ପୋଲିସ କରୁଛି ପାତରଅନ୍ତର

ଅନୁଗୋଳ ଅଫିସ, ୧୦।୫ – ଗ୍ରୀନ୍‌ ଜୋନ୍‌ରେ ଥିବା ଅନୁଗୋଳ ଜିଲାରେ କଟକଣାକୁ କୋହଳ କରାଯାଇଛି। ଦୋକାନ ବଜାର ଖୋଲିଥିବାରୁ ଗ୍ରାମାଞ୍ଚଳରୁ ଲୋକେ ବଜାରକୁ ଆସି ବିଭିନ୍ନ ସାମଗ୍ରୀ କିଣି ନେଉଛନ୍ତି। ଏଥିପାଇଁ ଭିଡ଼ ବଢ଼ୁଥିବା ବେଳେ ଅନୁଗୋଳ ପୋଲିସ ନିୟମ ପାଳନ ଆଳରେ ବ୍ୟବସାୟୀଙ୍କ ସହ ପାତରଅନ୍ତର କରୁଥିବା ଅଭିଯୋଗ ହେଉଛି।
କେତେଜଣ ବ୍ୟବସାୟୀଙ୍କ କହିବା ଅନୁଯାୟୀ, ଅନୁଗୋଳ ସହରର ବହୁ ଦୋକାନୀ କଟକଣା ନ ମାନି ବ୍ୟବସାୟ କରୁଛନ୍ତି। ଏକାଧିକ ଲୋକଙ୍କୁ ଦୋକାନରେ ପାଖାପାଖି ବସାଇ କିଏ ବେପାର କରୁଛନ୍ତି ତ ଆଉ କିଏ ମାସ୍କ ପିନ୍ଧି ନ ଥିବା ଗ୍ରାହକଙ୍କୁ ସାମାଜିକ ଦୂରତ୍ୱ ରଖିବାକୁ ନ କହି ସାମଗ୍ରୀ ପ୍ରଦାନ କରୁଛନ୍ତି। ଅନୁଗୋଳ ପୋଲିସ ସମ୍ମୁଖରେ ଏପରି ଘଟଣା ଘଟୁଥିଲେ ବି ଅନେକ ସମୟରେ ସେପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ମାତ୍ର ହାତଗଣତି କେତୋଟି ଦୋକାନ ସିଲ୍‌ କରାଯାଇଛି। କଟକଣା ଉଲ୍ଲଂଘନ କରୁଥିବା ବଡ଼ ବ୍ୟବସାୟୀଙ୍କୁ ପୋଲିସ ତାଗିଦ୍‌ କରି ଛାଡ଼ିଦେଉଥିବା ଦେଖାଯାଉଛି। ହେଲେ ଛୋଟ ଛୋଟ ବ୍ୟବସାୟୀଙ୍କ ଉପରେ ପୋଲିସ ଅଧିକ କାର୍ଯ୍ୟାନୁଷ୍ଠାନ ନେଉଛି। ଶନିବାର ସହରର କଲେଜ ଛକରେ ଥିବା ଜଣେ ବ୍ୟବସାୟୀ ବାହାରେ କିଛି ଚଟପଟା ଖାଦ୍ୟ ସାମଗ୍ରୀ ରଖିଥିବାବେଳେ ତାଙ୍କ ଦୋକାନକୁ ସିଲ୍‌ କରାଯାଇଥିଲା। ତାଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା। ଆଉ ଭୁଲ ହେବ ନାହିଁ ବୋଲି ବ୍ୟବସାୟୀ ଜଣକ ପୋଲିସକୁ ବିଶ୍ୱାସ ଦେଇଥିଲେ ମଧ୍ୟ ପୋଲିସ ଦୋକାନ ବନ୍ଦ କରି ଚାବି ନେଇ ପଳାଇ ଯାଇଥିଲା। ଛୋଟ ଦୋକାନୀଙ୍କ କ୍ଷେତ୍ରରେ ଏପରି କାର୍ଯ୍ୟାନୁଷ୍ଠନ ନେଉଥିବା ପୋଲିସ ସହରର ବଡ଼ ବଡ଼ ବ୍ୟବସାୟୀଙ୍କ କ୍ଷେତ୍ରରେ କାହିଁକି କୋହଳ ହେଉଛି ବୋଲି ସମ୍ପୃକ୍ତ ଦୋକାନୀମାନେ ପ୍ରଶ୍ନ କରିଛନ୍ତି। ଅପରପକ୍ଷରେ କଟକଣା ମାନୁ ନ ଥିବା ୫ଟି ଦୋକାନକୁ ଶନିବାର ଅନୁଗୋଳ ପୋଲିସ ସିଲ୍‌ କରିବା ସହ ବାଇକ୍‌ରେ ବୁଲୁଥିବା କେତେଜଣ ଅମାନିଆଙ୍କୁ ଥାନାକୁ ଉଠାଇ ନେଇଥିବା ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri