ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଢୁଛି ଦୁର୍ନୀତି: ସ୍ବଚ୍ଛଳଙ୍କୁ ମିଳୁଛି, ଗୃହହୀନଙ୍କୁ ନାହିଁ

ଖୋର୍ଦ୍ଧା ଅଫିସ,୨୯ା୧୨: ଖୋର୍ଦ୍ଧା ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ବଢ଼ିବାରେ ଲାଗିଛି। ବେଗୁନିଆ ବ୍ଲକର ଗଡମାଣତୀର, ପୋଡାଡିହ ପଞ୍ଚାୟତରେ ଆବାସ ଦୁର୍ନୀତି ପର୍ଦ୍ଦାଫାଶ ହେବା ପରେ ମଧ୍ୟ ପୂର୍ବବତ କାର୍ଯ୍ୟାଦେଶ ପ୍ରଦାନ ବେଳେ ସବୁ ନିୟମକୁ ଅଣଦେଖା କରାଯାଉଛି। ସ୍ବଚ୍ଛଳଙ୍କୁ ଆବାସ ମିଳୁଥିବା ବେଳେ ଗୃହହୀନଙ୍କୁ ମିଳୁନାହିଁ। ଏପରିକି କାର୍ଯ୍ୟାଦେଶ ପ୍ରଦାନରେ ହେଉଥିବା ଦୁର୍ନୀତିରେ କେତେଜଣ ସରକାରୀ କର୍ମଚାରୀ ଓ ଅଧିକାରୀ, ଲୋକ ପ୍ରତିନିଧି ଓ ଦଲାଲଙ୍କ ସମ୍ପୃକ୍ତି ରହିଥିବା ଅଞ୍ଚଳରେ ଆଲୋଚନା ହେଉଛି।

ଗଡ଼ମାଣତ୍ରୀର ଆବାସ ଦୁର୍ନୀତିରେ କଲେଜରେ କାର୍ଯ୍ୟରତ ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ଦଲାଲି କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲେ। କିଛିଦିନ ପୂର୍ବେ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଦଲାଲଙ୍କୁ ଧରି ପୋଲିସ ଜିମା ଦିଆଯାଇଥିଲା। ଏହି କେଳେଙ୍କାରୀରେ ୨ଜଣ ଦଲାଲ ଫେରାର ଅଛନ୍ତି। ସେମାନଙ୍କୁ କେତେଜଣ ରାଜନେତା ଘଣ୍ଟଘୋଡ଼ାଇ ରଖିଥିବା କୁହାଯାଉଛି। ଦୁର୍ନୀତି ଅଭିଯୋଗ ଆସିବା ପରେ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ସେହିଭଳି ପୋଡ଼ାଡ଼ିହ ପଞ୍ଚାୟତର ଆବାସ ଦୁର୍ନୀତିରେ ୨ଜଣ ପିଇଓ ନିଲମ୍ବିତ ହୋଇଥିବାବେଳେ ଜଣେ ବିଡିଓ, ଏବିଡିଓଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ଖୋର୍ଦ୍ଧା ଜିଲାପାଳ ସୁପାରିସ କରିଛନ୍ତି। ଏସବୁ ସତ୍ତ୍ୱେ ବେଗୁନିଆ ବ୍ଲକରେ ଆବାସ ଯୋଜନାରେ ଦୁର୍ନୀତି ପୂର୍ବବତ୍‌ ଚାଲିଛି।

ତଥ୍ୟ ସଂଗ୍ରହ କରୁଛନ୍ତି ଏମ୍‌ପି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଭାଜପା ସକ୍ରିୟ ହୋଇଯାଇଛି। ଦଳ ପକ୍ଷରୁ ଦୁର୍ନୀତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। ଏମ୍‌ପି ଅପରାଜିତା ଷଡଙ୍ଗୀ ମଧ୍ୟ ତଥ୍ୟ ଯୋଗାଡ଼ କରୁଛନ୍ତି। ଏମ୍‌ପି ଷଡ଼ଙ୍ଗୀଙ୍କ କହିବାନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବେଗୁନିଆ ନିର୍ବାଚନମଣ୍ଡଳୀର ବେଗୁନିଆ ଓ ବୋଲଗଡ଼ ଅଞ୍ଚଳରେ ଦୁର୍ନୀତି ହୋଇଥିବା ଜଣାପଡ଼ିଛି। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଅବଗତ କରାଇଯାଇଛି। ଦୁର୍ନୀତି ସମ୍ପର୍କରେ ସଂସଦରେ ପ୍ରସଙ୍ଗ ଉଠାଇଛି। ରାଜ୍ୟ ସରକାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଖୋର୍ଦ୍ଧା ଜିଲାର ବାଲିଅନ୍ତା, ବାଲିପାଟଣା ବ୍ଲକରୁ ଆବାସ ଯୋଜନାରେ ଅଧିକ ଅଭିଯୋଗ ଆସୁଛି। ହିତାଧିକାରୀ ଚୟନରେ ଅସନ୍ତୋଷ ରହିଛି। କିସ୍ତିରେ ଟଙ୍କା ଦେବାବେଳେ ଦୁର୍ନୀତି ଅଭିଯୋଗ ଆସୁଛି। ଖୁବ୍‌ଶୀଘ୍ର ସବୁ ତଥ୍ୟକୁ ନେଇ ଜିଲା ପ୍ରଶାସନ, ବିଭାଗୀୟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବି। ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ ରାଜ୍ୟସ୍ତରୀୟ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri