Posted inଜାତୀୟ

ପେଟ୍ରୋଲ, ଡିଜେଲରେ ମାଡ଼: ସବୁଥିରେ ଦର ବଢ଼ିବ

ନୂଆଦିଲ୍ଲୀ,୬।୭ (ପି.ଟି.): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ପାର୍ଲାମେଣ୍ଟରେ ଶୁକ୍ରବାର ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏନ୍‌ଡିଏ ସରକାରଙ୍କ ଦ୍ୱିତୀୟ ପାଳିରେ ପୂର୍ଣ୍ଣକାଳୀନ ପ୍ରଥମ ମହିଳା ଅର୍ଥମନ୍ତ୍ରୀ ସୀତାରାମନ୍‌ ୨୭,୮୬,୩୪୯ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ଖର୍ଚ୍ଚ ଅଟକଳ ପ୍ରସ୍ତାବ ଦେଇଛନ୍ତି। ସେହିଭଳି ରେଲଓ୍ବେକୁ ୬୫, ୮୩୭ କୋଟି ଟଙ୍କାର ବଜେଟ ସହାୟତା ଦିଆଯାଇଛି। ତେବେ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି କରାଯାଇଥିବାରୁ ଏଣିକି ସବୁଥିରେ ଦର ବଢ଼ିବ ବୋଲି ନିଶ୍ଚିତ ହୋଇଯାଇଛି। ଧନୀ

ଙ୍କ ଠାରୁ ଅତିରିକ୍ତ ସରଚାର୍ଜ ଆଦାୟ କରିବା ସହ କ୍ୟାସ୍‌ଲେସ୍‌ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବାକୁ ଯାଇ ଉଚ୍ଚ ମୂଲ୍ୟର ନଗଦ ଉଠାଣ ଉପରେ ଦୁଇ ପ୍ରତିଶତ ଟିଡିଏସ୍‌ ଆଦାୟ ପାଇଁ ସେ ବଜେଟରେ ପ୍ରସ୍ତାବ ଦେଇଛନ୍ତି। ଟିକସ କ୍ଷେତ୍ରରେ ଅଧିକ ରିହାତି ଆଶା କରୁଥିବା ମଧ୍ୟବିତ୍ତ ଶ୍ରେଣୀଙ୍କୁ ସୀତାରାମନଙ୍କ ବଜେଟରୁ ନିରାଶ ହେବାକୁ ପଡିଛି। ଚଳିତ ବଜେଟରେ ଆୟକର ରିଟର୍ନ ଦାଖଲ ନେଇ ନୂଆ ବ୍ୟବସ୍ଥା କରାଯାଇଛି। ଏବେଠୁ ପାନ୍‌ ନ ଥିଲେ ଆଧାର ମାଧ୍ୟମରେ ରିଟର୍ନ ଦାଖଲ କରିହେବ। ଅର୍ଥାତ୍‌ ଆଧାର କାର୍ଡ ବ୍ୟବହାରକୁ ଅଧିକ ଶକ୍ତିଶାଳୀ କରିବାକୁ ଚାହିଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସେହିପରି ପ୍ରବାସୀ ଭାରତୀୟ (ଏନ୍‌ଆର୍‌ଆଇ) ଭାରତରେ ପଦାର୍ପଣ କରିବା ମାତ୍ରେ ସେମାନଙ୍କୁ ତୁରନ୍ତ ଆଧାର

କାର୍ଡ ପ୍ରଦାନ କରାଯିବ। ଆଉ ପୂର୍ବ ଭଳି ସେମାନଙ୍କୁ ୧୮୦ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ପରମ୍ପରା ଭଙ୍ଗ କରି ବ୍ରିଫ୍‌କେସ୍‌ ବଦଳରେ ବହିଖାତା ଧରି ସୀତାରାମନ ଗୃହକୁ ପ୍ରବେଶ କରିଥିଲେ। ତାଙ୍କର ୨ ଘଣ୍ଟା ୧୫ ମିନିଟ୍‌ର ଭାଷଣ ବେଳେ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଲିଟର ପିଛା ୧ ଟଙ୍କା ବଢ଼ାଇବାକୁ ଘୋଷଣା କରି ସେ ସମସ୍ତଙ୍କୁ ଚକିତ କରିଛନ୍ତି। ଖାଲି ସେତିକି ନୁହେଁ, ଏହି ଦୁଇ ପେଟ୍ରୋ ଉତ୍ପାଦ ପରେ ୧ ଟଙ୍କାର ଇନ୍‌ଫ୍ରାଷ୍ଟ୍ରକଚର ସେସ୍‌ ବସିବା ଫଳରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୨ ଟଙ୍କା ୫୦ ଓ ୨ଟଙ୍କା ୩୦ ପଇସା ବୃଦ୍ଧି ପାଇବ। ପେଟ୍ରୋ ଉତ୍ପାଦକୁ ଜିଏସ୍‌ଟି ଅଧୀନକୁ ଆଣିବା ଲାଗି ଦାବି ହୋଇଆସୁଥିବା ବେଳେ ବଜେଟ୍‌ରେ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଟିକସ୍‌ ବୃଦ୍ଧି ନେଇ ଘୋଷଣା କରିବା ଦେଶବାସୀଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି। ହେଲେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଏବେ ସର୍ବନିମ୍ନ ସ୍ତରରେ ଥିବାରୁ ଏହାର ସୁଯୋଗ ନେବାକୁ ସେ ଚାହୁଁଛନ୍ତି ବୋଲି ଅର୍ଥମନ୍ତ୍ରୀ ଯୁକ୍ତି ଦର୍ଶାଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ସବୁ ପ୍ରକାର ସାମଗ୍ରୀ ଦର ବଢ଼ିବା ସହିତ ମାଲ୍‌ ଭଡା ବଢ଼ିବ। ଫଳସ୍ବରୂପ ମୁଦ୍ରାସ୍ଫୀତି ବୃଦ୍ଧି ପାଇବା କାରଣରୁ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ ସଂଶୋଧନ କରିବାକୁ ବାଧ୍ୟ ହେବେ।
ଅନ୍ୟପକ୍ଷରେ ଅଣବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥାଗୁଡ଼ିକ ଏବେ ନଗଦ ସଙ୍କଟର ସାମ୍ନା କରୁଥିବାବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କିଙ୍ଗ୍‌ ସେକ୍ଟରକୁ ୭୦ ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ବଜେଟରେ ଘୋଷଣା କରିଛନ୍ତି। ସେହିପରି ରାଷ୍ଟ୍ରାୟତ୍ତ ପ୍ରତିଷ୍ଠାନଗୁଡ଼ିକର ଘରୋଇକରଣ ମାଧ୍ୟମରେ ବଜେଟରେ ଘୋଷିତ ଯୋଜନାଗୁଡ଼ିକ ପାଇଁ ପାଣ୍ଠି ସଂଗ୍ରହର ବ୍ୟବସ୍ଥା ହୋଇଛି। ତେବେ ଚଳିତ ବଜେଟରେ ଟିକସ ଛାଡ଼ ଲାଗି ଆଶା ବାନ୍ଧିଥିବା ମଧ୍ୟବିତ୍ତ ଶ୍ରେଣୀଙ୍କୁ ନିରାଶ ହେବାକୁ ପଡିଛି। ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ ଅନ୍ତରୀଣ ବଜେଟରେ ଘୋଷିତ ଟିକସ ବ୍ୟବସ୍ଥାକୁ ସୀତାରାମନ ପରିବର୍ତ୍ତନ କରି ନ ଥିବା ବେଳେ କେବଳ ଘର କିଣା ଉପରେ ସାମାନ୍ୟ ଟିକସ ଛାଡ଼ ଘୋଷଣା କରିଛନ୍ତି। କେବଳ ୨୦୨୦ ମାର୍ଚ୍ଚ ସୁଦ୍ଧା ୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଘର କିଣା ଉପରେ ସୁଧ ହାରରେ ଅତିରିକ୍ତ ୧.୫ ଲକ୍ଷ ଟଙ୍କା ଆୟକର ଛାଡ଼ ଘୋଷଣା କରାଯାଇଛି। ଅର୍ଥାତ୍‌ ଜଣେ ମଧ୍ୟବିତ୍ତ ଆୟକାରୀ ଶସ୍ତା ଘର କିଣିବାକୁ ଚାହିଁଲେ ତାଙ୍କୁ ମୋଟ୍‌ରେ ୩.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ଉପରେ ଟିକସ ଛାଡ଼ ସୁବିଧା ମିଳିବ। ଏହି ଘୋଷଣା ଦ୍ୱାରା ରିଏଲ ଇଷ୍ଟେଟ ସେକ୍ଟରକୁ ବିଶେଷ ଫାଇଦା ମିିଳିବା ସମ୍ଭାବନା ନାହିଁ। ଅପରପକ୍ଷରେ ଅର୍ଥମନ୍ତ୍ରୀ ସୀତାରାମନ୍‌ କର୍ପୋରେଟ ଜଗତକୁ ଖୁସି କରିବାକୁ ଚେଷ୍ଟା କରି ଟିକସ ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ୨୫୦ କୋଟି ଟଙ୍କାର ବାର୍ଷିକ କାରବାର କରୁଥିବା କମ୍ପାନୀଙ୍କୁ ୨୫% ଟିକସ ଦେବାକୁ ପଡୁଥିଲା। ଏହା ଉପରେ ଅଧିକ କାରବାର କରୁଥିଲେ ୩୦% ଟିକସ ଆଦାୟ କରାଯାଉଛି। ଅର୍ଥମନ୍ତ୍ରୀ ଉକ୍ତ ସୀମାକୁ ବୃଦ୍ଧି କରି ବାର୍ଷିକ ୪୦୦ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ସମସ୍ତ କମ୍ପାନୀଙ୍କୁ ୨୫%ର ସର୍ବନିମ୍ନ ହାରରେ କର୍ପୋରେଟ ଟିକସ ଦେବାକୁ ପଡିବ ବୋଲି ବଜେଟରେ ପ୍ରସ୍ତାବ ଦେଇଛନ୍ତିି। ଏହାଦ୍ୱାରା ପଞ୍ଜୀକୃତ ୯୯.୩ ପ୍ରତିଶତ କମ୍ପାନୀଙ୍କୁ ଫାଇଦା ମିଳିବ। ବଜେଟରେ ସୀତାରାମନ ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ କୌଣସି ପରିବର୍ତ୍ତନ କରି ନାହାନ୍ତି। ଅନ୍ତରୀଣ ବଜେଟରେ ଘୋଷଣା କରାଯାଇଥିବା ସ୍ଲାବ୍‌ କାଏମ ରଖିଛନ୍ତି। କିନ୍ତୁ ସରକାରଙ୍କ ଆୟ ବଢ଼ାଇବାକୁ ଯାଇ ଧନିକ ଶ୍ରେଣୀଙ୍କ ଉପରେ ସେ ଅଧିକ ଟିକସ ବୋଝ ଲଦିଛନ୍ତି। ଆଗକୁ ବାର୍ଷିକ ୨ରୁ ୫ କୋଟି ଟଙ୍କା ଆୟ କରୁଥିବା ବ୍ୟକ୍ତିବିଶେଷଙ୍କ ଠାରୁ ସରଚାର୍ଜ ବାବଦରେ ୩% ଏବଂ ୫ କୋଟି ଟଙ୍କାରୁ ଅଧିକ ଆୟକାରୀଙ୍କ ଠାରୁ ୭% ଆଦାୟ କରାଯିବ ବୋଲି ଘୋଷଣା କରିଛନ୍ତି। ସେହିପରି ବ୍ୟାଙ୍କ ଆକାଉଣ୍ଟରୁ ବାର୍ଷିକ ୧ କୋଟି ଟଙ୍କାରୁ ଅଧିକ ନଗଦ ଟଙ୍କା ଉଠାଣ ଉପରେ ୨% ଟିଡିଏସ୍‌ ଆଦାୟ କରିବାକୁ ବଜେଟରେ ଘୋଷଣା କରି ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ନଗଦ ଉପଲବ୍ଧତା ବଢ଼ାଇବା ସହ ଡିଜିଟାଲ ଅର୍ଥନୀତିକୁ ପ୍ରୋତ୍ସାହିତ କରିବାକୁ ଚାହିଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ରାଇଡ୍‌ରେ ବାହାରିଲେ ’ସ୍ପାଇଡର୍‌ମ୍ୟାନ, ସ୍ପାଇଡର୍‌ ଓମେନ୍‌’, ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୬।୪: ସୁପରହିଟ୍, ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର୍-ଓମେନ୍‌ ପୋଷାକ ପିନ୍ଧି ବାଇକ୍‌ ରାଇଡ୍‌ କରୁଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଦକ୍ଷିଣ ପଶ୍ଚିମ...

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri