Posted inଜାତୀୟ

ପ୍ରଜାପତି, ୪ ଆଇଏଏସ୍‌ ଅଧିକାରୀଙ୍କ ନାଁରେ ସିବିଆଇ ମାମଲା ରୁଜୁ

ନୂଆଦିଲ୍ଲୀ,୧୧ା୭(ପି.ଟି.): ଉତ୍ତରପ୍ରଦେଶ (ୟୁପି) ଖଣି ଦୁର୍ନୀତି ଘଟଣାରେ ସିବିଆଇ ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତି ଏବଂ ୪ ଜଣ ଆଇଏଏସ୍‌ ଅଫିସରଙ୍କ ବିରୋଧରେ ମାମଲା ରୁଜୁ କରିଛି। ଯେଉଁମାନଙ୍କୁ ଏତଲାରେ ଅଭିଯୁକ୍ତ ଦର୍ଶାଯାଇଛି, ସେମାନେ ହେଲେ ସମାଜବାଦୀ ପାର୍ଟି ସରକାରରେ ମନ୍ତ୍ରୀ ଥିବା ପ୍ରଜାପତି, ତତ୍କାଳୀନ ପ୍ରମୁଖ ସଚିବ ଜିଓ୍ବେଶ ନନ୍ଦନ, ସ୍ବତନ୍ତ୍ର ସଚିବ ସନ୍ତୋଷ କୁମାର, ତତ୍କାଳୀନ ଜିଲାପାଳ ଅଭୟ ଏବଂ ବିବେକ।
ରାଜ୍ୟରେ ବାଲି ଉତ୍ତୋଳନ ପାଇଁ ଲିଜ୍‌ ନବୀକରଣ କିମ୍ବା ସାନି ଲିଜ୍‌ ନିମନ୍ତେ ସରକାର ୨୦୧୨ ମେ ୩୧ରେ ଇ-ଟେଣ୍ଡରିଂକୁ ବାଧ୍ୟତାମୂଳକ କରିଥିଲେ, ଯାହାକୁ ଆଲ୍ଲାହାବାଦ ହାଇକୋର୍ଟ ୨୦୧୩ ଜାନୁୟାରୀ ୨୯ରେ କାଏମ ରଖିଥିଲେ। ମନ୍ତ୍ରୀ ପ୍ରଜାପତିଙ୍କ ପ୍ରଭାବ ବଳରେ ଶିବ ସିଂ ଏବଂ ସୁଖରାଜ୍‌ ସେମାନଙ୍କ ଲିଜ୍‌ ନବୀକରଣ କରିବାରେ ସଫଳ ହୋଇଥିଲେ। ନନ୍ଦନ କୁମାର ଏବଂ ତତ୍କାଳୀନ ଫତେପୁର ଜିଲାପାଳ ଏହି ଷଡ଼ଯନ୍ତ୍ରରେ ସାମିଲ ଥିଲେ। ସରକାରଙ୍କ ଇ-ଟେଣ୍ଡରିଂ ନୀତି ବିରୋଧରେ ଲିଜ୍‌ର ନବୀକରଣ କରାଯାଇଥିଲା। ଦ୍ୱିତୀୟ ମାମଲାରେ ବିବେକ ଦେଓରିଆ ଜିଲାପାଳ ଥିବାବେଳେ ଶାର୍‌ଦା ଯାଦବଙ୍କ ଲିଜ୍‌ ନବୀକରଣ ଲାଗି ଅନୁମତି ଦେଇଥିଲେ। ଆଲ୍ଲାହାବାଦ ହାଇକୋର୍ଟ ଲିଜ୍‌ ନବୀକରଣ ଆବେଦନକୁ ଖାରଜ କରିବା ସତ୍ତ୍ୱେ ବିବେକ ଓ ଅନ୍ୟ ଅଧିକାରୀମାନଙ୍କ ଷଡ଼ଯନ୍ତ୍ର କ୍ରମେ ଯାଦବ ଏହା ହାସଲ କରିପାରିଥିଲେ। ସିବିଆଇ ଆଇଏଏସ୍‌ ଅଧିକାରୀ ଅଭୟ, ବିବେକଙ୍କ ସମେତ ବିଭିନ୍ନ ଅଧିକାରୀଙ୍କ ୧୨ଟି ସ୍ଥାନରେ ଥିବା ଘର ଉପରେ ଚଢ଼ାଉ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri