Chatrapur: A man holds an umbrella as he heads towards a cyclone shelter near Chatrapur in Ganjam in Odisha on Saturday. PTI Photo (PTI10_12_2013_000202B)
ଭୁବନେଶ୍ୱର,୧୧।୯(ବ୍ୟୁରୋ): ରାଜ୍ୟର କିଛି ଜିଲାରେ ପ୍ରବଳ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏନେଇ ୧୨ଟି ଜିଲାକୁ ଦିନ ୧୦ଟା ୪୫ ଯାଏ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଅନୁଗୋଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ ନୟାଗଡ଼। ସୂଚନାଯୋଗ୍ୟ, ବୁଧବାର ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁକୁହା ବର୍ଷା ଲାଗି ରହିଛି।