ପ୍ରଫୁଲ୍ଲ ମଲ୍ଲିକ ୬୯୧୭ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-କାମାକ୍ଷାନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୩ତମ ରାଉଣ୍ଡ ଫଳାଫଳ ପ୍ରକାଶିତ ହୋଇଛି। ୩୦,୩୨୦ ଖଣ୍ଡ ଭୋଟ ସହ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଆଗୁଆ ରହିଛନ୍ତି। ଭାଜପାର ଶତ୍ରୁଘ୍ନ ଜେନା ୨୩,୪୦୩ ଭୋଟ ସହ ଦ୍ୱିତୀୟ ଏବଂ କଂଗ୍ରେସ ପ୍ରାର୍ଥୀ ଭବାନୀ ଶଙ୍କର ମହାପାତ୍ର ୨,୫୪୪ ଖଣ୍ଡ ଭୋଟ ସହ ତୃତୀୟ ସ୍ଥାନରେ ଅଛନ୍ତି। ପ୍ରଫୁଲ୍ଲ ଭାଜପା ପ୍ରାର୍ଥୀଙ୍କ ଠାରୁ ୬୯୧୭ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।