Posted inଫୁରସତ

ପ୍ରଥମ ରୋଜଗାରରେ ମମି, ଡାଡିଙ୍କ ପାଇଁ ନୂଆ ଲୁଗା କିଣିଥିଲି: ଚକ୍ଷୁରୋଗ ବିଶେଷଜ୍ଞ ଡା. ତରୁଣ କୁମାର ପଣ୍ଡା

ଚକ୍ଷୁରୋଗ ବିଶେଷଜ୍ଞ ତଥା ସାମାଜିକ କର୍ମୀ ଡା. ତରୁଣ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…
ବ୍ରହ୍ମପୁର ଟାଉନ୍‌ରେ ମୋ ଜନ୍ମ। ସ୍ଥାନୀୟ ଏମ୍‌.ଏ.ଭି. ସ୍କୁଲ୍‌ରୁ ୧୯୮୯ରେ ମାଟ୍ରିକ୍‌ ପାସ୍‌ କରିବା ପରେ ଖଲ୍ଲିକୋଟ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ିଥିଲି। ତା’ପରେ ମେଡିକାଲ୍‌ ଏଣ୍ଟ୍ରାନ୍ସରେ ସିଲେକ୍ଟ ହୋଇ ଏମ୍‌.କେ.ସି.ଜି. ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲରେ ଏମ୍‌ବିବିଏସ୍‌ ପଢ଼ିଲି। ପଢ଼ା ସରିଲା ପରେ ଉକ୍ତ କଲେଜରେ ହାଉସ୍‌ ସର୍ଜନ ଭାବେ ବର୍ଷେ କାମ କରିବା ସମୟରେ ମୋତେ ମାସକୁ ୧୮୦୦ ଟଙ୍କା ଲେଖାଏଁ ଷ୍ଟାଇପେଣ୍ଡ ମିଳୁଥିଲା। ତେବେ ପ୍ରଥମ ଥର ଯେଉଁ ଷ୍ଟାଇପେଣ୍ଡ ଟଙ୍କା ପାଇଥିଲି, ତାହା ଏକକାଳୀନ ଦୁଇମାସର ଥିଲା। ଆଉ ସେହି ଟଙ୍କାରେ ମମିଙ୍କ ପାଇଁ ଶାଢ଼ି, ଚୁଡ଼ି ଓ କସ୍‌ମେଟିକ୍ସ ଏବଂ ଡାଡିଙ୍କ ପାଇଁ ହଳେ ପ୍ୟାଣ୍ଟଶାର୍ଟ କପଡ଼ା କିଣିକି ନେଇଥିଲି। ତେବେ ବର୍ଷେ ହାଉସ୍‌ ସର୍ଜନ ରହିବା ପରେ ମୋର ପ୍ରଥମ ପୋଷ୍ଟିଂ ରାୟଗଡ଼ାର କାଶୀପୁର ଅଞ୍ଚଳରେ ହୋଇଥିଲା। ସେଠାରେ ଆସିଷ୍ଟାଣ୍ଟ ସର୍ଜନ ଭାବେ ୬ମାସ କାମ କରିବା ସଙ୍ଗେ ସଙ୍ଗେ ପି.ଜି. ଏଣ୍ଟ୍ରାନ୍ସ ପାଇଁ ବି ପ୍ରସ୍ତୁତ ହେଉଥିଲି। ଆଉ ଏହି ଏଣ୍ଟ୍ରାନ୍ସରେ ସମଗ୍ର ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରି କଟକ ଏସ୍‌ସିବି ମେଡିକାଲ୍‌ କଲେଜ ଆଣ୍ଡ ହସ୍‌ପିଟାଲ୍‌ର ଚକ୍ଷୁରୋଗ ବିଭାଗରେ ପି.ଜି. ପଢ଼ିବା ପାଇଁ ଆଡ୍‌ମିଶନ୍‌ ନେଲି। ହେଲେ ପି.ଜି. କୋର୍ସ ଆରମ୍ଭ କରିବା ପୂର୍ବରୁ ବାଧ୍ୟତାମୂଳକ ଭାବେ ବର୍ଷେ ପାଇଁ କେବିକେ ସର୍ଭିସ୍‌ ମାଲକାନଗିରି ଜିଲାରେ କରି ସାରିବା ପରେ ୩ବର୍ଷ ପି.ଜି. ପଢିଥିଲି। ତା’ପରେ ବାଙ୍କୀ ସବ୍‌ଡିଭିଜନ୍‌ରେ ବର୍ଷେ ଚକ୍ଷୁରୋଗ ବିଶେଷଜ୍ଞ ଭାବେ କାମ କରିବା ପରେ ଏସ୍‌ସିବି ମେଡିକାଲ୍‌ କଲେଜ ଆଣ୍ଡ ହସ୍‌ପିଟାଲ୍‌କୁ ମୋର ବଦଳି ହୋଇଗଲା। ଏଠାରେ ବି ୫ବର୍ଷ ଚକ୍ଷୁରୋଗ ବିଶେଷଜ୍ଞ ଭାବେ କାମ କରିବା ପରେ ପ୍ରମୋଶନ ପାଇ ଆସିଷ୍ଟାଣ୍ଟ ପ୍ରଫେସର୍‌ ହେଲି। ଏବେ ବି ସେହି ପଦବୀରେ ଥାଇ ମୁଁ ଏସ୍‌ସିବି ମେଡିକାଲ୍‌ରେ ରୋଗୀସେବା କରୁଅଛି। ପିଲାଟିଦିନରୁ ଗରିବ, ଅସହାୟଙ୍କ ପ୍ରତି ମୋ ମନରେ ଦୟାଭାବ ରହି ଆସିଛି। ନିଜ ସାଧ୍ୟମତେ ସେମାନଙ୍କୁ ସାହାଯ୍ୟ କରିବାକୁ ସବୁବେଳେ ଚେଷ୍ଟା କରିଛି। ଏହି ଧାରା ଏବେ ବି ଜାରି ରହିଛି। ଫଳରେ ଯେବେ ବି ମୋତେ ଟିକେ ସୁବିଧା ମିଳୁଛି ମାଗଣା ଚକ୍ଷୁ ଚିକିତ୍ସା ଶିବିର, ମାଗଣା ସ୍ବାସ୍ଥ୍ୟସେବା ଶିବିର ଇତ୍ୟାଦିର ଆୟୋଜନ କରି ଗରିବ, ଅସହାୟଙ୍କୁ ସାହାଯ୍ୟ ସହଯୋଗ ଯୋଗାଇବାକୁ ଚେଷ୍ଟା କରୁଛି। ସେହିପରି ପୂଜାପାର୍ବଣ ତଥା ଜାନୁୟାରୀ ୨୬ କିମ୍ବା ଅଗଷ୍ଟ ୧୫ ପରି ବିଶେଷ ଦିନ ହେଉ କିମ୍ବା ଆମ ପରିବାରର କାହାର ଜନ୍ମଦିନରେ ମୁଁ ଓ ମୋ ପରିବାର ଲୋକେ ଏକାଠି ମିଶି ବିଭିନ୍ନ ବୃଦ୍ଧାଶ୍ରମ ଅବା ଅନାଥାଶ୍ରମକୁ ଯାଇ ସେଠାକାର ଅନ୍ତେବାସୀଙ୍କ ସହ ମଜାମସ୍ତିରେ ଏହି ଦିନଟିକୁ ବିତାଇଥାଉ। ଯଦ୍ଦ୍ବାରା ବିଭିନ୍ନ ସୁଖସୁବିଧାରୁ ବଞ୍ଚତ୍ତ ଥିବା ସେହି ଅନ୍ତେବାସୀଙ୍କୁ କିଛିକ୍ଷଣ ପାଇଁ ଆନନ୍ଦ ମିଳିଥାଏ, ଆଉ ସେମାନଙ୍କ ଆନନ୍ଦରେ ହିଁ ଆମେ ଖୁସି ପାଉ। ସେହିପରି ରୋଗୀସେବା କରିବା ସମୟରେ ଛୋଟମୋଟ କମେଡି କରିବା, ଗୀତ ବୋଲି ସେମାନଙ୍କୁ ଖୁସି କରାଇବାକୁ ବି ମୋତେ ଖୁବ୍‌ ଭଲ ଲାଗେ। ଏସବୁ ବ୍ୟତୀତ ଲେଖାଲେଖିରେ ମଧ୍ୟ ମୁଁ ରୁଚି ରଖେ। ୟା’ଭିତରେ ବିଭିନ୍ନ ଚକ୍ଷୁରୋଗ ଓ ତା’ର ନିଦାନ ସମ୍ବନ୍ଧୀୟ ଅନେକ ଲେଖା ମୋର ଉଭୟ ଇଂଲିଶ ଓ ଓଡ଼ିଆ ଭାଷାରେ ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇସାରିଲାଣି। ସେହିପରି କେତେକ ଘରୋଇ ଟିଭି ଚ୍ୟାନେଲ୍‌ ତରଫରୁ ବିଭିନ୍ନ ହେଲ୍‌ଥ ଶୋ’ରେ ଭାଗ ନେଇ ଦର୍ଶକଙ୍କର ଅନେକ ପ୍ରଶଂସା ସାଉଁଟି ସାରିଲିଣି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri