ପ୍ରସଙ୍ଗ ଏକ, ବିରୋଧୀ ଦୁଇଫାଳ: ସିବିଆଇ ତଦନ୍ତ ଦାବି ନେଇ ଭାଜପା ସଦସ୍ୟଙ୍କ ହଟ୍ଟଗୋଳ, ଦୁଇଥର ଗୃହ ମୁଲତବୀ

ଭୁବନେଶ୍ୱର, ୧୪।୧୧(ବ୍ୟୁରୋ)- ଇସ୍ୟୁ ଗୋଟିଏ। ମାତ୍ର ବିରୋଧୀ ଦୁଇଫାଳ। ଗତ ଅଧିବେଶନ ଭଳି ଚଳିତ ଅଧିବେଶନରେ ମଧ୍ୟ ମୁଖ୍ୟ ବିରୋଧୀ ଭାଜପା ଓ କଂଗ୍ରେସ ପୃଥକ୍‌ ଢଙ୍ଗରେ ସରକାରଙ୍କୁ ବିରୋଧ କରୁଛନ୍ତି। କଂଗ୍ରେସ ଆଲୋଚନା କରିବାକୁ ଚାହିଁବା ବେଳେ ଭାଜପା ହଟ୍ଟଗୋଳରେ ମାତିଯାଉଛି। ଦୁଇ ବିରୋଧୀଙ୍କ ମଧ୍ୟରେ ତାଳମେଳ ନାହିଁ। ବିଷୟବସ୍ତୁ ସମାନ ହୋଇଥିଲେ ମଧ୍ୟ ଏକତା ଅଭାବରୁ ବିରୋଧୀ ସରକାରଙ୍କଠାରୁ କୈଫିୟତ ତଲବ କରିବାରେ ବିଫଳ ହେଉଛନ୍ତି। କଙ୍କଡ଼ାକୁ ଗୋଳି ପାଣି ସୁହାଇବା ଭଳି ସରକାରଙ୍କୁ ମଧ୍ୟ ଏହା ବେଶ୍‌ ସୁହାଇଛି। ଚଳିତ ବିଧାନସଭା ଅଧିବେଶନ ଆରମ୍ଭରୁ ଗୃହରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଅଧିବେଶନର ପ୍ରଥମ ଦିବସରେ ଉଭୟ କଂଗ୍ରେସ ଓ ଭାଜପା ପୃଥକ୍‌ ମୁଲତବୀ ପ୍ରସ୍ତାବ ଦେଇଥିଲେ। କଂଗ୍ରେସ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଏବଂ ଭାଜପା ନାରୀ ସୁରକ୍ଷାକୁ ନେଇ ମୁଲତବୀ ପ୍ରସ୍ତାବ ଦେଇଥିଲେ। କିନ୍ତୁ ବାଚସ୍ପତି ଏହାକୁ ଗ୍ରହଣ ନ କରିବାରୁ ଉଭୟ ଦଳ ବିଧାନସଭାରେ ହଟ୍ଟଗୋଳ କରି ଗୃହକୁ ଅଚଳ କରି ଦେଇଥିଲେ। ସର୍ବଦଳୀୟ ବୈଠକରେ ଭାଜପା ନିଜର ମୁଲତବୀ ପ୍ରସ୍ତାବରୁ ଓହରିଯାଇ ନାରୀ ସୁରକ୍ଷା ନେଇ ଏକ ମୋଶନ ଆଣିବାକୁ ଦାବି କରିଛି। ଅନ୍ୟପକ୍ଷରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କଂଗ୍ରେସର ମୁଲତବୀକୁ ଗ୍ରହଣ କରି ଆଲୋଚନା ପାଇଁ ରାଜି ହୋଇଥିବା ବେଳେ ମୋଶନ ବିଷୟରେ ନିଷ୍ପତ୍ତି ଶୁଣାଇ ନ ଥିଲେ। କଂଗ୍ରେସ ଆଣିଥିବା ମୁଲତବୀ ପ୍ରସ୍ତାବରେ ଭାଜପା ସହମତ ହୋଇ ନ ଥିଲା। ଗୁରୁବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ଭାଜପା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବାତିଲ କରି ନାରୀ ସୁରକ୍ଷା ସମ୍ପର୍କରେ ଆଲୋଚନା କରିବାକୁ ଦାବି କରିଥିଲେ। ବାଚସ୍ପତି ନ ଶୁଣିବାରୁ ଉଭୟ ଦଳର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପ୍ରବଳ ହୋହଲ୍ଲା କରିଥିଲେ। ଫଳରେ ଗୃହରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଗୃହକୁ ଦୁଇଥର ମୁଲତବୀ ଘୋଷଣା କରାଯାଇଥିଲା।
