Categories: ପୁରୀ

ପୁରୀରେ ପହଞ୍ଚିଲା ରଥ ଦଉଡି

ପୁରୀ ଅଫିସ,୪ା୬: ଆସନ୍ତା ୨୩ ତାରିଖରେ ରଥଯାତ୍ରା। ଏଥିପାଇଁ ଗୁରୁବାର ପୁରୀରେ ପହଞ୍ଚତ୍ଛି ରଥ ଦଉଡ଼ି। ଓଡ଼ିଶା ସମବାୟ କତା ନିଗମରୁ ୨୦ଟି ଦଉଡ଼ି ଏକ ଗାଡ଼ିିରେ ଆସିଛି। ଏହାକୁ ଶ୍ରୀମନ୍ଦିର ତତ୍ତ୍ବାବଧାରକ ସୁଦର୍ଶନ ମେକାପଙ୍କ ଦାୟିତ୍ୱରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରଖାଯାଇଛି। ତତ୍ତ୍ବାବଧାରକ କହିଛନ୍ତି, ଏଥିରେ ୧୪ଟି ରଥଟଣା ଦଉଡ଼ି ଏବଂ ୬ଟି କର୍ଡନ (ଘେର) ଦଉଡ଼ି ରହିଛି। ଗୋଟିଏ ଟଣା ଦଉଡ଼ିର ଲମ୍ବ ପ୍ରାୟ ୨୨୦ ଫୁଟ ଓ ମୋଟେଇ ୮ ଇଞ୍ଚ ହୋଇଥିବାବେଳେ ଘେର ଦଉଡ଼ି ୪୫୦ ଫୁଟ ଲମ୍ବ ଏବଂ ମୋଟେଇ ୪ଇଞ୍ଚ (୩ଟିର) ଓ ୩ ଇଞ୍ଚ ରହିଛି। ୬ଲକ୍ଷ ୭୦ ହଜାର ୮୪୮ ଟଙ୍କାରେ ଏହି ରଥ ଦଉଡ଼ି ଅଣାଯାଇଥିବା ତତ୍ତ୍ବାବଧାରକ ମେକାପ କହିଛନ୍ତି।