Posted inଖେଳ

ପୂର୍ବତନ ଇଂଲଣ୍ଡ ଡିଫେଣ୍ଡର ସାନ୍‌ସୋମ ହସ୍ପିଟାଲରେ ଭର୍ତ୍ତି

ଲଣ୍ଡନ,୧୬।୫(ଏଏଫ୍‌ପି): ଇଂଲଣ୍ଡର ପୂର୍ବତନ ଫୁଟବଲର କେନି ସାନସୋମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୧୯୮୬ରେ ‘ହ୍ୟାଣ୍ଡ ଅଫ୍‌ ଓ୍ବାଲର୍‌ଡ କପ୍‌ କ୍ୱାର୍ଟର ଫାଇନାଲ’ ଖେଳିଥିବା ଏହି ପୂର୍ବତନ ଡିଫେଣ୍ଡର ମୁଣ୍ଡରେ ସେ ଗୁରୁତର ଭାବେ ଆଘାତ ପାଇଛନ୍ତି ବୋଲି ବ୍ରିଟିଶ ଗଣମାଧ୍ୟମ ଉଲ୍ଲେଖ କରିଛି। ୬୧ ବର୍ଷୀୟ ଏହି ପୂର୍ବତନ ଅର୍ସେନାଲ ଖେଳାଳିଙ୍କ ଟୁଇଟର ଏକାଉଣ୍ଡରେ ମଧ୍ୟ ସେ ଚିକିତ୍ସିତ ହେଉଥିବା ଉଲ୍ଲେଖ କରାଯାଇଛି।
ତେବେ ଅସୁସ୍ଥତା ନେଇ ତାଙ୍କ ପରିବାର ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ତେବେ ସେ କୋଭିଡ-୧୯ର ଶିକାର ହୋଇ ନାହାନ୍ତି ବୋଲି ପରିବାର ତରଫରୁ ସ୍ପଷ୍ଟ କରାଯାଇଛି। ସେ ଏହି ଭାଇରସ୍‌ ସଂକ୍ରମଣର ଶିକାର ହୋଇନାହାନ୍ତି ବୋଲି ତାଙ୍କ ଟୁଇଟର ଏକାଉଣ୍ଡରେ ମଧ୍ୟ ସ୍ପଷ୍ଟ କରାଯାଇଛି। କେନିଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ କରିବାକୁ ଗଣମାଧ୍ୟମଗୁଡିକୁ ତାଙ୍କ ପରିବାର ତରଫରୁ ନିବେଦନ କରାଯାଇଛି। ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି ବୋଲି ଗଣମାଧ୍ୟମଗୁଡିକ ଉଲ୍ଲେଖ କରିଛନ୍ତି।
ସାନସମ ଆର୍ସେନାଲ ପାଇଁ ୩୯୪ଟି ମ୍ୟାଚ୍‌ ଖେଳିଛନ୍ତି। ସେ ମଧ୍ୟ କ୍ରିଷ୍ଟାଲ ପ୍ୟାଲେସ, ନ୍ୟୁକ୍ୟାସଲ, କ୍ୟୁପିଆର, ଇଭରଟନ ଓ ଓ୍ବାଟଫର୍ଡ ପାଇଁ ଖେଳିଛନ୍ତି। ସେ ମଧ୍ୟ ଇଂଲଣ୍ଡ ପାଇଁ ୮୬ଟି ମ୍ୟାଚ୍‌ ଖେଳିଛନ୍ତି। ସେ ୧୯୮୨ ଓ ୧୯୮୬ ବିଶ୍ୱକପ୍‌ରେ ଇଂଲଣ୍ଡ ପାଇଁ ପ୍ରତିନିଧିତ୍ୱ କରିଥିଲେ। ୧୯୮୬ ବିଶ୍ୱକପ୍‌ରେ ଇଂଲଣ୍ଡ ଡିଏଗୋ ମାରାଡୋନାଙ୍କ ଆର୍ଜେଣ୍ଟିନାଠାରୁ ପରାସ୍ତ ହୋଇଥିଲା। ମାରାଡୋନା ଏହି ମ୍ୟାଚ୍‌ରେ ‘ହ୍ୟାଣ୍ଡ ଅଫ୍‌ ଗଡ୍‌’ ଗୋଲ ଦେଇ ଆର୍ଜେଣ୍ଟିନା ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ଖାର୍ଗେ, ଭାବନାକୁ ଆଘାତ ଦେବା…

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri