ଖୁଣ୍ଟା,୨୮ା୮(ଡି.ଏନ୍.ଏ.)- ନାରୀ ଟିଏ କଅଁଳ ଶିଶୁକୁ ଲାଳନପାଳନ କରି ମଣିଷ ପରି ଗଢି ତୋଳିବାରେ ଯେପରି ପାରଙ୍ଗମ, ସେହି ନାରୀ ପୁଣି କଞ୍ଚା କାଦୁଅକୁ ନିଜ ହାତରେ ରୂପ ଦେଇ ଜୀବନ୍ତ କରିବାରେ ମଧ୍ୟ ସିଦ୍ଧହସ୍ତା। ସେହିପରି ନାରୀ ଜଣେ ହେଉଛନ୍ତି ଖୁଣ୍ଟା ବଜାର ସଂଲଗ୍ନ ବାରଡାଙ୍ଗୁଆ ଗ୍ରାମ ଅଧୀନ ପୁରୁଣାପାଣି ଛକର ପ୍ରଜ୍ଞା ପରମିତା ବେହେରା (୩୨)। ତେଲ ଲୁଣର ସଂସାର ସହିତ ଯାବତୀୟ କାମ ମଧ୍ୟରେ ରହି ଆଦରି ନେଇଛନ୍ତି ମୂର୍ତ୍ତି ଗଢିବା କାର୍ଯ୍ୟକୁ ଏବଂ ନାରୀ ସମାଜ ପାଇଁ ପାଲଟି ଯାଇଛନ୍ତି ଏକ ଅନନ୍ୟ ଉଦାହରଣ। ଚେଷ୍ଟା ବଳରେ ନିଜେ ସ୍ବାବଲମ୍ବୀ ହୋଇ ପ୍ରମାଣ କରିଦେଇଛନ୍ତି ଶ୍ରୀମତୀ କମ ନୁହଁନ୍ତି ଏବଂ ନାରୀ ଅବଳା ନୁହେଁ ବରଂ ପୁରୁଷର ସମକକ୍ଷ ହୋଇ ଯେକୌଣସି କାର୍ଯ୍ୟ କରିପାରେ ବୋଲି ନାରୀ ସମାଜକୁ ବତ୍ତର୍ର୍ା ଦେଇଛନ୍ତି। ପ୍ରଜ୍ଞା ପରମିତା ଜଣେ ଗୃହିଣୀ। ସ୍ବାମୀ ଓ ଦୁଇ ଝିଅକୁ ନେଇ ତାଙ୍କର ସଂସାର। ବଡ଼ ଝିଅ ଷଷ୍ଠ ଶ୍ରେଣୀର ଛାତ୍ରୀ ହୋଇଥିବା ବେଳେ ସାନ ଝିଅ ତୃତୀୟରେ ପଢୁଛି। ସ୍ବାମୀ ଜୟନ୍ତ ବେହେରା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରନ୍ତି। ପରିବାରର ଅଭାବ ଅନଟନ ଦିନେ ତାଙ୍କୁ ଏହି କାର୍ଯ୍ୟ କରିବା ପାଇଁ ବାଧ୍ୟ କରିଥିଲା ବୋଲି କୁହନ୍ତି ଶ୍ରୀମତୀ ବେହେରା। ସେଦିନର ସେହି ଚେଷ୍ଟା ଆଜି ତାଙ୍କୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ। ପାନ ଦୋକାନ କରି ପରିବାର ଚଳାଉଥିବା ସ୍ବାମୀ ଜୟନ୍ତ ୨୦୦୪ରେ ପ୍ରାଥମିକ ଶିକ୍ଷକ ଭାବେ ନିଯୁକ୍ତି ପାଇବାରୁ ଦୋକାନଟିକୁ ବନ୍ଦ କରିବାକୁ ପଡିଥିଲା। ଶିକ୍ଷକ ଚାକିରିରେ ମାସକୁ ଦରମା ମିଳିଲା ମାତ୍ର ୧୫୦୦ ଟଙ୍କା। ସେଥିରେ ପରିବାର ଚଳାଇବା କଷ୍ଟ ହୋଇଥିବା ବେଳେ ଅନ୍ୟ ଦିଗରୁ ଦି ପଇସା ରୋଜଗାର କରିବା ପାଇଁ ଚିନ୍ତାରେ ପଡ଼ିଥିଲେ ପତି ଓ ପତ୍ନୀ। ତେବେ ପୂର୍ବରୁ ଜୟନ୍ତ ଜଣେ ମାଟି ମୂର୍ତ୍ତି କାରିଗରଙ୍କ ନିକଟରେ କିଛିଦିନ କାମ କରିଥିଲେ। ସେହି ସ୍ବଳ୍ପ ଅଭିଜ୍ଞତାକୁ ନେଇ ପତ୍ନୀଙ୍କୁ ମୂର୍ତ୍ତି ଗଢିବା କାର୍ଯ୍ୟ ଶିଖାଇଥିଲେ। ପ୍ରଥମେ ପ୍ରଜ୍ଞା ପରମିତା ପୁରୁଷଙ୍କ ଭଳି କାଦୁଅ ଚକଟି ଉକ୍ତ କାର୍ଯ୍ୟ କରିବା ପାଇଁ ନାପସନ୍ଦ କରୁଥିବା ବେଳେ ପରିବାରର ଅଭାବ ତାଙ୍କୁ ଉକ୍ତ କାର୍ଯ୍ୟ କରିବା ପାଇଁ ବାଧ୍ୟ କରିଥିଲା। ଏବେ ସେ ଏହି କାର୍ଯ୍ୟରେ ରହି ଦି ପଇସା ରୋଜଗାର କରି ପାରୁଥିବାରୁ ବେଶ ଆତ୍ମସନ୍ତୋଷ ପାଉଛନ୍ତି ବୋଲି କହିଛନ୍ତି। ସ୍ବାମୀ ଓ ଦୁଇ ଝିଅ ବିଦ୍ୟାଳୟକୁ ଚାଲିଯିବା ପରେ ସେ ଲାଗିଯାନ୍ତି ମୂର୍ତ୍ତି ଗଢିବା କାର୍ଯ୍ୟରେ। ପ୍ରଥମେ ପ୍ରଥମେ ସ୍ବାମୀ ଜୟନ୍ତ ଏହି କାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରୁଥିଲେ। ଏବେ ସେ ମୂର୍ତ୍ତି ଗଢିବାଠାରୁ ଆରମ୍ଭ କରି ରଙ୍ଗ ଦେବା ପର୍ଯ୍ୟନ୍ତ ସବୁକାର୍ଯ୍ୟ ନିଜେ କରୁଛନ୍ତି ବୋଲି କହିଛନ୍ତି। ଭଗବାନଙ୍କ ଉପରେ ବିଶ୍ୱାସ ରଖି ସେ କହିଛନ୍ତି ଠାକୁର ନିଜ ରୂପରେ ନିଜେ ଗଢି ଉଠନ୍ତି , ସେଥିପାଇଁ କିଛି ଉଦଯୋଗ ଦରକାର ବୋଲି କହିଛନ୍ତି। ପୂର୍ବରୁ ସେ କମ ସଂଖ୍ୟକ ମୂର୍ତ୍ତି ତିଆରି କରୁଥିଲେ। ତେବେ ପରେ ମୂର୍ତ୍ତିଗୁଡିକର ଆକର୍ଷଣୀୟତା ଦୃଷ୍ଟିରୁ ଚାହିଦା ବଢିଥିଲା। ଆଗକୁ ଗଣେଶ ଓ ବିଶ୍ୱ କର୍ମା ପୂଜା ହେବାକୁ ଥିବାବେଳେ ଆବଶ୍ୟକତା ଦୃଷ୍ଟିରୁ ସେ ଗଢିଛନ୍ତି ୫୦୦ରୁ ଊଦ୍ଧର୍ବ ବିଭିନ୍ନ ଆକାରର ମୂର୍ତ୍ତି। ଖୁଣ୍ଟା, ଗୋପବନ୍ଧୁନଗର, ଉଦଳା ଓ ବଡ଼ସାହି ବ୍ଲକ ଅଧୀନରେ ଥିବା ବିଭିନ୍ନ ବଜାରରୁ ବେପାରୀମାନେ ଆସି ଏହି ମୂର୍ତ୍ତିଗୁଡିକୁ କିଣି ନେଇ ନିଜ ଅଞ୍ଚଳରେ ବ୍ୟବସାୟ କରିଥାନ୍ତି। ଫର୍ମା ତିଆରି ମୂର୍ତ୍ତିଗୁଡିକୁ ବେପାରିମାନଙ୍କୁ ବିକୁଥିବା ବେଳେ ନଡା ବନ୍ଧା ହାତ ତିଆରି ମୂର୍ତ୍ତିଗୁଡିକୁ ସେ ନିଜେ ବିକ୍ରି କରିଥାନ୍ତି ବୋଲି କହିଛନ୍ତି। ତେବେ ଘରେ ବସିବା ଅପେକ୍ଷା ଏହି କାର୍ଯ୍ୟରୁ ଦି’ପଇସା ମିଳୁଥିବା ବେଳେ ସ୍ବାମୀଙ୍କୁ ଅପେକ୍ଷା ନ କରି ସେ ଘର କରଣା ଜିନିଷ କିଛି କିଣି ପାରୁଛନ୍ତି ବୋଲି କହିଛନ୍ତି। ସେହିପରି ଏହି କାର୍ଯ୍ୟ ପାଇଁ ବିଶେଷ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନ ଥିବା ବେଳେ ସରକାରଙ୍କ ପକ୍ଷରୁ ଗାଁ ଗହଳିରେ ରହୁଥିବା ଗୃହିଣୀମାନଙ୍କୁ ମାଟି ମୂର୍ତ୍ତି ନିର୍ମାଣ ପାଇଁ ତାଲିମ ପ୍ରଦାନ କରାଗଲେ ସେମାନେ ମଧ୍ୟ ଘରକାମ ସହିତ ବଳକା ସମୟରେ ଏହି କାର୍ଯ୍ୟ କରି ଦି’ପଇସା ରୋଜଗାର କରିପାରନ୍ତେ ବୋଲି ପ୍ରଜ୍ଞା ପରମିତା କହିଛନ୍ତି।
Posted inଆମ ଜିଲା ଖବର, ମୟୂରଭଞ୍ଜ View All
ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...
ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…
ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...
ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ
ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...
ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…
ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...
ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍: ପୁରୁଷୋତ୍ତମପୁର ଏସ୍ଡିପିଓ, ଗଞ୍ଜାମ ଥାନା ପ୍ରଥମ
ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍ ନେଟ୍ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍ଏସ୍) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍...
ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …
ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...
ଗଞ୍ଜାମ ଜିଲା ଭାଜପା ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...
ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…
ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...
Archives


