ପ୍ରସ୍ତାବିତ କୋଭିଡ ହସ୍ପିଟାଲ ବୁଲି ଦେଖିଲେ ୫-ଟି ସଚିବ

ଭଦ୍ରକ ଅଫିସ, ୮ା୪: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକରେ କରୋନା ସନ୍ଦିଗ୍ଧ ଏବଂ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ସ୍ବତନ୍ତ୍ର ଭାବେ ମୋଟେଲ ଛକସ୍ଥିତ ସାଳନ୍ଦୀ ଘରୋଇ ହସ୍ପିଟାଲକୁ ମନୋନୀତ କରାଯାଇଛି। ଯେଉଁମାନେ ସନ୍ଦିଗ୍ଧ ସେମାନଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଏହି ହସ୍ପିଟାଲରେ ରଖି ଚିକିତ୍ସା କରାଯିବ। ଯଦି ସେମାନଙ୍କ ରକ୍ତ ନମୁନା ପଜିଟିଭ ବାହାରିବ ଏବଂ ସେମାନେ ସ୍ବାଭାବିକ ରହିଥିବେ ତାହେଲେ ମଧ୍ୟ ସେମାନେ ଏହିଠାରେ ଚିକିତ୍ସିତ ହେବେ। ତେବେ ଯେଉଁମାନଙ୍କ ପାଇଁ ଆଇସିୟୁର ଆବଶ୍ୟକ ପଡ଼ିବ ସେମାନଙ୍କୁ କୋଭିଡ଼-୧୯ ଆଇସିୟୁ ସୁବିଧା ଥିବା ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ଜିଲାପାଳ ଡ. ଜ୍ଞାନରଞ୍ଜନ ଦାସ ସୂଚନା ଦେଇଛନ୍ତି । ବୁଧବାର ଅପରାହ୍ନରେ ୫-ଟି ସଚିବ ଭି କେ ପାଣ୍ଡିୟାନ ପ୍ରସ୍ତାବିତ କୋଭିଡ଼ ହସ୍ପିଟାଲ ସାଳନ୍ଦୀ ହସ୍ପିଟାଲକୁ ବୁଲି ଦେଖିଥିଲେ । ତାଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମଧ୍ୟ ଥିଲେ। ଜିଲାପାଳ ଦାସ, ସିଡିଏମ୍‌ଓ ଡ. ଜଗନ୍ନାଥ ପହି, ଏସ୍‌ପି ରାଜେଶ ପଣ୍ଡିତଙ୍କ ଉପସ୍ଥିତିରେ ୫ଟି ସଚିବ ଭିତ୍ତିଭୂମି ଓ ବିଭିନ୍ନ ପ୍ରସ୍ତୁତି କାର୍ଯ୍ୟ ବୁଲି ଦେଖିଥିଲେ। ଏହି ହସ୍ପିଟାଲରେ ୧୦୦ ଶଯ୍ୟା ଓ ୨ଟି ଆଇସିୟୁ ସମେତ ଭେଣ୍ଟିଲେଟର ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ପକ୍ଷରୁ ସଚିବଙ୍କୁ କୁହାଯାଇଥିଲା। ଉକ୍ତ ହସ୍ପିଟାଲରେ ପ୍ରଶାସନ ପକ୍ଷରୁ ୬୮ ଜଣ ଡାକ୍ତର ସମେତ ଅନ୍ୟାନ୍ୟ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଥିବା ସଚିବଙ୍କୁ ସୂଚନା ଦିଆଯାଇଥିଲା। ଏହି ହସ୍ପିଟାଲ ଆଗାମୀ ୩ ମାସ ପର୍ଯ୍ୟନ୍ତ କରୋନା ଓ ସନ୍ଦିଗ୍ଧ ରୋଗୀଙ୍କୁ ସେବା ଯୋଗାଇବ ବୋଲି ଜଣାପଡ଼ିଛି। ହସ୍ପିଟାଲର ଭିତ୍ତିଭୂମି ଦେଖି ପାଣ୍ଡିୟାନ୍‌ ଖୁସିବ୍ୟକ୍ତ କରିଥିଲେ। ଏହାପରେ ଦୁଇ ସଚିବ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଫେରିଯାଇଥିଲେ।
ଏହି ଲକଡାଉନ ପିରିୟଡ଼ରେ ଲୋକମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଘରୁ ବାହାରିବାକୁ ମନା କରାଯାଇଛି। ଲୋକଙ୍କ ଆବଶ୍ୟକ ଥିବା ପରିବା, ଗ୍ରୋଶରୀ ସାମଗ୍ରୀ ପ୍ରଶାସନ ପକ୍ଷରୁ ଟ୍ରଲି କିମ୍ବା ଅଟୋ ଯୋଗେ ନେଇ ଗଁ। ଗଁ। ରେ ପହଞ୍ଚାଇବାର ବନ୍ଦୋବସ୍ତ କରିବାକୁ ଜିଲାପାଳ ଭଦ୍ରକ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଲକଡାଉନ ସ୍ଥିତି କୋଭିଡ଼-୧୯ କାର୍ଯ୍ୟରେ ନିୟୋଜିତ ତିହିଡ଼ି ବ୍ଲକରେ କାର୍ଯ୍ୟରତ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ କାହ୍ନୁଚରଣ ନାୟକ ଅନୁପସ୍ଥିତ ରହିବା ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଛି। ପ୍ରଶାସନ ପକ୍ଷରୁ ସମଗ୍ର ଜିଲାରେ ମୋଟ ୨୧୩ଟି କେନ୍ଦ୍ରରେ ୧୭ ହଜାର ୯୪୮ ଜଣଙ୍କୁ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ଖାର୍ଗେ, ଭାବନାକୁ ଆଘାତ ଦେବା…

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri