ପ୍ରବାସୀ ସାଜିବେ ଭୂତାଣୁ ବାହକ

ଓ୍ବାଶିଂଟନ,୧୩ା୪: ଘରକୁ ଫେରିଆସୁଥିବା ପ୍ରବାସୀ ଶ୍ରମିକ ଓ କର୍ମଚାରୀମାନେ କରୋନା ଭାଇରସ୍‌ ବାହକ ହୋଇପାରନ୍ତି। କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇ ନ ଥିବା ନିଜ ଗ୍ରାମ ଓ ଅନ୍ୟ ସ୍ଥାନରେ ସେମାନେ ବାଣ୍ଟିପାରନ୍ତି ଘାତକ ଭୂତାଣୁ। ବିଶ୍ୱବ୍ୟା ପକ୍ଷରୁ ରବିବାର ଏଭଳି ଆଶଙ୍କା ବ୍ୟକ୍ତ କରାଯାଇଛି। ପ୍ରାଥମିକ ଅନୁସନ୍ଧାନ ସୂଚାଉଛି ଯେ, ପ୍ରବାସୀମାନେ ଯେଉଁ ଅଞ୍ଚଳକୁ ଫେରୁଛନ୍ତି ସେଠାରେ ପ୍ରଥମ କରି କୋଭିଡ୍‌-୧୯ ମାମଲା ଦେଖିବାକୁ ମିଳିଛି ଏବଂ ମିଳିବା ଆଶଙ୍କା ମଧ୍ୟ ରହିଛି। ସବୁଠାରୁ ଅସୁରକ୍ଷିତ ଲୋକ ତଥା ବସ୍ତିବାସିନ୍ଦା, ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ସଂକ୍ରମଣ ବ୍ୟାପିବା ସହଜ ବୋଲି ଉକ୍ତ ରିପୋର୍ଟରେ ସତର୍କ କରିଦିଆଯାଇଛି।
ବିଶ୍ୱବ୍ୟାଙ୍କର ଦ୍ୱିବାର୍ଷିକ ଆଞ୍ଚଳିକ ରିପୋର୍ଟରେ ଦର୍ଶାଯାଇଛି ଯେ, ବିଶ୍ୱରେ ଦକ୍ଷିଣ ଏସିଆ ବିଶେଷକରି ଏହାର ସହରାଞ୍ଚଳ ହେଉଛି ସର୍ବାଧିକ ଜନସଂଖ୍ୟା ସାନ୍ଧ୍ରତା ଅଞ୍ଚଳ। ଏହି ଅଞ୍ଚଳରେ କରୋନା ସଂକ୍ରମଣକୁ ବ୍ୟାପିବାରୁ ରୋକିବା ଏକ ବଡ଼ ଚ୍ୟାଲେଞ୍ଜ। ବିଶ୍ୱବ୍ୟାଙ୍କ କହିଛି ଯେ, ଲକ୍‌ଡାଉନ ନୀତି ଉପମହାଦେଶରେ କୋଟି କୋଟି ପ୍ରବାସୀଙ୍କୁ ପ୍ରଭାବିତ କରିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଦିନ ମଜୁରିଆ। ଏବେ ସେମାନଙ୍କ ପାଇଁ ସହରାଞ୍ଚଳରେ କାମଧନ୍ଦା ନାହିଁ। ତେଣୁ ସହରରେ ଭୋକଉପାସରେ ରହିବା ଅପେକ୍ଷା ଶହ ଶହ କିଲୋମିଟର ଦୂରସ୍ଥ ନିଜ ଗ୍ରାମକୁ ଫେରିବାକୁ ସେମାନେ ପସନ୍ଦ କରୁଛନ୍ତି। ଭାରତ, ବାଂଲାଦେଶ ଏବଂ ପାକିସ୍ତାନରେ ଆଭ୍ୟନ୍ତରୀଣ ଯାତ୍ରୀ ପରିବହନକୁ ସ୍ଥଗିତ ରଖିବାକୁ ଘୋଷଣା ଏବଂ ଏହାର କାର୍ଯ୍ୟକାରିତା ମଧ୍ୟରେ ସମୟ ଗୋଟିଏ ଦିନରୁ କମ୍‌ ଥିଲା। ଫଳରେ ପ୍ରବାସୀମାନେ ନିଜ ଗ୍ରାମକୁ ଫେରିବା ନେଇ ବିଭ୍ରାଟ ସୃଷ୍ଟି ହୋଇଥିଲା। ଭିଡ଼କୁ ଏଡ଼ାଇବା ଏବଂ ସାମାଜିକ ଦୂରତାକୁ କାର୍ଯ୍ୟକାରୀ କରିବା ଅସମ୍ଭବ ହୋଇପଡ଼ିଥିଲା। ବହୁଲୋକ କୌଣସି ଉପାୟ ନ ପାଇ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି। ହେଲେ ନିଜ ଗଁା ଅଭିମୁଖେ ଏଭଳି ଗଣପଳାୟନ କରୋନା ଭାଇରସ୍‌ର ବାହକ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।
ଆମେରିକା ଓ ଚାଇନା ତୁଳନାରେ ୬୫ବର୍ଷରୁ ଊର୍ଦ୍ଧ୍ୱ ବୟସର ଜନସଂଖ୍ୟା ଦକ୍ଷିଣ ଏସିଆରେ କମ୍‌, ଯାହାକି ସାମାନ୍ୟ ଆଶ୍ୱସ୍ତିର ବିଷୟ। ଏହାଦ୍ୱାରା ମୃତ୍ୟୁସଂଖ୍ୟା ସୀମିତ ରହିପାରେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ତଥାପି ପରିବାରର ସଦସ୍ୟ ସଂଖ୍ୟା ଅଧିକ। ସେହିପରି ଅନ୍ୟ ଦେଶଗୁଡ଼ିକ ପରି ଆବଶ୍ୟକ ଚିକିତ୍ସା ଉପକରଣ ତଥା ସାନିଟାଇଜର, ମାସ୍କ ଏବଂ ଭେଣ୍ଟିଲେଟର ନାହିଁ। ଆମଦାନୀ ହେଉଥିବା ମେଡିକାଲ ସାମଗ୍ରୀର ଅଭାବ ରହୁଥିବାରୁ ଦକ୍ଷିଣ ଏସୀୟ ଦେଶଗୁଡ଼ିକୁ ଘରୋଇ ସାମଗ୍ରୀ ଗଚ୍ଛିତ ରଖିବାକୁ ପଡ଼ୁଛି। ଭାରତର ଯେଉଁ ଅଞ୍ଚଳକୁ ବହୁସଂଖ୍ୟାରେ ପ୍ରବାସୀ ସ୍ଥାନାନ୍ତର ହୋଇଛନ୍ତି ସେଠାରେ କରୋନା ସଂକ୍ରମଣର ଆଶଙ୍କା ଅଧିକ। ଏହାକୁ ଦୃଷ୍ଟିରେ ରଖି ସରକାର ସେହି ଅଞ୍ଚଳ ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ବିଶ୍ୱବ୍ୟାଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri