Chinese coronavirus COVID-19 under the microscope. 3d illustration; Shutterstock ID 1643947495; Title: -; PO/WEP: -; ISBN: -; Email invoice to: -
ପୁରୀ ଅଫିସ,୨୪।୫: ପୁରୀ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଶନିବାର ୧୭ ଆକ୍ରାନ୍ତ ଚିହ୍ନଟ ପରେ ଜିଲାର ମୋଟ ଆକ୍ରାନ୍ତ ସଂଖ୍ୟା ଅର୍ଦ୍ଧଶତକ ପାର କରିଥିଲା। ପୁଣି ରବିବାର ୧୬ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଜିଲାର ସଂଖ୍ୟା ୮୧ରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କ ସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଅପରପକ୍ଷେ ଲଗାତାର ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଜିଲାବାସୀ ଓ ପ୍ରଶାସନକୁ ଚିନ୍ତାରେ ପକାଇ ଦେଇଛି। ୧୫ ଦିନ ମଧ୍ୟରେ ୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ମୋଟ ସଂକ୍ରମିତଙ୍କ ମଧ୍ୟରୁ ୪ଜଣ ସୁସ୍ଥ ହୋଇଥିବା ବେଳେ ୭୭ ଆକ୍ଟିଭ୍ କେସ୍ ରହିଛି। ସମସ୍ତେ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।