ପ୍ରଶାସନର ଅସହଯୋଗ: ଦାରିଙ୍ଗବାଡ଼ି ପଞ୍ଚାୟତ ଶଟ୍‌ଡାଉନ୍‌ ପ୍ରତ୍ୟାହାର କଲେ ସରପଞ୍ଚ

ଦାରିଙ୍ଗବାଡ଼ି,୨୨ା୬(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତରେ ଜଣେ ଶିକ୍ଷକ କରୋନା ଭୂତାଣୁ ସଂକ୍ରମିତ ହେବା ପରେ ସ୍ଥାନୀୟ ସରପଞ୍ଚ ରାଧାକାନ୍ତ ପ୍ରଧାନ ନିଜ ପଞ୍ଚାୟତ ଅଞ୍ଚଳକୁ ଶଟ୍‌ଡାଉନ୍‌ ଘୋଷଣା କରିଥିଲେ। ହେଲେ ପ୍ରଶାସନର ସହଯୋଗ ମିଳି ନ ଥିବାରୁ ତାକୁ ପ୍ରତ୍ୟାହାର କରିଥିବା କହିଛନ୍ତି। ସେ ଶଟ୍‌ଡାଉନ ଘୋଷଣା କରିବା ପରେ ପୁଣି ତାକୁ ପ୍ରତ୍ୟାହାର କରିନେଇଥିବା ପ୍ରଶାସନକୁ ଲିଖିତ ଭାବେ ଜଣାଇଛନ୍ତି। ସରପଞ୍ଚ ପ୍ରଶାସନର ଚାପରେ ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବାରୁ ଅଞ୍ଚଳରେ ବଣିକ ସଂଘ ସମେତ ବିଭିନ୍ନ ସଂଗଠନ ଏହାକୁ ନିନ୍ଦା କରିଛି। ଏନେଇ ଅଞ୍ଚଳରେ ସରପଞ୍ଚଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ସରକାର ସରପଞ୍ଚମାନଙ୍କୁ ଜିଲାପାଳ କ୍ଷମତା ପ୍ରୟୋଗ କରିବାକୁ ଘୋଷଣା ଏକ ପ୍ରହସନ ବୋଲି ଆଲୋଚନା ହେଉଛି। ଅଞ୍ଚଳକୁ ଶଟ୍‌ଡାଉନ୍‌ ଘୋଷଣା କରିବା ପୂର୍ବରୁ ସରପଞ୍ଚ ପ୍ରଧାନ ସ୍ଥାନୀୟ ବିଡିଓ ଜଗଦୀଶ ଷଡ଼ଙ୍ଗୀ ସହ ଆଲୋଚନା କରିବା ସହ କନ୍ଧମାଳ ଜିଲାପାଳ ଡ.ବୃନ୍ଦା ଡିଙ୍କୁ ମଧ୍ୟ ପ୍ରଥମେ ଫୋନ୍‌ ଏବଂ ପରବର୍ତ୍ତୀ ସମୟରେ ଚିଠି ମାଧ୍ୟମରେ ଅବଗତ କରାଇଥିଲେ ା ପରେ ସେ ରବିବାର ଅପରାହ୍ନରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ୪୮ ଘଣ୍ଟିଆ ଶଟ୍‌ଡାଉନ୍‌ କରାଯାଇଥିବା ଘୋଷଣା କରିଥିଲେ। ଏହାକୁ ଦାରିଙ୍ଗବାଡ଼ି ବଣିକ ସଂଘ ସମେତ ବିଭିନ୍ନ ସଂଗଠନ ସହଯୋଗ କରିଥିବା ସରପଞ୍ଚ କହିଛନ୍ତି। ଶଟ୍‌ଡାଉନ୍‌ ପ୍ରତ୍ୟାହାର କରିବା ପରେ ମଧ୍ୟ ଦାରିଙ୍ଗବାଡ଼ି ବଜାରରେ ହାତ ଗଣତି କିଛି ବ୍ୟବସାୟୀ ପ୍ରତିଷ୍ଠାନ ଖୋଲା ରହିଥିବା ବେଳେ ଶହ ଶହ ଦୋକାନ ବଜାର ବନ୍ଦ ରହିଥିଲା। ବଣିକ ସଂଘ ସଭାପତି ଅରୁଣ କୁମାର ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦାରିଙ୍ଗବାଡ଼ି ବଜାର ଉପରେ ସାମାଜିକ ଦୂରତ୍ୱ ରହୁନାହିଁ। ଦୋକାନ ବଜାର ଭିଡ଼ ହେବା ସହ ଲୋକ ମାସ୍କ ବ୍ୟବହାର ପ୍ରତି ଧ୍ୟାନ ଦିଆଯାଉନାହିଁ। ଶହ ଶହ ବାଇକ୍‌ରେ ମଧ୍ୟ ଅମାନିଆମାନେ ଭିଡ଼ ଜମାଉଛନ୍ତି ବୋଲି ଅଭିଯୋଗ ହେଉଛି। ଏଭଳି କ୍ଷେତ୍ରରେ ଜଣେ ଶିକ୍ଷକ କରୋନା ଭୂତାଣୁ ସଂକ୍ରମିତ ହେବା ପରେ ସେ ବଜାରରେ ରହିଥିବା ବିଭିନ୍ନ ଦୋକାନ ସମେତ ଚା’ ଦୋକାନ, ବିଇଓ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ ଆଦି ଅଞ୍ଚଳରେ ସେ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଯୋଗୁ ଆମେ ଦୋକାନ ବଜାର ବନ୍ଦ ରଖିବାକୁ ସରପଞ୍ଚଙ୍କ ନିକଟରେ ଜଣାଇଥିଲୁ। ତେଣୁ ସୋମବାର ଦୋକାନ ବଜାର ବନ୍ଦ ରହିଥିବା ସେ କହିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଏବଂ ବ୍ୟାଙ୍କ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ… 

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...

ଏବେ ବି ବଞ୍ଚିଛି ଗୁରୁ ଶିଷ୍ୟ ପରମ୍ପରା

ମହାକାଳପଡ଼ା,୧୦ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):ଭାରତୀୟ ବିଭିନ୍ନ ଧାର୍ମିକ ସଂସ୍କୃତି ପରମ୍ପରା ଖୁବ୍‌ ପ୍ରାଚୀନ କାଳରୁ ରହିଆସିଛି। ପାଶ୍ଚାତ୍ୟ ଧର୍ମ ଭିନ୍ନ ଥିବାବେଳେ ଭାରତୀୟ ଧାର୍ମିକ ସଂସ୍କୃତି...

କଟକରେ ଐତିହାସିକ ରେକର୍ଡ କଲେ ବୁମ୍‌ରା: ପ୍ରଥମ ଭାରତୀୟ ବୋଲର୍‌ ଭାବେ…

କଟକ,୧୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ...

ଭାରତୀୟ ଚାଉଳ ଉପରେ ଟାରିଫ୍‌ ଲଗାଇବାକୁ ଟ୍ରମ୍ପ୍‌ଙ୍କ ଧମକ

ଓ୍ବାଶିଂଟନ୍‌,୧୦ା୧୨:ଭାରତ ସମେତ ବିଭିନ୍ନ ଦେଶରୁ ରପ୍ତାନି ହେଉଥିବା ଚାଉଳ ଉପରେ ଅତିରିକ୍ତ ଟାରିଫ୍‌ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଧମକ ଦେଇଛନ୍ତି। ଭାରତ...

ଦର୍ଶକଙ୍କୁ ମୁହଁରେ ବାଜିଲା ପାଣ୍ଡ୍ୟାଙ୍କ ବଲ୍‌: ଆଉ ତା’ପରେ ଘଟିଗଲା…

କଟକ,୧୦।୧୨: କଟକରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ...

ମୁଖ୍ୟମନ୍ତ୍ରୀ ମୋନ ମାଝୀଙ୍କ ପାଇଁ ଏମିତି କହିଦେଲେ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଟକ,୧୦।୧୨: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି।...

ବନ୍ଦ ଘରୁ ମିଳିଲା ଇଲେଟ୍ରିସିଆନଙ୍କ ଝୁଲନ୍ତା ମୃତଦେହ: ପୋଲିସ ପହଞ୍ଚି…

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ମାଗୁର ବେଡ଼ା କଲୋନୀଠାରେ ଏକ ବନ୍ଦଘରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ଯୁବକ...

ଭୟରେ ଗାଁ ଛାଡ଼ୁଥିଲେ ଲୋକେ: ଶେଷରେ ମିଳିଲା କଟାମୁଣ୍ଡ

ମାଲକାନଗିରି,୧୦।୧୨(ଦୁର୍ଯ୍ୟୋଧନ ପାତ୍ର): ଶେଷରେ ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ। କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ। ୪ ତାରିଖରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri