ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣରେ ଅନିୟମିତତା: ଆରମ୍ଭରୁ ଉଠିଲାଣି ପିଚୁ

ପରଜଙ୍ଗ, ୨୦।୧୨(ଡି.ଏନ.ଏ.)-ସରିଯାଇଥିଲା ନିର୍ମାଣ ଅବଧି। ତଥାପି କାମ ନ କରି ଗଡ଼ାଇ ଚାଲିଥିଲେ ଦିନ। ଏହାକୁ ନେଇ ପ୍ରତିବାଦ ସ୍ବର ଉଠିବା ପରେ ତରବରିଆ ଭାବେ ଆରମ୍ଭ କଲେ ପିଚୁ ଢଳେଇ। ହେଲେ ରାସ୍ତା କାମ ଆଗକୁ ଯିବା ବେଳକୁ ପଛରୁ ଉଠିଯାଉଛି ପିଚୁ। ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁଲେଇ ଗ୍ରାମ ନିକଟ ୧୪୯ନଂ. ଜାତୀୟ ରାଜପଥରୁ ରେଙ୍ଗାଳି ମୁଖ୍ୟ ବାମ କେନାଲ ଦେଇ ମାଣିକମରା ପଞ୍ଚାୟତ ଜକା ପର୍ଯ୍ୟନ୍ତ ୧୫ କିମି ପୂର୍ତ୍ତ ବିଭାଗ ରାସ୍ତା ତିଆରିବେଳେ ପଦାକୁ ଆସିଛି ଏପରି ଚିତ୍ର। ରାସ୍ତା ନିର୍ମାଣ କାମଚଳା ଭାବେ କରାଯାଉଥିବାରୁ ଏହାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ନିମ୍ନମାନର କାମକୁ ଖୋଦ୍‌ ବିଭାଗୀୟ ଯନ୍ତ୍ରୀ ସ୍ବୀକାର କରିବା ପରେ ଏଥିରେ ବ୍ୟାପକ ଅନିୟମିତତା ହେଉଥିବା ସ୍ପଷ୍ଟ ହୋଇଛି।
ଗତ ଜାନୁୟାରୀ ୩୧ରେ ତତ୍କାଳୀନ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ ଏହି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିରେ ୪କୋଟି ୬୬ଲକ୍ଷ ୭୩ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିବାବେଳେ ଫେବୃୟାରୀ ୨୦ରୁ କାମ ଆରମ୍ଭ ହୋଇଛି। ଏହାର କାମ ନେଇଛନ୍ତି ଠିକାଦାର ବିଶ୍ୱଜିତ୍‌ ସାହୁ। ସେପ୍ଟେମ୍ବର ୧୯ ସୁଦ୍ଧା ରାସ୍ତା କାମ ଶେଷ କରିବାକୁ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ହେଲେ ଅବଧି ସରିଥିବାବେଳେ ରାସ୍ତା କାମ ଶେଷ ହୋଇନାହିଁ। ନିମ୍ନମାନର ସାମଗ୍ରୀ ବ୍ୟବହାର ଏବଂ ଭଲ ଭାବେ ସଫେଇ ନ କରି ରାସ୍ତାରେ ପିଚୁ ଢଳେଇ କରାଯାଉଥିବାରୁ ରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ବ୍ଲକ ଅଧ୍ୟକ୍ଷ ଅକ୍ଷୟ ବେହେରା, ସମିତି ସଭ୍ୟ ଅଶୋକ ଜେନା ପ୍ରମୁଖ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ରାସ୍ତା କାମ ତଦାରଖ କରିବାକୁ ବିଭାଗୀୟ କର୍ମଚାରୀ ଅଭୟ ଭୂତିଆ, ଆଦିକନ୍ଦ ଭୂତିଆ ଏବଂ ଅବସରପ୍ରାପ୍ତ କର୍ମଚାରୀ ଶ୍ରୀକାନ୍ତ ସ୍ବାଇଁଙ୍କୁ ନିୟୋଜିତ କରାଯାଇଛି। ତଥାପି ରାସ୍ତା କାମ ଏପରି ନିମ୍ନମାନର ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ନେଇ ଶ୍ରୀକାନ୍ତ ସେଠୀ କୁହନ୍ତି, ଉଚ୍ଚ ଅଧିକାରୀ ପିସି ଖାଇବେ। ଠିକାଦାରଙ୍କୁ କହି କ’ଣ ଅପ୍ରିୟ ହେବୁ। କାମ ତଦାରଖ କରୁଥିବା ସୁପରଭାଇଜର ମନୋଜ ପାଣି କୁହନ୍ତି, ପିଚୁ ଢଳେଇ ପୂର୍ବରୁ ଝାଡୁ କରାଯାଇନାହିଁ। ତେଣୁ ପିଚୁ ଉଠିଯାଇଥିବା ସେ ସଫେଇ ଦେଇଛନ୍ତି। ଯନ୍ତ୍ରୀ ନିବେଶ ମାଝି ନିମ୍ନମାନର କାମକୁ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ମନ୍ଦିରରେ ହିନ୍ଦୁ ନବବର୍ଷ ପାଳିତ

ହାଟଡ଼ିହୀ,୨୦ା୩(ଶୁଭକାନ୍ତ ନାୟକ): ରାଷ୍ଟ୍ରୀୟ ସେବିକା ସମିତି ପକ୍ଷରୁ କେନ୍ଦୁଝର ଜିଲା ହାଟଡ଼ିହୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ନବବର୍ଷ ଗୁରୁବାର ପାଳନ ହୋଇଯାଇଛି। ଉପସ୍ଥିତ ସେବିକାମାନେ ପତାକା…

ଖୋଲିଲା ତାରାତାରିଣୀ ମନ୍ଦିରର ଦାନହୁଣ୍ଡି: ମିଳିଲା ସୁନା,ରୁପା ଅଳଙ୍କାର ସହ ୭ ଲକ୍ଷ ୮୦ ହଜାର ଟଙ୍କା

ପୁରୁଷୋତ୍ତମପୁର,୨୦ା୩ (ସବିତା ମିଶ୍ର):ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀ ମନ୍ଦିର ଦାନ ହୁଣ୍ଡି ଶୁକ୍ରବାର ଖୋଲାଯାଇ ଗଣତି ହୋଇଛି। ହୁଣ୍ଡିରୁ ସୁନା,ରୁପା ଅଳଙ୍କାର ସହ ୭…

ଥୁଆମୂଳରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳରାମପୁର, ୨୦ା୩ (ଦୁର୍ଗା ଦୁର୍ଗା): କଳାହାଣ୍ଡି ଜିଲା  ଥୁଆମୂଳରାମପୁର ବ୍ଲକ ଅଞ୍ଚଳରେ ଗତ ମଙ୍ଗଳବାରଠାରୁ ଜାରି ରହିଥିବା ପ୍ରଳୟଙ୍କରୀ କାଳବୈଶାଖୀ ଜନଜୀବନକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି। ତୁହାକୁ…

ଜମିପଟ୍ଟା ପ୍ରଦାନ ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ: ବିକ୍ଷୋଭ

ମୋହନା,୨୦ା୩(ମନ୍ମଥ ମିଶ୍ର): ବିଭିନ୍ନ ଦାବି ନେଇ ଶୁକ୍ରବାର ଅଲ ଇଣ୍ଡିଆ ମୂଳ ନିବାସୀ ସଂଘ ପକ୍ଷରୁ ମୋହନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହାଇସ୍କୁଲ ଛକରୁ ମୁଖ୍ୟ ବଜାର…

ଠାକୁର ମଦନ ମୋହନଙ୍କ ଜାଗା ଜବର ଦଖଲ: ଦୁଇବର୍ଷ ପରେ ଆସିଲା ରାୟ

ଗଞ୍ଜାମ,୨୦ା୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ବ୍ରାହ୍ମଣ ଢମଣା ସାହିରେ ପୂୂଜା ପାଉଥିବା ଶ୍ରୀମଦନ ମୋହନଙ୍କ ବଡ଼ବଜାରଠାରେ ଥିବା ଜାଗାକୁ ଦୀର୍ଘବର୍ଷ ହେଲା ଏକ ପରିବାର ଜବରଦଖଲ କରି…

ବାଲିଗୁଡ଼ାରେ ଗ୍ୟାସ୍‌ ସମସ୍ୟା, ହୋଟେଲ ବନ୍ଦ

ବାଲିଗୁଡା,୨୦ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ସହରରେ କିଛିଦିନ ହେବ ଜାଳେଣି ଗ୍ୟାସ ସମସ୍ୟା ଦେଖାଦେଇଛି। ଫଳରେ ଗ୍ୟାସ୍‌ ଉପଭୋକ୍ତାଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଇଛି। ଅନ୍ୟପଟେ…

ସରକାରଙ୍କ ବଡ଼ ଘୋଷଣା: ନିୟମିତ ହେବେ ସ୍କିମାଟିକ ଜୁନିୟର ଶିକ୍ଷକ

ଭୁବନେଶ୍ୱର,୨୦।୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଚୁକ୍ତିଭିତ୍ତିକ ସ୍କିମାଟିକ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା ମିଳିବ ବୋଲି ସରକାରଙ୍କ…

ଛାତ୍ରୀମାନେ ନିଜ ସୁରକ୍ଷା ନିଜେ କରିବା ପାଇଁ ନେଲେ ଏମିତି ପଦକ୍ଷେପ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୩(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁଠାରେ ରହିଥିବା ଋଷିମାଳ ଡିଗ୍ରୀ ମହାବିଦ୍ୟାଳୟରେ ମାର୍ଚ୍ଚ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri