ପୋଖରୀରେ ପଶିଲା ଗାଡ଼ି: ୪ ବର୍ତ୍ତିଲେ

ଉଦଳା,୨୨ା୨(ଡ଼ି.ଏନ୍‌.ଏ.)- ଉଦଳା ଥାନା ଅଞ୍ଚଳରେ ଶୁକ୍ରବାର ଏକ ଚାରି ଚକିଆ ଗାଡ଼ି ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରୁ ଗୋଟିଏ ପରିବାରର ୪ ସଦସ୍ୟ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଉଦଳା ମଣିନାଗେଶ୍ୱର ମନ୍ଦିର ନିକଟରେ ରହୁଥିବା ସଞ୍ଜିତ କୁମାର ସାହୁ ଏକ ନୂଆ ଚାରି ଚକିଆ ଗାଡ଼ିରେ ପରିବାର ସହ ଯାଉଥିବା ବେଳେ ଗାଡ଼ିଟି ତାଙ୍କ ଘର ସାମ୍ନାରେ ଥିବା ପୋଖରୀ ଭିତରକୁ ଓଲଟି ପଡିଥିଲା । ନିକଟରେ ଥିବା ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀ ଏବଂ ସ୍ଥାନୀୟ ଲୋକେ ମିଶି ଗାଡିରେ ଫସି ରହିଥିବା ୪ ଜଣଙ୍କୁ ଉଦ୍ଧାର କରିଥିଲେ । ଉଦଳା ପୋଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି ।