ପ୍ରସ୍ତୁତି ଶେଷ, ଆଜି ରଥଯାତ୍ରା

କଟକ ଅଫିସ,୪ା୭: ଗୁରୁବାର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଭାଇଚାରାର ସହର କଟକରେ ରଥଯାତ୍ରା ଆନନ୍ଦଉଲ୍ଲାସରେ ପାଳନ କରାଯାଏ। ଏଥିପାଇଁ ସହରର ସମସ୍ତ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଅଧିକାଂଶ ସ୍ଥାନରେ ସହର ବାହାରୁ କାରିଗରମାନେ ଆସି ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ରଥର ଚକ, ଚାରି ନାହାକା, ଚଉଦ ନାହାକା, ଦୁଆରବେଢ଼ା, ଉପରଭୂମି, ପ୍ରଭା, ପାରାଭାଡ଼ି, ପୋଟଳ ଓ ଦଧିନଉତି ଓ କପଡା ଲଗାଯିବା କାମ ବୁଧବାର ସୁଦ୍ଧା ଶେଷ ହୋଇଛି। ଗୁରୁବାର ଭୋରରୁ ଶ୍ରଜୀଉଙ୍କ ମଙ୍ଗଳ ଆଳତି କରାଯିବା ପରେ, ମଇଲମ, ତଡ଼ପ ଲାଗି, ଅବକାଶ ନୀତି, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳବଲ୍ଲଭ ସହ ଖେଚୁଡ଼ି ଭୋଗ କରାଯିବ। ଏଥିସହ ରଥ ପ୍ରତିଷ୍ଠା କରାଯାଇ ଟାହିଆଲାଗି, ପନ୍ତିଭୋଗ କରାଯିବ। ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡ଼ି ପହଣ୍ଡିରେ ରଥ ଉପରକୁ ଅଣାଯିବ। ରଥରେ ଛେରାପହଁରା କରାଯିବ। ଏହାପରେ ଚାରମାଳ ଫିଟାଯିବା ସହ ଘୋଡା, ସାରଥି ଲାଗିବା ପରେ ଆରମ୍ଭ ହେବ ରଥଟଣା।

ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିର
ସହରର ପ୍ରମୁଖ ଜଗନ୍ନାଥ ମନ୍ଦିର ଭାବେ ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିରର ଖ୍ୟାତି ରହିଛି। ଏଠାକାର ଶ୍ରୀଜୀଉଙ୍କ ମାଉସୀ ମା’ ମନ୍ଦିର ଭାବେ ସ୍ଥାନୀୟ କାଫଲା ଫାଣ୍ଡି ଠାରେ ଏକ ଅସ୍ଥାୟୀ ମଣ୍ଡପ ନିର୍ମାଣ କରାଯାଏ। ଉକ୍ତ ମନ୍ଦିରର ରଥ ଯାତ୍ରା ନିମନ୍ତେ ଜୁଡିସିଆଲ ଏକାଡେମୀ ସମ୍ମୁଖ କାଠଯୋଡ଼ି ନଦୀକୂଳରେ ରଥଖଳା ହୋଇଛି। ରଥଗୁଡ଼ିକର ଉଚ୍ଚତା ୨୫ଫୁଟ। ଅକ୍ଷୟ ତୃତୀୟାରୁ କାରିଗର ସାଗର ମହାରଣାଙ୍କ ନେତୃତ୍ୱରେ ରଥ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ରଥ ନିର୍ମାଣ କାର୍ଯ୍ୟରେ ପୁରୀର ୧୧ଜଣ କାରିଗର ନିୟୋଜିତ ହୋଇଥିବା ସାଗର କହିଛନ୍ତି।
ଦୋଳମୁଣ୍ଡାଇ ଜଗନ୍ନାଥ ମନ୍ଦିର
ଦୋଳମୁଣ୍ଡାଇ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି କାରିଗର ରବୀନ୍ଦ୍ର ଭୋଇ କହିଛନ୍ତି। ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ବୁଧବାର ଦୁଆରବେଢ଼ା ଓ ଦଧିନଉତି ଲଗାଯାଇଥିଲା। ଚଳିତବର୍ଷ ବିଛଣାପଟା ଓ ରଥର ଅନ୍ୟ କିଛି ଅଂଶରେ ନୂତନ କାଠ ଲଗାଯାଇଛି ବୋଲି ରବୀନ୍ଦ୍ର କହିଥିଲେ। ବଳଭଦ୍ରଙ୍କ ରଥ ସବୁଠାରୁ ଅଧିକ ଉଚ୍ଚ ତଥା ୨୪ଫୁଟ। ୬ ଇଞ୍ଚ ଲେଖାଏ କମ୍‌ କରାଯାଇ ଜଗନ୍ନାଥ ଓ ସୁଭଦ୍ରାଙ୍କ ରଥ ନିର୍ମାଣ ହୋଇଛି। ଜେଜେବାପାଙ୍କ ଅମଳରୁ ସେ ରଥ ନିର୍ମାଣ କରି ଆସୁଛନ୍ତି ବୋଲି ରବୀନ୍ଦ୍ର କହିଥିଲେ।
ଶ୍ରୀଶ୍ରୀ ବଳଦେବଜୀଉ ମନ୍ଦିର, ରାଣୀହାଟ
ଗତ ୫ବର୍ଷ ହେବ ଏଠାରେ ରଥଯାତ୍ରା ପାଳନ ହୋଇଆସୁଛି। ଗୋଟିଏ ରଥରେ ଚତୁର୍ଦ୍ଧା ମୂର୍ତ୍ତି ରଥଯାତ୍ରାରେ ଯାଆନ୍ତି। ରାଣୀହାଟ ଦୁର୍ଗାଘର ହେଉଛି ଗୁଣ୍ଡିଚା ମନ୍ଦିର। ତେବେ କଟକର ଜିଲାପାଳ ଏହି ରଥଯାତ୍ରାରେ ଛେରାପହଁରା କରନ୍ତି। ଯାହା ଏକ ନିଆରା ପରମ୍ପରା। ଏଠାକାର ରଥର ଉଚ୍ଚତା ୨୫ଫୁଟ। ପୁରୀ ଜିଲା ପିପିଲି ଅଞ୍ଚଳର କାରିଗର ପ୍ରହଲ୍ଲାଦ ମହାରଣାଙ୍କ ନେତୃତ୍ୱରେ ରଥ ନିର୍ମାଣ ହୋଇଛି ବୋଲି ରଥଯାତ୍ରା ପରିଚାଳନା କମିଟି ସଭାପତି ବିଜୟ କୁମାର ସାହୁ କହିଛନ୍ତି।
ଶ୍ରୀଶ୍ରୀ ଜୟ ଜଗନ୍ନାଥ କଲୋନୀ, ଖପୁରିଆ
୨୦୦୦ରେ ଏଠାରେ ରଥଯାତ୍ରା ଆରମ୍ଭ ହୋଇଥିଲା। ପ୍ରଥମେ ଗୋଟିଏ ରଥରେ ଚତୁର୍ଦ୍ଧା ମୂର୍ତ୍ତି ରଥଯାତ୍ରାରେ ଯାଉଥିଲେ। ପରେ ୨୦୦୭ରୁ ତିନିଟି ରଥ ହୋଇ ଏହି ଯାତ୍ରା ଚାଲିଛି। ବଳଭଦ୍ରଙ୍କ ରଥ ୨୧ଫୁଟ ହୋଇଥିବା ବେଳେ ଅନ୍ୟ ଦୁଇଟି ରଥ ଏହାଠାରୁ କମ୍‌ ଉଚ୍ଚତା ବିଶିଷ୍ଟ। କାରିଗର ସାଗର ମହାରଣାଙ୍କ ତତ୍ତ୍ବାବଧାନରେ ରଥ ନିର୍ମାଣ ହୋଇଥିବା ରଥଯାତ୍ରା ପରିଚାଳନା କମିଟିର ଆଦିକନ୍ଦ ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri