ପ୍ରଧାନଶିକ୍ଷକଙ୍କ ନାମରେ ଅନିୟମିତତା ଅଭିଯୋଗ

ରାହାମା,୨ା୨(ଡି.ଏନ.ଏ.): କୁଜଙ୍ଗ ବ୍ଲକ ଅଧୀନ ବଡ଼ବାଲିକଣି ପଞ୍ଚାୟତରେ ଥିବା ସାନବାଲିକଣି ପ୍ରାଥମିକ ବିଦ୍ୟାଳୟରେ ନାନା ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟ ପ୍ରଧାନଶିକ୍ଷକ ବିଭୁପ୍ରସାଦ ଦାଶ ଏସବୁ ଅନିୟମିତତା କରିଥିବା ନେଇ ଛାତ୍ରାଭିଭାବକ ଓ ବିଦ୍ୟାଳୟ କମିଟି ସଭ୍ୟମାନେ କୁଜଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି, ବିଦ୍ୟାଳୟରେ ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପଢ଼ୁଥିବାବେଳେ ସେମାନଙ୍କ ପାଇଁ ମାତ୍ର ଦୁଇ ଜଣ ଶିକ୍ଷକ ନିୟୋଜିତ ଅଛନ୍ତି। ବିଭିନ୍ନ ସମୟରେ ପ୍ରଧାନଶିକ୍ଷକ ଦାଶ ଅଫିସ କାମ ଥିବା ବାହାନା କରି ବିଦ୍ୟାଳୟରେ ଅନୁପସ୍ଥିତ ରହୁଛନ୍ତି। ସେହିପରି ପିଲାଙ୍କ ମଧ୍ୟାହ୍ନଭୋଜନ ଦାୟିତ୍ୱ ସେ ବୁଝୁଥିଲେ ବି ନିମ୍ନମାନର ଖାଦ୍ୟ ଯୋଗାଉଛନ୍ତି। ମିଥ୍ୟା ଭାଉଚର ପ୍ରସ୍ତୁତ କରି ମଧ୍ୟାହ୍ନଭୋଜନ ପାଇଁ ଆସୁଥିବା ଅର୍ଥ ଆମତ୍ସାତ କରୁଛନ୍ତି। ବିଦ୍ୟାଳୟର ପାରିପାର୍ଶ୍ୱିକ ଉନ୍ନତି ଏବଂ ମରାମତି ପାଇଁ ଆସୁଥିବା ଅର୍ଥର ଠିକା କାମକୁ ନିଜେ କରୁଛନ୍ତି। କମିଟିର କୌଣସି ସଦସ୍ୟ କିମ୍ବା ସଭାପତିଙ୍କୁ ବି ଜଣାଉନାହାନ୍ତି। ଏବେ ପ୍ରଧାନଶିକ୍ଷକ ଅନୁପସ୍ଥିତ ଥିବାରୁ ୧୫ ଦିନ ହେବ ଛାତ୍ରୀଛାତ୍ର ବିଦ୍ୟାଳୟକୁ ଆସୁନାହାନ୍ତି। ଏସମ୍ପର୍କରେ ସଭ୍ୟ କିମ୍ବା ସଭାପତି ତାଙ୍କୁ ପଚାରିଲେ ସେ ପାଲଟା ଜବାବ ଦେଉଛନ୍ତି। ତେଣୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏଠାରୁ ବଦଳି କରିବାକୁ ଈଶ୍ୱର ଚନ୍ଦ୍ର ପାଣି, ସଞ୍ଜୟ ପଟ୍ଟନାୟକ, ସୋମକାନ୍ତ ପଲେଇ, ଦୀପ୍ତିମୟୀ ପାଣି, ପ୍ରଭାତୀ ପଣ୍ଡା, ସୁବାସ ସାମନ୍ତରାୟ, ବିପିନ ସାମନ୍ତରାୟ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ପ୍ରଧାନଶିକ୍ଷକ ଦାଶଙ୍କୁ ପଚାରିବାରେ ସେ କହିଥିଲେ, ମୋତେ ବଦନାମ୍‌ କରିବା ପାଇଁ କିଛି ଅଭିଭାବକଙ୍କ ଏହା ହୀନ ପ୍ରୟାସ। ଏଥିରେ କୌଣସି ସତ୍ୟତା ନାହିଁ। ଏସମ୍ପର୍କରେ କୁଜଙ୍ଗ ମଣ୍ଡଳ ଶିକ୍ଷାଧିକାରୀ ସୁଦର୍ଶନ ନନ୍ଦଙ୍କୁ ପଚରାଯିବାରେ ସେ କହିଥିଲେ, ପ୍ରଧାନଶିକ୍ଷକ ଅସୁସ୍ଥତା କାରଣରୁ ଛୁଟିରେ ଅଛନ୍ତି। ଯାହା ଅଭିଯୋଗ ଆସିଛି ସେ ସବୁର ତଦନ୍ତ କରାଯିବ। ଯଦି ଏଥିରେ କିଛି ବେଆଇନ କାର୍ଯ୍ୟ ହୋଇଥିବା ଜଣାପଡ଼ିବ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ପୂର୍ବରୁ ଏହି ପ୍ରଧାନଶିକ୍ଷକ ଅନୁପସ୍ଥିତ ରହୁଥିବା ଓ ସ୍କୁଲର ଅନ୍ୟ କାର୍ଯ୍ୟରେ ଅନିୟମିତତା କରିଥିବା ନେଇ ୨୦୧୨ରେ ତତ୍‌କାଳୀନ ଜିଲା ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri