Posted inଫୁରସତ

ପ୍ରଥମ ରୋଜଗାରରେ ମମି, ଡାଡିଙ୍କ ପାଇଁ ନୂଆ ଲୁଗା କିଣିଥିଲି: ଚକ୍ଷୁରୋଗ ବିଶେଷଜ୍ଞ ଡା. ତରୁଣ କୁମାର ପଣ୍ଡା

ଚକ୍ଷୁରୋଗ ବିଶେଷଜ୍ଞ ତଥା ସାମାଜିକ କର୍ମୀ ଡା. ତରୁଣ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…
ବ୍ରହ୍ମପୁର ଟାଉନ୍‌ରେ ମୋ ଜନ୍ମ। ସ୍ଥାନୀୟ ଏମ୍‌.ଏ.ଭି. ସ୍କୁଲ୍‌ରୁ ୧୯୮୯ରେ ମାଟ୍ରିକ୍‌ ପାସ୍‌ କରିବା ପରେ ଖଲ୍ଲିକୋଟ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ିଥିଲି। ତା’ପରେ ମେଡିକାଲ୍‌ ଏଣ୍ଟ୍ରାନ୍ସରେ ସିଲେକ୍ଟ ହୋଇ ଏମ୍‌.କେ.ସି.ଜି. ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲରେ ଏମ୍‌ବିବିଏସ୍‌ ପଢ଼ିଲି। ପଢ଼ା ସରିଲା ପରେ ଉକ୍ତ କଲେଜରେ ହାଉସ୍‌ ସର୍ଜନ ଭାବେ ବର୍ଷେ କାମ କରିବା ସମୟରେ ମୋତେ ମାସକୁ ୧୮୦୦ ଟଙ୍କା ଲେଖାଏଁ ଷ୍ଟାଇପେଣ୍ଡ ମିଳୁଥିଲା। ତେବେ ପ୍ରଥମ ଥର ଯେଉଁ ଷ୍ଟାଇପେଣ୍ଡ ଟଙ୍କା ପାଇଥିଲି, ତାହା ଏକକାଳୀନ ଦୁଇମାସର ଥିଲା। ଆଉ ସେହି ଟଙ୍କାରେ ମମିଙ୍କ ପାଇଁ ଶାଢ଼ି, ଚୁଡ଼ି ଓ କସ୍‌ମେଟିକ୍ସ ଏବଂ ଡାଡିଙ୍କ ପାଇଁ ହଳେ ପ୍ୟାଣ୍ଟଶାର୍ଟ କପଡ଼ା କିଣିକି ନେଇଥିଲି। ତେବେ ବର୍ଷେ ହାଉସ୍‌ ସର୍ଜନ ରହିବା ପରେ ମୋର ପ୍ରଥମ ପୋଷ୍ଟିଂ ରାୟଗଡ଼ାର କାଶୀପୁର ଅଞ୍ଚଳରେ ହୋଇଥିଲା। ସେଠାରେ ଆସିଷ୍ଟାଣ୍ଟ ସର୍ଜନ ଭାବେ ୬ମାସ କାମ କରିବା ସଙ୍ଗେ ସଙ୍ଗେ ପି.ଜି. ଏଣ୍ଟ୍ରାନ୍ସ ପାଇଁ ବି ପ୍ରସ୍ତୁତ ହେଉଥିଲି। ଆଉ ଏହି ଏଣ୍ଟ୍ରାନ୍ସରେ ସମଗ୍ର ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରି କଟକ ଏସ୍‌ସିବି ମେଡିକାଲ୍‌ କଲେଜ ଆଣ୍ଡ ହସ୍‌ପିଟାଲ୍‌ର ଚକ୍ଷୁରୋଗ ବିଭାଗରେ ପି.ଜି. ପଢ଼ିବା ପାଇଁ ଆଡ୍‌ମିଶନ୍‌ ନେଲି। ହେଲେ ପି.ଜି. କୋର୍ସ ଆରମ୍ଭ କରିବା ପୂର୍ବରୁ ବାଧ୍ୟତାମୂଳକ ଭାବେ ବର୍ଷେ ପାଇଁ କେବିକେ ସର୍ଭିସ୍‌ ମାଲକାନଗିରି ଜିଲାରେ କରି ସାରିବା ପରେ ୩ବର୍ଷ ପି.ଜି. ପଢିଥିଲି। ତା’ପରେ ବାଙ୍କୀ ସବ୍‌ଡିଭିଜନ୍‌ରେ ବର୍ଷେ ଚକ୍ଷୁରୋଗ ବିଶେଷଜ୍ଞ ଭାବେ କାମ କରିବା ପରେ ଏସ୍‌ସିବି ମେଡିକାଲ୍‌ କଲେଜ ଆଣ୍ଡ ହସ୍‌ପିଟାଲ୍‌କୁ ମୋର ବଦଳି ହୋଇଗଲା। ଏଠାରେ ବି ୫ବର୍ଷ ଚକ୍ଷୁରୋଗ ବିଶେଷଜ୍ଞ ଭାବେ କାମ କରିବା ପରେ ପ୍ରମୋଶନ ପାଇ ଆସିଷ୍ଟାଣ୍ଟ ପ୍ରଫେସର୍‌ ହେଲି। ଏବେ ବି ସେହି ପଦବୀରେ ଥାଇ ମୁଁ ଏସ୍‌ସିବି ମେଡିକାଲ୍‌ରେ ରୋଗୀସେବା କରୁଅଛି। ପିଲାଟିଦିନରୁ ଗରିବ, ଅସହାୟଙ୍କ ପ୍ରତି ମୋ ମନରେ ଦୟାଭାବ ରହି ଆସିଛି। ନିଜ ସାଧ୍ୟମତେ ସେମାନଙ୍କୁ ସାହାଯ୍ୟ କରିବାକୁ ସବୁବେଳେ ଚେଷ୍ଟା କରିଛି। ଏହି ଧାରା ଏବେ ବି ଜାରି ରହିଛି। ଫଳରେ ଯେବେ ବି ମୋତେ ଟିକେ ସୁବିଧା ମିଳୁଛି ମାଗଣା ଚକ୍ଷୁ ଚିକିତ୍ସା ଶିବିର, ମାଗଣା ସ୍ବାସ୍ଥ୍ୟସେବା ଶିବିର ଇତ୍ୟାଦିର ଆୟୋଜନ କରି ଗରିବ, ଅସହାୟଙ୍କୁ ସାହାଯ୍ୟ ସହଯୋଗ ଯୋଗାଇବାକୁ ଚେଷ୍ଟା କରୁଛି। ସେହିପରି ପୂଜାପାର୍ବଣ ତଥା ଜାନୁୟାରୀ ୨୬ କିମ୍ବା ଅଗଷ୍ଟ ୧୫ ପରି ବିଶେଷ ଦିନ ହେଉ କିମ୍ବା ଆମ ପରିବାରର କାହାର ଜନ୍ମଦିନରେ ମୁଁ ଓ ମୋ ପରିବାର ଲୋକେ ଏକାଠି ମିଶି ବିଭିନ୍ନ ବୃଦ୍ଧାଶ୍ରମ ଅବା ଅନାଥାଶ୍ରମକୁ ଯାଇ ସେଠାକାର ଅନ୍ତେବାସୀଙ୍କ ସହ ମଜାମସ୍ତିରେ ଏହି ଦିନଟିକୁ ବିତାଇଥାଉ। ଯଦ୍ଦ୍ବାରା ବିଭିନ୍ନ ସୁଖସୁବିଧାରୁ ବଞ୍ଚତ୍ତ ଥିବା ସେହି ଅନ୍ତେବାସୀଙ୍କୁ କିଛିକ୍ଷଣ ପାଇଁ ଆନନ୍ଦ ମିଳିଥାଏ, ଆଉ ସେମାନଙ୍କ ଆନନ୍ଦରେ ହିଁ ଆମେ ଖୁସି ପାଉ। ସେହିପରି ରୋଗୀସେବା କରିବା ସମୟରେ ଛୋଟମୋଟ କମେଡି କରିବା, ଗୀତ ବୋଲି ସେମାନଙ୍କୁ ଖୁସି କରାଇବାକୁ ବି ମୋତେ ଖୁବ୍‌ ଭଲ ଲାଗେ। ଏସବୁ ବ୍ୟତୀତ ଲେଖାଲେଖିରେ ମଧ୍ୟ ମୁଁ ରୁଚି ରଖେ। ୟା’ଭିତରେ ବିଭିନ୍ନ ଚକ୍ଷୁରୋଗ ଓ ତା’ର ନିଦାନ ସମ୍ବନ୍ଧୀୟ ଅନେକ ଲେଖା ମୋର ଉଭୟ ଇଂଲିଶ ଓ ଓଡ଼ିଆ ଭାଷାରେ ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇସାରିଲାଣି। ସେହିପରି କେତେକ ଘରୋଇ ଟିଭି ଚ୍ୟାନେଲ୍‌ ତରଫରୁ ବିଭିନ୍ନ ହେଲ୍‌ଥ ଶୋ’ରେ ଭାଗ ନେଇ ଦର୍ଶକଙ୍କର ଅନେକ ପ୍ରଶଂସା ସାଉଁଟି ସାରିଲିଣି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ୧୨ମାସ ନୁହେଁ ପଡିବ ୧୩ମାସ, ଘଟିବ ଅଦ୍ଭୁତ ଜିନିଷ…

୨୦୨୬ ବର୍ଷ ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ଆଗାମୀ ବର୍ଷ ବହୁତ ସ୍ବତନ୍ତ୍ର ହେବାକୁ ଯାଉଛି, କାରଣ ୨୦୨୬ ରେ ୧୨...

ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ୨୦୨୬ ମାର୍ଚ୍ଚରୁ ଆରମ୍ଭ ହେବ ତାଣ୍ଡବ! ଡିସେମ୍ୱରରେ…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ କୋଭିଡ-୧୯ ମହାମାରୀ, ୯/୧୧ ଆକ୍ରମଣ ଏବଂ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଭଳି ଘଟଣା ଅନ୍ତର୍ଭୁକ୍ତ। ତାଙ୍କର କିଛି ଭବିଷ୍ୟବାଣୀ ୨୦୨୬ ବର୍ଷ...

ରହସ୍ୟମୟ ସମୁଦ୍ର: ଯେଉଁଥିରେ କେହି କେବେ ବୁଡ଼ନ୍ତି ନାହିଁ

ପୃଥିବୀର ପ୍ରାୟ ୭୧ ପ୍ରତିଶତ ଅଞ୍ଚଳ ଜଳ ଆଚ୍ଛାଦିତ। ସେଥିରୁ ପ୍ରାୟ ୯୭ ପ୍ରତିଶତ ମହାସାଗରରେ ଲୁଣିଆ ପାଣି ରହିଛି। କେବଳ ତିନି ପ୍ରତିଶତ ପାଣି...

ଏମିତି ଏକ ଦେଶ ଯେଉଁଠି ଲୋକଙ୍କୁ ଦେବାକୁ ପଡେ ନାହିଁ ଇନକମ ଟ୍ୟାକ୍ସ, ଏସବୁ ମିଳେ ମାଗଣାରେ

ବନ୍ଦର ସେରି ବେଗାୱାନ,୮।୧୨: COVID-19 ମହାମାରୀ ପ୍ରାୟ ପ୍ରତ୍ୟେକ ଦେଶର ଅର୍ଥନୀତିକୁ ଏକ ଗମ୍ଭୀର ଆଘାତ ଦେଇଥିଲା। ଅନେକ ଦେଶରେ ସରକାର ଖର୍ଚ୍ଚ ବୃଦ୍ଧି କରିବାକୁ,...

ରହସ୍ୟମୟ ସମୁଦ୍ର: ଯେଉଁଥିରେ କେହି କେବେ ବୁଡ଼ିଯିବେ ନାହିଁ, କାରଣ ଜାଣିଲେ…

ପୃଥିବୀର ପ୍ରାୟ ୭୧ ପ୍ରତିଶତ ଅଞ୍ଚଳ ଜଳ ଆଚ୍ଛାଦିତ। ଏହି କାରଣରୁ ପୃଥିବୀକୁ ନୀଳ ଗ୍ରହ ମଧ୍ୟ କୁହାଯାଏ। ପୃଥିବୀପୃଷ୍ଠର ପ୍ରାୟ ୯୭ ପ୍ରତିଶତ, ମହାସାଗରରେ...

ମଝି ଆକାଶରେ ଫୁଟବଲ ଖେଳିଲେ ଦୁଇ ଖେଳାଳି, ଭୟଙ୍କର ଦୃଶ୍ୟ ଦେଖିଲେ…

କିଛି ଲୋକ ଅନେକ ଦୁଃସାହସିକ କାର୍ଯ୍ୟ କରିଥାନ୍ତି। ଯାହା ଦେଖି ଲୋକଙ୍କ ପ୍ରାଣବାୟୁ ଉଡ଼ିଯିବା ପରି ଲାଗେ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ...

ଏହି ଦେଶରେ ପୁରୁଷଙ୍କ ଅଭାବ; ଏହିକାମ ପାଇଁ ସ୍ୱାମୀ ‘ଭଡ଼ାରେ’ ନେଉଛନ୍ତି ମହିଳା

ନୂଆଦିଲ୍ଲୀ,୫ା୧୨: ୟୁରୋପୀୟ ଦେଶ ଲାଟଭିଆରେ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ତୁଳନାରେ ବହୁତ କମ୍ ଥିବାରୁ ଏଠାରେ ଏକ ଅଭାବନୀୟ ସାମାଜିକ ଧାରା ଦେଖିବାକୁ ମିଳିଛି। ଘରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri