Posted inଖେଳ

ପ୍ରଥମ ଟେଷ୍ଟ: ଶ୍ରୀଲଙ୍କା ୬ ଉଇକେଟରେ ବିଜୟୀ

ଗାଲେ,୧୮।୮- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଶ୍ରୀଲଙ୍କା ୬ ଉଇକେଟରେ ବିଜୟ ହାସଲ କରିଛି। ସ୍ଥାନୀୟ ଗାଲେ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ରବିବାର ଉଭୟ ବୋଲିଂ ଓ ବ୍ୟାଟିଂରେ ଉନ୍ନତ ପ୍ରଦର୍ଶନ କରି ବାଜି ମାରିଛି। ଏଥିସହିତ ୨ ମ୍ୟାଚ୍‌ ବିଶିଷ୍ଟ ଏହି ସିରଜରେ ଶ୍ରୀଲଙ୍କା ୧-୦ରେ ଅଗ୍ରଣୀ ହାସଲ କରିଛି। ଦ୍ୱିତୀୟ ଇନିଂସରେ ୧୨୨ ରନର ଶତକୀୟ ପାଳି ଖେଳି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଶ୍ରୀଲଙ୍କା ଓପନର ଦିମୁଥ କରୁଣାରତ୍ନେ ମ୍ୟାନ୍‌ ଅଫ୍‌ ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଏହି ସିରିଜ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ସିରିଜର ଅନ୍ତର୍ଭୁକ୍ତ ରହିଛି। ଫଳରେ ବିଜୟ ସହ ଶ୍ରୀଲଙ୍କା ୬୦ ପଏଣ୍ଟ ହାସଲ କରିଥିବା ବେଳେ ନ୍ୟୁଜିଲାଣ୍ଡ ହାତ ଖାଲି ରହିଛି।
ଟସ୍‌ଜିତି ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୮୩.୨ ଓଭରରେ ୨୪୯ ରନ କରି ଅଲ୍‌ଆଉଟ ହୋଇଥିଲା। ଜବାବରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୯୩.୨ ଓଭରରେ ୨୬୭ ରନ କରି ଅଲଆଉଟ୍‌ ହୋଇ ୧୮ ରନର ଅଗ୍ରଣୀ ହାସଲ କରିଥିଲା। ଏହାପରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସ ଆରମ୍ଭ କରି ୧୦୬ ଓଭରରେ ୨୮୫ ରନ କରି ଅଲଆଉଟ ହୋଇଥିଲା। ଫଳରେ ଶ୍ରୀଲଙ୍କା ସମ୍ମୁଖରେ ୨୬୮ ରନର ବିଜୟ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଶ୍ରୀଲଙ୍କା ପଞ୍ଚମ ତଥା ଅନ୍ତିମ ଦିବସ ପ୍ରଥମ ସେସେନରେ ୮୬.୧ ଓଭରରେ ୪ ଉଇକେଟ ହରାଇ ୨୬୮ ରନ କରି ବିଜୟ ହାସଲ କରି ନେଇଥିଲା।
ଶନିବାରର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୧୩୩/୦ରୁ ଖେଳ ଆରମ୍ଭ କରି ଶ୍ରୀଲଙ୍କା ରବିବାର ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ତେବେ ଏଥିପାଇଁ ଶ୍ରୀଲଙ୍କା ୪ ଉଇକେଟ ହରାଇବାକୁ ପଡିଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ତଥା ତାରକା ଓପନର ଦିମୁଥ କରୁଣାରତ୍ନେ ୭୧ରୁ ଖେଳ ଆରମ୍ଭ କରି ୧୨୨ ରନ କରି ଆଉଟ ହେବା ପୂର୍ବରୁ ବିଜୟପଥ ପରିଷ୍କାର କରିଥିଲେ। ସେହିପରି ଅନ୍ୟତମ ଓପନର ଲାହିରୁ ଥିରିମାନେ ୫୭ ରନରୁ ଖେଳ ଆରମ୍ଭ କରି ଆଉ ଅଧିକ ୭ ରନ କରି ୬୪ ରନରେ ପ୍ୟାଭିଲିୟନ ଫେରିଥିଲେ। ଓପନିଂ ଯୋଡିରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୧୬୧ ରନର ଶତକୀୟ ଭାଗୀଦାରି ସ୍ଥାପନ କରି ବିଜୟର ମୂଳଦୂଆ ପକାଇଥିଲେ। ଥିରିମାନେ ପ୍ରଥମେ ଆଉଟ ହେବା ପରେ କୁଶଲ ମେଣ୍ଡିସ୍‌ ୧୦ ରନ କରି ଆଉଟ ହୋଇଥିଲେ। ଏହାପରେ କରୁଣାରତ୍ନେ ପ୍ୟାଭିଲିୟନ ଫେରିଥିଲେ। କୁଶଲ ପେରେରା ୨୩ ରନ କରିଥିବା ବେଳେ ଶେଷ ଉଇକେଟ ଭାବେ ଆଉଟ ହୋଇଥିଲେ। ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ ୨୮ ଓ ଧନଞ୍ଜୟ ଡିସିଲଭା ୧୪ ରନ କରି ଅପରାଜିତ ରହିବା ସହ ଦଳକୁ ବିଜୟୀ କରାଇଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ଟ୍ରେଣ୍ଟ ବୋଲ୍ଟ, ଟିମ୍‌ ସୌଦି, ଓ୍ବିଲିୟମ ସମରଭିଲେ ଓ ଅଜାଜ ପଟେଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ- ୨୪୯ ଅଲଆଉଟ।
ଶ୍ରୀଲଙ୍କା ପ୍ରଥମ ଇନିଂସ- ୨୬୭ ଅଲଆଉଟ।
ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସ- ୧୦୬ ଓଭରରେ ୨୮୫ ଅଲଆଉଟ
ଶ୍ରୀଲଙ୍କା ଦ୍ୱିତୀୟ ଇନିଂସ- ୮୬.୧ ଓଭରରେ ୨୬୮/୪
(କରୁଣାରତ୍ନେ- ୧୨୨, ଥିରିମାନେ- ୬୪, ମାଥ୍ୟୁସ- ୨୮*, ପେରେରା- ୨୩, ଡିସିଲଭା- ୧୪*, ବୋଲ୍ଟ- ୧/୩୪, ସୌଦି- ୧/୩୩, ସମରଭିଲେ- ୧/୭୩, ପଟେଲ- ୧/୭୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

ମୁମ୍ବାଇ ଇଣ୍ଡିଆନ୍ସ ସହ ଗୁଜରାଟ ଟାଇଟାନ୍ସକୁ ବି ଡୁବେଇଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ପୂର୍ବତନ କ୍ରିକେଟର୍‌ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ,୧୮।୪: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜରାଟ ଟାଇଟାନ୍ସ ଆଇପିଏଲ ୨୦୨୨ ଜିତିଥିଲା। ଏହା ପରେ, ଗୁଜରାଟ ଆଇପିଏଲ ୨୦୨୩ରେ ରନର୍‌ ଅପ୍‌ ହୋଇଥିଲା। କିନ୍ତୁ ଏହି...

କୋହଲିଙ୍କଠାରୁ ପ୍ରେରଣା ପାଇ ୟୁପିଏସ୍‌ସିରେ ତୃତୀୟ ସ୍ଥାନ ହାସଲ କଲେ ଅନନ୍ୟା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୪: ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦୁନିଆର ଅନ୍ୟତମ ଲୋକପ୍ରିୟ ଆଥଲେଟ ଅଟନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ୮୦୦ ମିଲିୟନରୁ ଅଧିକ ଫଲୋଅର୍ସ...

ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଅହମଦାବାଦ,୧୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇ ତୃତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବ୍ୟାଟିଂ କରି ଟାଇଟନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri