୀ ନ ଥିଲା, ଏପରିକି ପିଲାମାନେ ଏ ସମ୍ପର୍କରେ ଜାଣି ନ ଥିଲେ। ଆଇନା, ପାନିଆ କିମ୍ବା ନଖକଟା ନ ଥିଲା। ରଙ୍ଗିନ୍ ଚକ୍ ବଦଳରେ ଧଳା ଚକ୍ ବ୍ୟବହାର ହେଉଥିଲା। ଶ୍ରେଣୀ ଗୃହରେ ଆଲୋକ ବ୍ୟବସ୍ଥା ନ ଥିବା ଯୋଗୁ ଅନ୍ଧାର
ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା
ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...
ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ
ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...
ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି
ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...
ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ
ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...
ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…
ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...
ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…
ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...
ରାଜ୍ୟସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ: ଆମେ ଲୋକଙ୍କ ଡାକ ପିଅନ କହିଲେ…
ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଠାରେ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ୨୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ...
ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ
ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...
Archives