ବାଚସ୍ପତି ପୂର୍ବାହ୍ନ ୧୦ଟା ୩ ମିନିଟ୍‌ରେ ଗୃହକୁ ୧୨ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ମଧ୍ୟାହ୍ନ ୧୨ଟାରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ଭାଜପା ସଦସ୍ୟମାନେ ସିବିଆଇ ତଦନ୍ତ ଦାବିକରି ଗୃହର ମଧ୍ୟଭାଗକୁ ଆସି ବ୍ୟାନର ଦେଖାଇ ହୋହଲ୍ଲା କରିଥିଲେ। ଏପରି କି ଭାଜପା ସଦସ୍ୟ ବାଚସ୍ପତିଙ୍କ ପୋଡିୟମ ଉପରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ହଟ୍ଟଗୋଳ ମଧ୍ୟରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ, ଅମର ଶତପଥୀ, ଶଶିଭୂଷଣ ବେହେରା ପ୍ରମୁଖ ଭାଜପାର ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଥିଲେ। ଆଲୋଚନାକୁ ନ ଆସି ଭାଜପା ସଦସ୍ୟମାନେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ଏଭଳି କରୁଛନ୍ତି। ବାସ୍ତବ ଇସ୍ୟୁକୁ ନେଇ ଆଲୋଚନା ନ କରିବା ପଛରେ କି ରହସ୍ୟ ବୋଲି ବିଜେଡି ସଦସ୍ୟମାନେ ପ୍ରଶ୍ନ କରିଥିଲେ। ବାଚସ୍ପତି ଭାଜପା ସଦସ୍ୟମାନଙ୍କୁ ସିଟ୍‌ରେ ବସିବାକୁ ଯେତେ ଅନୁରୋଧ କରିଥିଲେ ମଧ୍ୟ ସେମାନେ ହଟ୍ଟଗୋଳରୁ ହଟି ନ ଥିଲେ। ଭାଜପା ସଦସ୍ୟ କୁସୁମ ଟେଟେ ଏବଂ ଅନ୍ୟ ସଦସ୍ୟମାନେ ସୁରକ୍ଷାକର୍ମୀଙ୍କୁ ଠେଲି ବାଚସ୍ପତିଙ୍କ ପୋଡିୟମ ଉପରକୁ ଯିବାକୁ ଚେଷ୍ଟା କରିଥିଲେ। ବାଚସ୍ପତି ବାଧ୍ୟହୋଇ ଗୃହକୁ ୧୨ଟା ୯ ମିନିଟରୁ ୧୨ଟା ୩୯ ମିନିଟ୍‌ ଯାଏ ମୁଲତବୀ ଘୋଷଣା କରିଥିଲେ। ୧୨ଟା ୩୯ରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ଭାଜପା ସଦସ୍ୟମାନେ ପୁଣି ସିବିଆଇ ତଦନ୍ତ ଦାବିକରି ଗୃହରେ ହଟ୍ଟଗୋଳ ଓ ନାରାବାଜି କରିଥିଲେ। ମୁଲତବୀ ଆଲୋଚନାରେ ଅଂଶଗ୍ରହଣ କରିବାକୁ ବାଚସ୍ପତି ପୁଣି ଅନୁରୋଧ କରିଥିଲେ। ମାତ୍ର ଭାଜପା ସଦସ୍ୟ ସିବିଆଇ ତଦନ୍ତ ଆମର ଦାବି… ଆମର ଦାବି… ସ୍ଲୋଗାନ ଦେଇ ହୋ ହଲ୍ଲା କରିଥିଲେ। ହଟ୍ଟଗୋଳ ମଧ୍ୟରେ ବାଚସ୍ପତି କଂଗ୍ରେସ ଦଳ ପକ୍ଷରୁ ଦିଆଯାଇଥିବା ମୁଲତବୀର ଆଲୋଚନା ଆରମ୍ଭ କରିଥିଲେ। ମୁଲତବୀ ଆଲୋଚନା ଶେଷ ହେବା ଯାଏ ଭାଜପା ସଦସ୍ୟ ଗୃହରେ ହଟ୍ଟଗୋଳ ଜାରି ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri