ପ୍ରକାଶ ପାଇଲା ଭାଜପାର ଜିଲା ସଭାପତି ତାଲିକା

ଭୁବନେଶ୍ୱର,୨୧ା୧୨(ବ୍ୟୁରୋ): ରାଜ୍ୟ ଭାଜପା ପକ୍ଷରୁ ଶୁକ୍ରବାର ଦଳର ୩୬ ସାଙ୍ଗଠନିକ ଜିଲା ମଧ୍ୟରୁ ୩୪ଟି ପାଇଁ ସଭାପତିଙ୍କ ନାମ ପ୍ରକାଶ କରାଯାଇଛି। ଗତ ୧୫ ଏବଂ ୧୬ ତାରିଖରେ ଜିଲା ସଭାପତି ଚୟନ ପାଇଁ ଦଳୀୟ ନିର୍ବାଚନ କରାଯାଇଥିଲା। ଏହାର ଫଳାଫଳ ରାଜ୍ୟ ଭାଜପା ପକ୍ଷରୁ ପ୍ରକାଶ କରାଯାଇଥିବା ବେଳେ ୨ଟି ଜିଲା ଯଥା ଭୁବନେଶ୍ୱର ଏବଂ କଳାହାଣ୍ଡି ପାଇଁ ଏ ପର୍ଯ୍ୟନ୍ତ କିଛି ଚୂଡାନ୍ତ ହୋଇନାହିଁ। ରାଜ୍ୟ ନିର୍ବାଚନ ଅଧିକାରୀ ରଞ୍ଜନ ପଟେଲଙ୍କ ଅନୁମୋଦନକ୍ରମେ ସହ ନିର୍ବାଚନ ଅଧିକାରୀ ସୁଦୀପ୍ତ ରାୟ ଏହି ଘୋଷଣା କରିଛନ୍ତି। ଗତଥରର ଦୁଇଜଣ ସଭାପତିଙ୍କୁ ପୁନର୍ବାର ଦାୟିତ୍ୱ ଦିଆଯାଇଥିବାବେଳେ ବାକି ୩୨ଟିରେ ନୂଆ ମୁହଁ ଦେଖିବାକୁ ମିଳିଛି। ଯାଜପୁର ଜିଲା ସଭାପତି ଥିବା ଗୌତମ ରାୟ ଏବଂ ଜଗତ୍‌ସିଂହପୁରର ସତ୍ୟବ୍ରତ ମହାପାତ୍ରଙ୍କ ଉପରେ ପୁଣିଥରେ ଦଳ ଭରସା କରିଛି। ଅନ୍ୟପଟେ ଏଥର ୪ ବିଧାୟକ ଏବଂ ଦୁଇ ପୂର୍ବତନ ବିଧାୟକଙ୍କୁ ଜିଲା ସଭାପତି ଦାୟିତ୍ୱ ମିଳିଛି। ୪ ବିଧାୟକ ହେଲେ ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ମାଲକାନାଗିରି ବିଧାୟକ ଆଦିତ୍ୟ ମାଢ଼ୀ ଏବଂ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ। ସେହିପରି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଏବଂ ପୂର୍ବତନ ବିଧାୟକ(ବୈଶିଙ୍ଗା) କାନ୍ଦରା ସୋରେନଙ୍କୁ ସଭାପତିଭାବେ ନିଯୁକ୍ତି ଦିଆଯାଇଛି।
ଅନ୍ୟପକ୍ଷରେ ଗୋଷ୍ଠୀ ବିବାଦ ଯୋଗୁ ଭୁବନେଶ୍ୱର ଏବଂ କଳାହାଣ୍ଡି ଜିଲା ପାଇଁ ସଭାପତି ଚୟନ ହୋଇ ପାରି ନ ଥିବା ଚର୍ଚ୍ଚା ହେଉଛି। ସେହିପରି ଦଳ ପକ୍ଷରୁ ୧୮୬ଜଣଙ୍କୁ ରାଜ୍ୟ ପରିଷଦର ସଦସ୍ୟଭାବେ ଚୟନ କରାଯାଇଛି। ଏହି ତାଲିକା ମଧ୍ୟ ଖୁବ୍‌ଶୀଘ୍ର ପ୍ରକାଶ ପାଇବ ବୋଲି ଜଣାପଡିଛି। ଜିଲା ସଭାପତିଙ୍କ ତାଲିକା ରବିବାର କେନ୍ଦ୍ରୀୟ ଟିମ୍‌ଙ୍କ ନିକଟକୁ ପଠାଇ ଦିଆଯିବ, ଏହାପରେ ରାଜ୍ୟ ସଭାପତି ଚୟନ ଲାଗି ଦିନ ସ୍ଥିର କରାଯିବ ବୋଲି ସୁଦୀପ୍ତ ରାୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri