ପ୍ରଭୁ ଗଣେଶଙ୍କୁ ବେଶି ପସନ୍ଦ ମୋଦକ, ଜାଣନ୍ତୁ କାହିଁକି

ଆସୁଛି ଗଣେଶ ପୂଜା। ଆଉ ମାତ୍ର ଦିନ କେଇଟା ପରେ ବିରାଜମାନ ହେବେ ବିଘ୍ନ ବିନାଶକ ପ୍ରଭୁ ଗଣେଶ। ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ଗାଁଠାରୁ ସହର। ପ୍ରଭୁ ଗଣେଶଙ୍କ ଭୋଗ ପାଇଁ ସ୍ବତନ୍ତ୍ର ପ୍ରକାର ମିଠା ଏବଂ ରାଶି ଲଡୁ ପ୍ରସ୍ତୁତ ଚାଲିଛି। କିନ୍ତୁ ଜାଣିଛନ୍ତି ଗଣେଶଙ୍କ ପ୍ରିୟ ଖାଦ୍ୟ  ମୋଦକ। ଏହା ପଛରେ ମଧ୍ୟ ଏକ ପୌରାଣିକ କାହାଣୀ ରହିଛି। ଋଷି ଅତ୍ରି ଏବଂ ତାଙ୍କ ସ୍ତ୍ରୀ ଅନସୂୟା ଦିନେ ପ୍ରଭୁ ଗଣେଶଙ୍କୁ ଅତିଥି ଭାବେ ଘରକୁ ଡାକିଥିଲେ। କିଛି ସମୟ ବିଶ୍ରାମ ନେବା ପରେ ତାଙ୍କୁ ଖାଦ୍ୟ ପରଷିଥିଲେ ଅନସୂୟା। ମାତ୍ର ଦେଖୁ ଦେଖୁ ତାଙ୍କ ଥାଳି ସଫା ହୋଇଯାଇଥିଲା। ଏମିତି କି ଯାହା ରନ୍ଧା ଯାଇଥିଲା ତାହା ମଧ୍ୟ ଶେଷ ହୋଇଯାଇଥିଲା। ଏହାଦେଖି ଚିନ୍ତାରେ ପଡିଯାଇଥିଲେ ଉଭୟ। ଏତିକିବେଳେ ଅନସୂୟାଙ୍କ ମନରେ ଏକ ଉପାୟ ଜୁଟିଥିଲା। ଖାଦ୍ୟ ଗ୍ରହଣ ପରେ ଗଣେଶଙ୍କୁ କିଛି ମିଠା ମୋଦକ ପରଷି ଦେଇଥିଲେ। ଏହାଦେଖି ଖୁସିରେ ନାଚିଉଠିଥିଲେ ଗଣେଶ। ତାଙ୍କୁ ମୋଦକ ଭାରି ଭଲ ଲାଗିଥିଲା। ସେବେଠାରୁ ସେ ମା’ ପାର୍ବତୀଙ୍କ ପାଖରେ ମୋଦକ ଖାଇବାକୁ ସର୍ବଦା ଅଡି ବସୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆୟରଲାଣ୍ଡ ପାର୍କରେ ଦେଖିବାକୁ ମିଳିଛି ଗଣେଶଙ୍କ ଅଦ୍ଭୁତ ପ୍ରତିମା

ଡବଲିନ,୨୨।୮:ଅଗ୍ରପୂଜ୍ୟ ଗଣେଶଙ୍କ ଜନ୍ମଦିନକୁ ଗଣେଶ ଚତୁର୍ଥୀ ଭାବେ ପାଳନ କରାଯାଇଥାଏ। ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଗଣେଶଙ୍କୁ ଆରାଧନା କରାଯାଇଥାଏ। ଏହାକୁ...

ଲାଲବାଗ ରାଜାରେ ‘ଆରୋଗ୍ୟ ଉତ୍ସବ’ ରୂପେ ପାଳନ ହେଲା ଗଣେଶ ଉତ୍ସବ

ମୁମ୍ବାଇ,୨୨।୮: ସାରା ଦେଶରେ ଶନିବାର ଉତ୍ସବର ମାହୋଲ ଦେଖାଦେଇଛି। ଚଳିତ ଥର କରୋନା କାଳ ଯୋଗୁ ସାର୍ବଜନୀନ ସ୍ଥାନରେ ଗଣେଶ ପୂଜା ଉପରେ କଟକଣା ଲଗାଯାଇଥିବା...

ଗଣେଶ ଚତୁର୍ଥୀରେ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଲେ ବଲିଉଡ୍‌ ସେଲିବ୍ରିଟି

ମୁମ୍ବାଇ: ଦେଶରେ ଜାରି ରହିଥିବା କରୋନା ସଙ୍କଟ ଯୋଗୁ ଚଳିତ ଥର ସବୁ ପର୍ବପର୍ବାଣି ଫିକା ପଡ଼ିଯାଇଛି। ସେଥିମଧ୍ୟରୁ ଅନ୍ୟତମ ହେଉଛି ଗଣେଶ ପୂଜା। ଶନିବାର...

ଏହିସବୁ ଧାତୁରେ କରନ୍ତୁ ଗଣେଶଙ୍କୁ ପୂଜାର୍ଚ୍ଚନା, ଚମକିବ ଭାଗ୍ୟ

ଗଣେଶ ପୂଜା ଆସନ୍ତାକାଲି ଅର୍ଥାତ୍‌ ଶନିବାର ପଡୁଛି। ତେବେ ଏହି ପୂଜାରେ ଅନେକ ଧାତୁର ବାସନକୁସନ ବ୍ୟବହାର କରାଯାଏ। ଯଥା ଥାଳି, ଢାଳ, ଦୀପ, କଳସ,...

ଏହି ମନ୍ଦିରରେ ବଢୁଛି ଗଣେଶ ମୂର୍ତ୍ତିଙ୍କ ଆକାର, ଥରେ ଗଲେ ଦୂର ହୁଏ ସମସ୍ତ ଦୁଃଖ

ଭାରତରେ ଏମିତି ଏକ ମନ୍ଦିର ଅଛି, ଯେଉଁଠି ଥିବା ଗଣେଶଙ୍କ ମୂର୍ତ୍ତି ଧୀରେ ଧୀରେ ବଢୁଛି। ଏପରି ମନ୍ଦିର ରହିଛି ଆନ୍ଧ୍ରପ୍ରଦେଶର ଚିତ୍ତର ଜିଲାର ଇରାଲା...

ସବୁଠାରୁ ଧନୀ ଗଣେଶ

ମୁମ୍ବାଇ,୨।୯: ସମଗ୍ର ଦେଶରେ ସୋମବାର ଗଣେଶ ପୂଜା ପାଳନ କରାଯାଇଛି। ଏନେଇ ଗାଁଠୁ ସହର ଚଳଚଞ୍ଚଳ ହୋଇଉଠିଥିବା ବେଳେ ମୁମ୍ବାଇର ବଡ଼ ପର୍ବ ଭାବେ ଜଣାଶୁଣା...

ବନ୍ଧଟିଆରେ ୧୨୦ ବର୍ଷ ଧରି ପୂଜା ପାଇ ଆସୁଛନ୍ତି ଗଜାନନ

ଧାମନଗର,୨।୯:(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ବନ୍ଧଟିଆସ୍ଥିତ ଗଣେଶ ମଣ୍ଡପରେ ଗଜାନନଙ୍କ ପୂଜା ସୋମବାର ଧୂମ୍‌ଧାମ୍‌ରେ ପାଳିତ ହୋଇଛି। ଏହିଠାରେ ୧୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ...

ଏଥର ପୂଜା ପାଇଲେ ସୁନା ଗଣେଶ

ମୁମ୍ବାଇ,୨।୯: ମହାରାଷ୍ଟ୍ରରେ ପ୍ରାୟ ୧୦ ଦିନ ଧରି ଗଣେଶ ଚତୁର୍ଥୀ ଖୁବ୍‌ ଧୁମ୍‌ଧାମରେ ପାଳନ କରାଯାଉଥିବା ବେଳେ ବିଭିନ୍ନ ମଣ୍ଡପରେ ଗଣେଶଙ୍କର ଭିନ୍ନ ଭିନ୍ନ ରୂପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri