ପୂର୍ବତଟ ରେଳପଥର କ୍ଷତି ୧୦ କୋଟି ଟପିଲା

ଭୁବନେଶ୍ୱର,୧୨-୫ (ବ୍ୟୁରୋ): ପ୍ରାରମ୍ଭିକ ଆକଳନ ଅନୁସାରେ ଫନୀ ଯୋଗୁ ପୂର୍ବତଟ ରେଳପଥ ୧୦ କୋଟି ଟଙ୍କାରୁ  ଉର୍ଦ୍ଧ୍ୱ କ୍ଷତି ସହିଛି। କ୍ଷତି ପରିମାଣ ବଢିବ ବୋଲି ରେଲଓ୍ବେ ପକ୍ଷରୁ ସୂଚନା ରହିଛି। ସେହିଭଳି ଦକ୍ଷିଣ କେନ୍ଦ୍ରୀୟ ରେଲଓ୍ବେ ଫନୀ ଦ୍ୱାରା ୨.୯୮ କୋଟି ଟଙ୍କା କ୍ଷତି ସହିଥିବା ସୂଚନା ରହିଛି। କଟକ,ଭୁବନେଶ୍ୱର ଭଳି ପ୍ରମୁଖ ଷ୍ଟେଶନ ସହ ଅନ୍ୟ ଷ୍ଟେଶନ, ଖୋର୍ଦ୍ଧାରୋଡ ମେମୁ ସେଡ, ପୁରୀ କୋଚିଂ ଡିପୋ, ମଞ୍ଚେଶ୍ୱର କୋଚ୍‌ ମରାମତି କାରଖାନା, ମଞ୍ଚେଶ୍ୱର ରେଲଓ୍ବେ ଚିକିତ୍ସାଳୟ ଏବଂ ବୈଦ୍ୟୁତିକ ତାର ଭଳି ଅନ୍ୟାନ୍ୟ କ୍ଷୟକ୍ଷତି ରହିଛି। ବାତ୍ୟା ଦ୍ୱାରା ୬୦ ଗୋଟି ଓଭରହେଡ ତାର ଏବଂ ୨୨୦୦ କିମି ରେଳ ଟ୍ରାକ, ୨୦ ଗୋଟି ଲେଭଲ କ୍ରସିଂ ଗେଟ, ୧୫ ଇଲେକଟ୍ରିକ ସବ୍‌ଷ୍ଟେଶନ, ବହୁ ଷ୍ଟେଶନ ବିଲଡିଂର ଛାତ, ୨୦୦ ଜାଗାରେ ଗଛ ଉପୁଡିବା ଯୋଗୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଫନୀର ୨୪ ଘଣ୍ଟା ମଧ୍ୟରେ ରେଲଓ୍ବେ ହାଓଡା-ଚେନ୍ନାଇ ମେନ୍‌ ଲାଇନରେ ରେଳ ଚଳାଚଳକୁ ସ୍ବାଭାବିକ କରିଥିଲା। ଓଭର ହେଡ ଏବଂ ରେଳ ଟ୍ରାକର ତାରକୁ ତ୍ୱରିତ ଭିତ୍ତିରେ ଏହାକୁ ମରାମତି କରାଯାଇଥିଲା। ସେହିଭଳି ସ୍ବତନ୍ତ୍ର ଟ୍ରେନ ଚଳାଚଳ ଦ୍ୱାରା ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଯାଇଥିଲା। ବିଭିନ୍ନ ଷ୍ଟେଶନରେ ଫସି ରହିଥିବା ଯାତ୍ରୀଙ୍କ ଖାଇବା ଏବଂ ରହିବା ବ୍ୟବସ୍ଥା କରାଯାଇଥିଲା ବେଳେ ଭୁବନେଶ୍ୱର ଷ୍ଟେଶନରେ ଓ୍ବାଟର ଭେଣ୍ଡିଂ ମେଶିନ ଏବଂ ମୋବାଇଲ ଚାର୍ଜ ସୁବିଧା କରାଯାଇଥିଲା ବୋଲି ରେଲଓ୍ବେ କହିଛି।

ପୁରୀରୁ ଟ୍ରେନ ସ୍ବାଭାବିକ କରିବାକୁ ପ୍ରସ୍ତୁତି ଜୋରଦାର

ବାତ୍ୟାର ତିନି ଦିନ ପରେ ଡିଜେଲ ଇଞ୍ଜିନ ଦ୍ୱାରା ଖୋର୍ଦ୍ଧାଠାରୁ ପୁରୀ ଟ୍ରେନ ଚଳାଚଳ କରିଥିଲା। ଏହା ଦ୍ୱାରା ଅନ୍ୟ କେତେକ ପ୍ରମୁଖ ଟ୍ରେନ ପୁରୀଠାରୁ ଚଳାଚଳ ଆରମ୍ଭ କରିଥିଲା। ପୁରୀରୁ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ସ୍ବାଭାବିକ କରିବାକୁ ଷ୍ଟେଶନର ସମେତ ଅନ୍ୟାନ୍ୟ ପୁନରୁଦ୍ଧାର ଜୋରଦାର ହୋଇଛି। ଏଠାରୁ ଶୁଭାରମ୍ଭ ହେଉଥିବା ଅଧିକାଂଶ ଟ୍ରେନ ବର୍ତ୍ତମାନ ସ୍ବାଭାବିକ ସ୍ଥିତିକୁ ଫେରିଛି। ପ୍ରକିୟାର ଶେଷ ପର୍ଯ୍ୟାୟରେ ନିରାପତ୍ତା ସଂକ୍ରାନ୍ତ କାର୍ଯ୍ୟ ହାତକୁ ନିଆଯାଇଛି। ଧିରେ ଧିରେ ସ୍ଥିତି ସ୍ବାଭାବିକ ହେଉଥିବା ରେଲଓ୍ବେ କହିଛି। ଟ୍ରେନର ଉନ୍ନତ ପରିଚାଳନା ଲାଗି ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏହା ଫଳରେ କିଛି ଟ୍ରେନ ବାତିଲ କରାଯାଇଥିବା ବେଳେ ଆଉ କିଛିର ଶୁଭାରମ୍ଭ ସ୍ଥାନ ପରିବର୍ତ୍ତନ କରାଯାଇଛି।

ରାୟଗଡାରେ ଅଟକିବ ଭୁବନେଶ୍ୱର-ଜୁନାଗଡ ଏକ୍ସପ୍ରେସ

ସେହିଭଳି ନିରାପତ୍ତା ସଂକ୍ରାନ୍ତ କାର୍ଯ୍ୟ ଲାଗି  ସମ୍ବଲପୁର ରେଳ ଡିଭିଜନରେ ଭୁବନେଶ୍ୱର-ଜୁନାଗଡ ଲିଙ୍କ ଏକ୍ସପ୍ରେସ ରବିବାର ରାୟଗଡା ଯାଏ ଚାଲିବ। ଏହା ରାୟଗଡା ଏବଂ ଜୁନାଗଡ ମଧ୍ୟରେ ସେବା ବନ୍ଦ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?