ପୂର୍ବତଟ ରେଳପଥର କ୍ଷତି ୧୦ କୋଟି ଟପିଲା

ଭୁବନେଶ୍ୱର,୧୨-୫ (ବ୍ୟୁରୋ): ପ୍ରାରମ୍ଭିକ ଆକଳନ ଅନୁସାରେ ଫନୀ ଯୋଗୁ ପୂର୍ବତଟ ରେଳପଥ ୧୦ କୋଟି ଟଙ୍କାରୁ  ଉର୍ଦ୍ଧ୍ୱ କ୍ଷତି ସହିଛି। କ୍ଷତି ପରିମାଣ ବଢିବ ବୋଲି ରେଲଓ୍ବେ ପକ୍ଷରୁ ସୂଚନା ରହିଛି। ସେହିଭଳି ଦକ୍ଷିଣ କେନ୍ଦ୍ରୀୟ ରେଲଓ୍ବେ ଫନୀ ଦ୍ୱାରା ୨.୯୮ କୋଟି ଟଙ୍କା କ୍ଷତି ସହିଥିବା ସୂଚନା ରହିଛି। କଟକ,ଭୁବନେଶ୍ୱର ଭଳି ପ୍ରମୁଖ ଷ୍ଟେଶନ ସହ ଅନ୍ୟ ଷ୍ଟେଶନ, ଖୋର୍ଦ୍ଧାରୋଡ ମେମୁ ସେଡ, ପୁରୀ କୋଚିଂ ଡିପୋ, ମଞ୍ଚେଶ୍ୱର କୋଚ୍‌ ମରାମତି କାରଖାନା, ମଞ୍ଚେଶ୍ୱର ରେଲଓ୍ବେ ଚିକିତ୍ସାଳୟ ଏବଂ ବୈଦ୍ୟୁତିକ ତାର ଭଳି ଅନ୍ୟାନ୍ୟ କ୍ଷୟକ୍ଷତି ରହିଛି। ବାତ୍ୟା ଦ୍ୱାରା ୬୦ ଗୋଟି ଓଭରହେଡ ତାର ଏବଂ ୨୨୦୦ କିମି ରେଳ ଟ୍ରାକ, ୨୦ ଗୋଟି ଲେଭଲ କ୍ରସିଂ ଗେଟ, ୧୫ ଇଲେକଟ୍ରିକ ସବ୍‌ଷ୍ଟେଶନ, ବହୁ ଷ୍ଟେଶନ ବିଲଡିଂର ଛାତ, ୨୦୦ ଜାଗାରେ ଗଛ ଉପୁଡିବା ଯୋଗୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଫନୀର ୨୪ ଘଣ୍ଟା ମଧ୍ୟରେ ରେଲଓ୍ବେ ହାଓଡା-ଚେନ୍ନାଇ ମେନ୍‌ ଲାଇନରେ ରେଳ ଚଳାଚଳକୁ ସ୍ବାଭାବିକ କରିଥିଲା। ଓଭର ହେଡ ଏବଂ ରେଳ ଟ୍ରାକର ତାରକୁ ତ୍ୱରିତ ଭିତ୍ତିରେ ଏହାକୁ ମରାମତି କରାଯାଇଥିଲା। ସେହିଭଳି ସ୍ବତନ୍ତ୍ର ଟ୍ରେନ ଚଳାଚଳ ଦ୍ୱାରା ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଯାଇଥିଲା। ବିଭିନ୍ନ ଷ୍ଟେଶନରେ ଫସି ରହିଥିବା ଯାତ୍ରୀଙ୍କ ଖାଇବା ଏବଂ ରହିବା ବ୍ୟବସ୍ଥା କରାଯାଇଥିଲା ବେଳେ ଭୁବନେଶ୍ୱର ଷ୍ଟେଶନରେ ଓ୍ବାଟର ଭେଣ୍ଡିଂ ମେଶିନ ଏବଂ ମୋବାଇଲ ଚାର୍ଜ ସୁବିଧା କରାଯାଇଥିଲା ବୋଲି ରେଲଓ୍ବେ କହିଛି।

ପୁରୀରୁ ଟ୍ରେନ ସ୍ବାଭାବିକ କରିବାକୁ ପ୍ରସ୍ତୁତି ଜୋରଦାର

ବାତ୍ୟାର ତିନି ଦିନ ପରେ ଡିଜେଲ ଇଞ୍ଜିନ ଦ୍ୱାରା ଖୋର୍ଦ୍ଧାଠାରୁ ପୁରୀ ଟ୍ରେନ ଚଳାଚଳ କରିଥିଲା। ଏହା ଦ୍ୱାରା ଅନ୍ୟ କେତେକ ପ୍ରମୁଖ ଟ୍ରେନ ପୁରୀଠାରୁ ଚଳାଚଳ ଆରମ୍ଭ କରିଥିଲା। ପୁରୀରୁ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ସ୍ବାଭାବିକ କରିବାକୁ ଷ୍ଟେଶନର ସମେତ ଅନ୍ୟାନ୍ୟ ପୁନରୁଦ୍ଧାର ଜୋରଦାର ହୋଇଛି। ଏଠାରୁ ଶୁଭାରମ୍ଭ ହେଉଥିବା ଅଧିକାଂଶ ଟ୍ରେନ ବର୍ତ୍ତମାନ ସ୍ବାଭାବିକ ସ୍ଥିତିକୁ ଫେରିଛି। ପ୍ରକିୟାର ଶେଷ ପର୍ଯ୍ୟାୟରେ ନିରାପତ୍ତା ସଂକ୍ରାନ୍ତ କାର୍ଯ୍ୟ ହାତକୁ ନିଆଯାଇଛି। ଧିରେ ଧିରେ ସ୍ଥିତି ସ୍ବାଭାବିକ ହେଉଥିବା ରେଲଓ୍ବେ କହିଛି। ଟ୍ରେନର ଉନ୍ନତ ପରିଚାଳନା ଲାଗି ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏହା ଫଳରେ କିଛି ଟ୍ରେନ ବାତିଲ କରାଯାଇଥିବା ବେଳେ ଆଉ କିଛିର ଶୁଭାରମ୍ଭ ସ୍ଥାନ ପରିବର୍ତ୍ତନ କରାଯାଇଛି।

ରାୟଗଡାରେ ଅଟକିବ ଭୁବନେଶ୍ୱର-ଜୁନାଗଡ ଏକ୍ସପ୍ରେସ

ସେହିଭଳି ନିରାପତ୍ତା ସଂକ୍ରାନ୍ତ କାର୍ଯ୍ୟ ଲାଗି  ସମ୍ବଲପୁର ରେଳ ଡିଭିଜନରେ ଭୁବନେଶ୍ୱର-ଜୁନାଗଡ ଲିଙ୍କ ଏକ୍ସପ୍ରେସ ରବିବାର ରାୟଗଡା ଯାଏ ଚାଲିବ। ଏହା ରାୟଗଡା ଏବଂ ଜୁନାଗଡ ମଧ୍ୟରେ ସେବା ବନ୍ଦ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌

ଭୁବନେଶ୍ୱର,୧୮।୪: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌ ବୁଧବାର କଟକର କ୍ୟାଣ୍ଟନମେଣ୍ଟରୋଡ୍‌ସ୍ଥିତ ଏନ୍‌ସିସି କ୍ୟାଣ୍ଟିନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି...

ଶ୍ରୀଲଙ୍କା, ୟୁଏଇକୁ ପିଆଜ ରପ୍ତାନି କରିବ ଭାରତ

ଭୁବନେଶ୍ୱର,୧୮।୪(ଅନୁରାଧା ମହାରଣା): ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଶ୍ରୀଲଙ୍କାକୁ ସୀମିତ ପରିମାଣରେ ପିଆଜ ରପ୍ତାନି କରିବାକୁ ଭାରତ ଅନୁମତି ଦେଇଛି। ବାଣିଜ୍ୟ ଏବଂ ଶିଳ୍ପ...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ

ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ...

ଝାରସୁଗୁଡ଼ାରେ କ୍ୟାଲ୍‌ସିୟମ ଆଲୁମିନେଟ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍‌ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍‌ସିୟମ୍‌ ଆଲୁମିନେଟ୍‌ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri