ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଢୁଛି ଦୁର୍ନୀତି: ସ୍ବଚ୍ଛଳଙ୍କୁ ମିଳୁଛି, ଗୃହହୀନଙ୍କୁ ନାହିଁ

ଖୋର୍ଦ୍ଧା ଅଫିସ,୨୯ା୧୨: ଖୋର୍ଦ୍ଧା ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ବଢ଼ିବାରେ ଲାଗିଛି। ବେଗୁନିଆ ବ୍ଲକର ଗଡମାଣତୀର, ପୋଡାଡିହ ପଞ୍ଚାୟତରେ ଆବାସ ଦୁର୍ନୀତି ପର୍ଦ୍ଦାଫାଶ ହେବା ପରେ ମଧ୍ୟ ପୂର୍ବବତ କାର୍ଯ୍ୟାଦେଶ ପ୍ରଦାନ ବେଳେ ସବୁ ନିୟମକୁ ଅଣଦେଖା କରାଯାଉଛି। ସ୍ବଚ୍ଛଳଙ୍କୁ ଆବାସ ମିଳୁଥିବା ବେଳେ ଗୃହହୀନଙ୍କୁ ମିଳୁନାହିଁ। ଏପରିକି କାର୍ଯ୍ୟାଦେଶ ପ୍ରଦାନରେ ହେଉଥିବା ଦୁର୍ନୀତିରେ କେତେଜଣ ସରକାରୀ କର୍ମଚାରୀ ଓ ଅଧିକାରୀ, ଲୋକ ପ୍ରତିନିଧି ଓ ଦଲାଲଙ୍କ ସମ୍ପୃକ୍ତି ରହିଥିବା ଅଞ୍ଚଳରେ ଆଲୋଚନା ହେଉଛି।

ଗଡ଼ମାଣତ୍ରୀର ଆବାସ ଦୁର୍ନୀତିରେ କଲେଜରେ କାର୍ଯ୍ୟରତ ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ଦଲାଲି କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲେ। କିଛିଦିନ ପୂର୍ବେ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଦଲାଲଙ୍କୁ ଧରି ପୋଲିସ ଜିମା ଦିଆଯାଇଥିଲା। ଏହି କେଳେଙ୍କାରୀରେ ୨ଜଣ ଦଲାଲ ଫେରାର ଅଛନ୍ତି। ସେମାନଙ୍କୁ କେତେଜଣ ରାଜନେତା ଘଣ୍ଟଘୋଡ଼ାଇ ରଖିଥିବା କୁହାଯାଉଛି। ଦୁର୍ନୀତି ଅଭିଯୋଗ ଆସିବା ପରେ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ସେହିଭଳି ପୋଡ଼ାଡ଼ିହ ପଞ୍ଚାୟତର ଆବାସ ଦୁର୍ନୀତିରେ ୨ଜଣ ପିଇଓ ନିଲମ୍ବିତ ହୋଇଥିବାବେଳେ ଜଣେ ବିଡିଓ, ଏବିଡିଓଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ଖୋର୍ଦ୍ଧା ଜିଲାପାଳ ସୁପାରିସ କରିଛନ୍ତି। ଏସବୁ ସତ୍ତ୍ୱେ ବେଗୁନିଆ ବ୍ଲକରେ ଆବାସ ଯୋଜନାରେ ଦୁର୍ନୀତି ପୂର୍ବବତ୍‌ ଚାଲିଛି।

ତଥ୍ୟ ସଂଗ୍ରହ କରୁଛନ୍ତି ଏମ୍‌ପି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଭାଜପା ସକ୍ରିୟ ହୋଇଯାଇଛି। ଦଳ ପକ୍ଷରୁ ଦୁର୍ନୀତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। ଏମ୍‌ପି ଅପରାଜିତା ଷଡଙ୍ଗୀ ମଧ୍ୟ ତଥ୍ୟ ଯୋଗାଡ଼ କରୁଛନ୍ତି। ଏମ୍‌ପି ଷଡ଼ଙ୍ଗୀଙ୍କ କହିବାନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବେଗୁନିଆ ନିର୍ବାଚନମଣ୍ଡଳୀର ବେଗୁନିଆ ଓ ବୋଲଗଡ଼ ଅଞ୍ଚଳରେ ଦୁର୍ନୀତି ହୋଇଥିବା ଜଣାପଡ଼ିଛି। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଅବଗତ କରାଇଯାଇଛି। ଦୁର୍ନୀତି ସମ୍ପର୍କରେ ସଂସଦରେ ପ୍ରସଙ୍ଗ ଉଠାଇଛି। ରାଜ୍ୟ ସରକାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଖୋର୍ଦ୍ଧା ଜିଲାର ବାଲିଅନ୍ତା, ବାଲିପାଟଣା ବ୍ଲକରୁ ଆବାସ ଯୋଜନାରେ ଅଧିକ ଅଭିଯୋଗ ଆସୁଛି। ହିତାଧିକାରୀ ଚୟନରେ ଅସନ୍ତୋଷ ରହିଛି। କିସ୍ତିରେ ଟଙ୍କା ଦେବାବେଳେ ଦୁର୍ନୀତି ଅଭିଯୋଗ ଆସୁଛି। ଖୁବ୍‌ଶୀଘ୍ର ସବୁ ତଥ୍ୟକୁ ନେଇ ଜିଲା ପ୍ରଶାସନ, ବିଭାଗୀୟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବି। ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ: ଆକ୍ରମଣ କଲେ ବାଲି ମାଫିଆ

ଜୟପୁର,୧୧।୪(ପବନ ପାଣିଗ୍ରାହୀ ): ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ। ଆକ୍ରମଣ କଲେ ବାଲି ମାଫିଆ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ସଦର ଥାନା…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ରାସ୍ତାରେ ପଡ଼ିଲା ବିରାଟକାୟ ଗଛ

ମୋହନା,୧୧।୪(ମନ୍ମଥ ମିଶ୍ର) :ବର୍ଷା ଅଛି ନା ପବନ ଅଛି । ତଥାପି ରାସ୍ତା ଉପରେ ପଡ଼ିଲା ବିରାକାୟ ଗଛ । ଅଟକି ରହିଲା ଅନେକ ଗାଡ଼ି ରାସ୍ତାର…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

ମାମୁଘର ଗାଁକୁ ଯାତ୍ରା ଦେଖିବାକୁ ଆସିଥିଲେ ଭଣଜା: ମିଳିଲା ଗୋଡ଼ହାତ ଅଲଗା ହୋଇଥିବା ମୃତଦେହ

ନନ୍ଦପୁର,୧୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ବିଶାଖାପାଟଣା-କିରାଣ୍ଡୁଳ ସଂଯୋଗୀ କେକେ ରେଳପଥରେ ମାଳି ବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମ ନିକଟ ରେଳଧାରଣାରେ ଶନିବାର…

ମା’ ଦଣ୍ଡକାଳୀଙ୍କ ଯାତ୍ରା: ମହୁରୀ, ଢୋଲ ଶବ୍ଦରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ) : ଆଉ ଚାରି ଦିନ ପରେ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସମାପନ ହେବ । ଆସନ୍ତା ମେରୁ ଯାତ୍ରା ପରେ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri