ପ୍ରାକ୍ଟିକାଲରେ କମ୍‌ ମାର୍କ ପାଇଁ କଲେଜ ଘେରିଲେ ଛାତ୍ରୀ

ଜୟପୁର,୨୬ା୬(ନି.ପ୍ର./ଡି.ଏନ୍‌.ଏ.): ଥିଓରିରେ ୮୦ ପ୍ରତିଶତ ମାର୍କ ରଖିଥିବା ଜଣେ ଛାତ୍ରୀଙ୍କୁ ଗୃହ ବିଜ୍ଞାନର ପ୍ରାକ୍ଟିକାଲରେ ମାତ୍ର ୧୨ ମାର୍କ ମିଳିଛି। ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟରେ ଏଭଳି ବ୍ୟତିକ୍ରମ ଛାତ୍ରୀମାନଙ୍କୁ ଅସନ୍ତୁଷ୍ଟ କରିଛି। ବୁଧବାର ସେମାନେ କଲେଜ ଘେରାଉ କରି ଅଧ୍ୟକ୍ଷାଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି। ଏହାର ନକଲ ଉଚ୍ଚଶିକ୍ଷା ମନ୍ତ୍ରୀ, ସଚିବ, ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷଙ୍କୁ ମଧ୍ୟ ପଠାଯାଇଛି। ପିଲାଙ୍କ ଅଭିଭାବକ କଲେଜ ଅଧ୍ୟକ୍ଷାଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି।
ସୂଚନା ଅନୁଯାୟୀ, ଯୁକ୍ତ ୨ କଳାରେ କଲେଜରେ ପ୍ରଥମ ହୋଇଥିବା ଛାତ୍ରୀ ରେଶମା ପାତ୍ର ୮୦ ପ୍ରତିଶତ ମାର୍କ ଆଣିଥିବା ବେଳେ ପ୍ରାକ୍ଟିକାଲରେ ମାତ୍ର ୧୨ ମାର୍କ ଆଣିଛନ୍ତି । ଯେଉଁମାନେ ଥିଓରିରେ ୩ ମାର୍କ ଆଣି ଫେଲ୍‌ ହୋଇଛନ୍ତି, ସେମାନଙ୍କୁ ପ୍ରାକ୍ଟିକାଲରେ ଅଧିକ ମାର୍କ ମିଳିଛି। ପ୍ରାକ୍ଟିକାଲ ଦିନ ବିନା ପ୍ରଶ୍ନପତ୍ରରେ ହୋଇଥିବା ବେଳେ ଇନଭିଜିଲେଟରଙ୍କ ଅନୁପସ୍ଥିତିରେ ପରୀକ୍ଷା କରାଯାଇଥିଲା। ଗୃହ ବିଜ୍ଞାନର ଜନୈକା ଅଧ୍ୟାପିକା ପରୀକ୍ଷା ପୂର୍ବରୁ ‘ପ୍ରାକ୍ଟିକାଲ ମାର୍କ ମୋ ହାତରେ ରହିଛି, କାହାକୁ ବି ୨୦ ମାର୍କ ଦେବିନାହିଁ’ ବୋଲି ଧମକ ଦେଉଥିବା ଛାତ୍ରୀମାନେ କହିଛନ୍ତି। ରେଗୁଲାର ଓ ଏକ୍ସ ରେଗୁଲାର ମିଶି ପ୍ରାକ୍ଟିକାଲରେ ୨୧୫ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ। ଅଧିକାଂଶ ପରୀକ୍ଷାର୍ଥୀଙ୍କୁ ମାତ୍ର ୧୨, ୧୫, ୨୦ ମାର୍କ ମିଳିଛି। ଏହିପରି ଅର୍ପିତା ମହାପାତ୍ର, ମୌସୁମୀ ପାତ୍ର ଓ ଅନ୍ୟ ୧୫ରୁ ଊର୍ଦ୍ଧ୍ୱ ଛାତ୍ରୀଙ୍କ ମଧ୍ୟ ପ୍ରାକ୍ଟିକାଲରେ ମାର୍କ କମ ରହିଥିବା ସେମାନଙ୍କ ଅଭିଭାବକ ଅଭିଯୋଗ କରିଛନ୍ତି । ପିଲାଙ୍କୁ ଜାଣିଶୁଣି ହତାଶ କରାଯାଉଥିବା ବିଷୟ ଜଣେ ଛାତ୍ରୀଙ୍କ ଅଭିଭାବକ ବିଜୟ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଏନେଇ ଅଧ୍ୟକ୍ଷା ମନୋରମା ଦେବୀଙ୍କ ପ୍ରତିକ୍ରିୟା ମାଗିବା ପରେ ସେ କହିଥିଲେ, ଥିଓରିରେ ଜଣେ ଭଲ କଲେ ପ୍ରାକ୍ଟିକାଲରେ ମଧ୍ୟ ଭଲ କରିବେ, ସେମିତି କିଛି ମାନେ ନାହିଁ। ଯାହା ମାର୍କ ଦିଆଯାଇଛି, ପରୀକ୍ଷା ଯୋଗ୍ୟତା ଅନୁଯାୟୀ ଦିଆଯାଇଛି । ମାର୍କ ଉପରେ ଅଧ୍ୟକ୍ଷାଙ୍କର କୌଣସି କର୍ତ୍ତୃତ୍ୱ ନଥାଏ। ସେମାନଙ୍କ ସନ୍ଦେହ ହେଲେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିପାରିବେ ବୋଲି ଅଧ୍ୟକ୍ଷା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri