ପ୍ରଥମ କନ୍ୟାପିତାଙ୍କୁ ଅଟକ ରଖି ଦ୍ୱିତୀୟ ବିବାହ ଉଦ୍ୟମ : ଶିଶୁପାଳ ହୋଇ ଫେରିଲେ ବର

ବ୍ରହ୍ମଗିରି,୧୫।୭(ଡି.ଏନ.ଏ): ବ୍ରହ୍ମଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୋଟେ ବରକୁ ଦୁଇଟି କନ୍ୟା ବିବାହ କରିବାକୁ ନେଇ ହୀନସ୍ତା ହୋଇଛନ୍ତି ବରପକ୍ଷ। ଶେଷରେ ଦୁଇଟିଯାକ କନ୍ୟା ଛାଡି ଚାଲିଯିବାରୁ ବର ଶିଶୁପାଳ ହୋଇ ଫେରିବାକୁ ପଡିଛି। ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମଗିରି ଅଞ୍ଚଳରେ ଶନିବାର ଏକ ବିବାହ କନ୍ୟା ଓ ବରପକ୍ଷଙ୍କ ସମ୍ମତିକ୍ରମେ ସ୍ଥିର ହୋଇଥିଲା। କିନ୍ତୁ ସେଦିନ ସକାଳୁ କନ୍ୟାପିତା ବରଘରକୁ ଆସି କୌଣସି କାରଣରୁ ଝିଅ ରାଜି ହେଉ ନ ଥିବା କହି ବିବାହ ପାଇଁ ମନା କରିଥିଲେ। ଏହି ଖବର ଶୁଣିବା ପରେ ବରପକ୍ଷ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଗାଁ କୋଠଘରେ ଅଟକ ରଖିଥିଲେ। ଏପଟେ ଯୁଦ୍ଧକାଳିନ ଭିତ୍ତିରେ ବିବାହ ପାଇଁ ଅନ୍ୟତ୍ର କନ୍ୟା ଖୋଜା ଆରମ୍ଭ ହୋଇଥିଲା। ଶେଷରେ ଆଉ ଏକ କନ୍ୟା ଠିକ କରି କନ୍ୟାଟିକୁ ଆଣିବାକୁ ଯାଇଥିବା ସମୟରେ ପୂର୍ବରୁ ଦେଖିଥିବା କନ୍ୟା ପୁଣି ସେହି ବରକୁ ବିବାହ କରିବାକୁ ରାଜି ହୋଇଥିଲେ। ଫଳରେ ଘଟଣାସ୍ଥଳରେ ଦୁଇଟିଯାକ କନ୍ୟା ବଧୁବେଶ ହୋଇ ପହଞ୍ଚତ୍ ଯାଇଥିଲେ। ବରଘର ହଠାତ ଦୁଇଟି କନ୍ୟାକୁ ଦେଖି ଚିନ୍ତାରେ ରହିଥିବା ସମୟରେ ପ୍ରଥମ କନ୍ୟାପିତା ବରଘର ଏଭଳି ବ୍ୟବହାର ଦେଖି ନିଜ ଝିଅକୁ ବିବାହ ଦେବାକୁ ରାଜି ନ ହୋଇ କନ୍ୟାଧରି ଚାଲିଯାଇଥିଲେ। ପରେ ଦ୍ୱିତୀୟ କନ୍ୟାପକ୍ଷ ଏହି ଘଟଣା ବିଷୟରେ ଜାଣିବା ପରେ ସେମାନେ ମଧ୍ୟ ନିଜ ଝିଅକୁ ଉକ୍ତ ବର ସହ ବିବାହ କରିବାକୁ ରାଜି ହେଲେ ନାହିଁ। ଶେଷରେ ସେ ମଧ୍ୟ ତାଙ୍କ ଝିଅକୁ ଫେରାଇ ନେଇଥିଲେ। ଦୁଇଜଣ କନ୍ୟା ଫେରିଯିବା ପରେ ବର କାହାକୁ ବିବାହ କରି ନ ପାରି ଶିଶୁପାଳ ହୋଇ ଫେରିଗଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ନିଷ୍ପତ୍ତି, ଭୋଟର ଲିଷ୍ଟକୁ ନେଇ କହିଲେ ବଡ଼କଥା…

ନୂଆଦିଲ୍ଲୀ,୩୦।୯: ନିର୍ବାଚନ ଆୟୋଗ ‘ସ୍ପେଶାଲ ଇଣ୍ଟେନସିଭ ରିଭିଜନ’ (SIR) ପ୍ରକ୍ରିୟା ଶେଷ କରିସାରିଥିବା ରାଜ୍ୟଗୁଡ଼ିକରେ ନୂଆ ଭୋଟରମାନଙ୍କ ପାଇଁ ଫର୍ମ-୬ ସହିତ ଯୋଡ଼ା ଯାଇଥିବା ଅତିରିକ୍ତ ଘୋଷଣାନାମା…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ବଡ଼ ଖବର: ଅକ୍ଟୋବର ୧ରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର, କେନ୍ଦ୍ର ସରକାର ନେଲେ କଡ଼ା ଆକ୍ସନ

ନୂଆଦିଲ୍‌ଲୀ,୩୦।୯: କେନ୍ଦ୍ର ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ଅକ୍ଟୋବର ୧ ତାରିଖରୁ ଏଲପିଜି ସବସିଡି (LPG Subsidy) ପାଇଁ ଇ-କେୱାଇସି (e-KYC) ବାଧ୍ୟତାମୂଳକ କରିଛନ୍ତି। ଏହି ସମୟରେ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

୫ ରାଶି ଉପରେ ଶନିଙ୍କ କୋପଦୃଷ୍ଟି: ୧୧ ଡିସେମ୍ୱର ପର୍ଯ୍ୟନ୍ତ ରହିବାକୁ ହେବ ସତର୍କ, ଆରମ୍ଭ ହେଲା ଘୋର ଶନିଦଶା!

ଶନି ଗ୍ରହ ୨୭ ଜୁଲାଇ ୨୦୨୬ରେ ବକ୍ରୀ ହୋଇଥିଲେ। ଏବେ ୧୧ ଡିସେମ୍ୱରରେ ଶନି ମାର୍ଗୀ ହେବେ। ଏହି ସମୟ ମଧ୍ୟରେ ଶନିଙ୍କର ବକ୍ରୀ ଚଳନ ୫ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?