Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କ ମନ୍‌ କୀ ବାତ୍‌ର ଦ୍ୱିତୀୟ ସଂସ୍କରଣ: ଜଳ ସଂରକ୍ଷଣ ପାଇଁ ଆହ୍ବାନ

ନୂଆଦିଲ୍ଲୀ,୧ା୭(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମର ଦ୍ୱିତୀୟ ସଂସ୍କରଣ ରବିବାର ଆରମ୍ଭ କରିଛନ୍ତି। ଏହି ସଂସ୍କରଣର ପ୍ରଥମ ଅଭିଭାଷଣରେ ସେ ଦେଶବାସୀଙ୍କୁ ଜଳ ସଂରକ୍ଷଣ କରିବା ଲାଗି ଆହ୍ବାନ ଦେଇଛନ୍ତି। ଦେଶର ବୃହତ ଜଳଭଣ୍ଡାର ଏବଂ ନଦୀଗୁଡ଼ିକରେ ଜଳପତ୍ତନ ଯଥେଷ୍ଟ ହ୍ରାସ ପାଇଥିବାରୁ ବହୁ ସହର ଏବେ ଜଳସଙ୍କଟର ସମ୍ମୁଖୀନ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ବର୍ଷାଜଳ ସଂରକ୍ଷଣ କରିବା ଜରୁରୀ ହୋଇପଡିଛି। ସ୍ବଚ୍ଛତା ଅଭିଯାନ ସହିତ ଏହାକୁ ମଧ୍ୟ ଗଣଆନ୍ଦୋଳନ ଭାବେ ନେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିଭିନ୍ନ ସ୍ଥାନରେ ଜଳସଂରକ୍ଷଣ ପାଇଁ ଭିନ୍ନ ପଦ୍ଧତି ଅବଲମ୍ବନ କରାଯାଇପାରେ। ତେବେ ପ୍ରତି ବୁନ୍ଦା ଜଳ ସଂରକ୍ଷଣ ଲକ୍ଷ୍ୟ ହେବା ଉଚିତ। ଏଥିପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସମେତ ସମସ୍ତ ଭାରତୀୟ ସଚେତନତା ସୃଷ୍ଟି କରିବା ଏବଂ ପାରମ୍ପରିକ ଜଳସଂରକ୍ଷଣ ପଦ୍ଧତି ସମ୍ପର୍କରେ ଜାଣିଥିଲେ ତାହାକୁ ସେୟାର କରିବାକୁ ମୋଦି ଆହ୍ବାନ ଦେଇଛନ୍ତି।
ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଗତ ଫେବୃୟାରୀ ୨୪ରେ ପ୍ରଧାନମନ୍ତ୍ରୀ ତାଙ୍କର ମାସିକ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଥିଲେ। ନିର୍ବାଚନ ପରେ ସେ ପୁଣି ଥରେ ତାଙ୍କର ଏହି ଲୋକପ୍ରିୟ କାର୍ଯ୍ୟକ୍ରମକୁ ଫେରିବେ ବୋଲି କହିଥିଲେ। ତାଙ୍କୁ ଫେରାଇ ଆଣିଥିବାରୁ ରବିବାର ସେ ଏହାର ଶ୍ରେୟ ଜନସାଧାରଣଙ୍କୁ ଦେଇଛନ୍ତି। ପ୍ରକୃତରେ କହିବାକୁ ଗଲେ ସେ ଫେରିନାହାନ୍ତି, ଜନସାଧାରଣ ତାଙ୍କୁ ଫେରାଇ ଆଣିଛନ୍ତି ଓ ପୁଣି ଥରେ ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବାର ସୁଯୋଗ ଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ଜରୁରୀକାଳୀନ ପରିସ୍ଥିତି ସମୟ ସମ୍ପର୍କରେ ମନେପକାଇଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଗଣତନ୍ତ୍ରକୁ ହେୟଜ୍ଞାନ କରନାହିଁ। କୌଣସି ଜିନିଷ ସହଜରେ ମିଳିଗଲେ ଲୋକେ ତାହାର ଗୁରୁତ୍ୱକୁ ଅନୁଭବ କରିପାରନ୍ତି ନାହିଁ। ସେ ଉଦାହରଣ ଦେଇ କହିଛନ୍ତି, ଜଣେ ପ୍ରତିଦିନ ଠିକ୍‌ ସମୟରେ ଖାଇବାକୁ ପାଉଥିଲେ ଯେପରି କ୍ଷୁଧାର ଜ୍ୱାଳାକୁ ଅନୁଭବ କରିପାରେ ନାହିଁ ସେହିପରି ଗଣତନ୍ତ୍ରକୁ ଛଡାଇ ନିଆ ନ ଗଲେ, ଗଣତାନ୍ତ୍ରିକ ଅଧିକାରରେ ଯେଉଁ ଆନନ୍ଦ ରହିଛି, ତାହାର ସ୍ବାଦ ପାଇବା ଦୈନନ୍ଦିନ ଜୀବନରେ କଷ୍ଟକର ହୋଇଥାଏ। ଜରୁରୀ ପରିସ୍ଥିତି ସମୟରେ ହିଁ ଦେଶବାସୀ ଅନୁଭବ କରିବା ଆରମ୍ଭ କରିଥିଲେ ଯେ ସେମାନଙ୍କଠାରୁ କିଛି ଛଡ଼ାଇ ନିଆଯାଇଛି। ସାମାଜିକ ବ୍ୟବସ୍ଥାର ସୁପରିଚାଳନାକୁ ସୁନିଶ୍ଚିତ କରିବା ଲାଗି ସମ୍ବିଧାନର ଆବଶ୍ୟକତା ରହିଛି। ଏଥିପାଇଁ ଆଇନ ଓ ନିୟମାବଳୀ ଜରୁରୀ, ଅଧିକାର ଓ କର୍ତ୍ତବ୍ୟ ମଧ୍ୟ ବିତର୍କର ଅଂଶବିଶେଷ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜୁନ୍‌ ୨୫ରେ ଜରୁରୀ ପରିସ୍ଥିତିର ୪୪ତମ ବାର୍ଷିକୀ ଯାଇଛି। ୧୯୭୭ ଲୋକ ସଭା ନିର୍ବାଚନରେ ଜନସାଧାରଣ ସେମାନଙ୍କ ଅଧିକାର ଓ ଆବଶ୍ୟକତା ସମ୍ପର୍କରେ ଚିନ୍ତା ନ କରି ଭୋଟ ଦେଇଥିଲେ। କାରଣ ସେତେବେଳେ ସେମାନେ କେବଳ ଗଣତନ୍ତ୍ରକୁ ବଞ୍ଚାଇ ରଖିବା ପାଇଁ ଭୋଟ ଦେଇଥିଲେ। ଗଣତନ୍ତ୍ର ଭାରତୀୟ ସଂସ୍କୃତି ଓ ଐତିହ୍ୟର ଅଂଶବିଶେଷ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଚ୍ୟାଲେଞ୍ଜକୁ ସମ୍ମୁଖୀନ ହେବା ଲାଗି ଯଦି ଦେଶବାସୀ ସାମୂହିକ ଉଦ୍ୟମ କରିବେ ତେବେ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିପାରିବ। ଆମେ ଏକାଠି କଠିନ ପରିଶ୍ରମ କଲେ ବହୁ କଷ୍ଟସାଧ୍ୟ କାର୍ଯ୍ୟରେ ଆମେ ସଫଳ ହୋଇପାରିବା ବୋଲି ପ୍ରଧାନମନ୍ତ୍ରୀ ସୂଚାଇଛନ୍ତି। ଏହି ଅବସରରେ ଯୋଗର ଗୁରୁତ୍ୱ ସମ୍ପର୍କରେ ମୋଦି ଦୋହରାଇଛନ୍ତି। ଅନ୍ତର୍ଜାତୀୟ ଯୋଗ ଦିବସ ଖୁବ୍‌ ଉତ୍ସାହର ସହ ଦେଶବିଦେଶରେ ପାଳିତ ହୋଇଛି। ସୁସ୍ଥ ବ୍ୟକ୍ତି ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରିବ ଏବଂ ଯୋଗ ତାହା ଦେଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ନିକଟରେ ଶେଷ ହୋଇଥିବା ଲୋକ ସଭା ନିର୍ବାଚନରେ ୯୧ କୋଟି ଭୋଟରଙ୍କ ମଧ୍ୟରୁ ରେକର୍ଡ ସଂଖ୍ୟକ ୬୧ କୋଟି ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି, ଯାହାକି ଚାଇନାକୁ ବାଦ୍‌ଦେଲେ ଅନ୍ୟ ଯେକୌଣସି ଦେଶର ମୋଟ ଜନସଂଖ୍ୟାଠାରୁ ଅଧିକ। ଏଥର ଲୋକ ସଭାକୁ ସର୍ବାଧିକ ୭୮ ମହିଳା ସଦସ୍ୟ ନିର୍ବାଚିତ ହୋଇଛନ୍ତି। ଏଥିପାଇଁ ଭୋଟରମାନଙ୍କ ସଚେତନତାକୁ ସାଲ୍ୟୁଟ ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
‘ଗୁଗଲ ଗୁରୁ’ରେ ସବୁକିଛି ଉପଲବ୍ଧ ହେଉଥିବାବେଳେ ଅଧିକରୁ ଅଧିକ ବହି ପଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଦୈନନ୍ଦିକ କର୍ମମୟ ଜୀବନରୁ କିଛି ସମୟ ବାହାର କରି ଏହାକୁ ପୁସ୍ତକ ଅଧ୍ୟୟନରେ ନିବେଶ କରିବା ଉଚିତ। ଫୁଲତୋଡା ପରିବର୍ତ୍ତେ ପୁସ୍ତକ ଉପହାର ଦେବା ଲାଗି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିଆରୁ ତେଲ କିଣିବା ବନ୍ଦ କରିନାହିଁ ଭାରତ; ଆମେରିକାର ଦାବିକୁ ଖଣ୍ଡନ କଲା ମସ୍କୋ

ନୂଆଦିଲ୍ଲୀ,୧୮।୨: ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri