ପୁରୀକୁ ଆସୁଥିବା ଭକ୍ତ ଆମ ଅତିଥି: ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ, ୨୮।୬: ମହାପ୍ରଭୁଙ୍କ ରଥଯାତ୍ରାକୁ ଭଲ ଭାବେ ପାଳନ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଏ ଦିଗରେ ସେବାୟତ ବନ୍ଧୁମାନେ ସବୁବେଳେ ସହଯୋଗ କରିଆସିଛନ୍ତି। ରଥଯାତ୍ରା ପାଇଁ ପୁରୀକୁ ଆସୁଥିବା ସବୁ ଭକ୍ତ ହେଉଛନ୍ତି ଆମର ଅତିଥି। ସେମାନେ ଯେପରି ଭଲ ଅନୁଭୂତି ନେଇ ଫେରିବେ ସେଥିପ୍ରତି ଆମେ ବିଶେଷ ଧ୍ୟାନ ଦେବା ଦରକାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଡ଼ଦାଣ୍ଡସ୍ଥିତ ନୀଳାଦ୍ରି ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ଶୁକ୍ରବାର ରଥଯାତ୍ରା ସ୍ବତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ କହିଥିଲେ, ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବା ଲାଗି ସରକର ଅନେକ ପଦକ୍ଷେପ ନେଇଛନ୍ତି। ମହାପ୍ରଭୁଙ୍କ ଏହି ପବିତ୍ର ଘୋଷଯାତ୍ରା ପାଇଁ ସମସ୍ତଙ୍କୁ ବିଶେଷକରି ପୁରୀର ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ମୁଖ୍ୟମନ୍ତ୍ରୀ। ମାତ୍ର ୩୦ ମିନିଟ ଅବଧି ମଧ୍ୟରେ ଶେଷ ହୋଇଛି ଏହି ସ୍ବତନ୍ତ୍ର ସମୀକ୍ଷା ବୈଠକ। ବୈଠକ ୧୧ଟା ୫ରେ ଆରମ୍ଭ ହୋଇ ୧୧ଟା ୩୫ ମିନିଟରେ ସରିଥିଲା। ଗତବର୍ଷ ଭଳି ଏଥର ମଧ୍ୟ ଅଧଘଣ୍ଟାଏରେ ଶେଷ ହୋଇଛି ଏହି ସ୍ବତନ୍ତ୍ର ସମୀକ୍ଷା ବୈଠକ।
ପୂର୍ବାହ୍ନ ୧୧ଟା ୫ ମିନିଟରେ ମୁଖ୍ୟମନ୍ତ୍ରୀ ବୈଠକ ସ୍ଥଳରେ ପହଞ୍ଚତ୍ବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କଠାରୁ ଅନୁମତି ନେଇ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ମୁଖ୍ୟ ପ୍ରଶାସକ ଗୋଟିଏ ପରେ ଗୋଟିଏ ବିଷୟରେ ଆଲୋଚନା ପାଇଁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଡାକି ବୈଠକକୁ ଆଗକୁ ନେଇଥିଲେ। ବିଭାଗୀୟ ଅଧିକାରୀମାନଙ୍କୁ ପ୍ରଶ୍ନବାଣରୁ ଏକପ୍ରକାର ନିସ୍ତାର ମିଳିଥିଲା। କଁ। ଭଁ। ପ୍ରଶ୍ନ ପଚରା ଯାଇଥିଲେ ମଧ୍ୟ ମଞ୍ଚାସୀନ ବରିଷ୍ଠ ଅଧିକାରୀ ସତର୍କତାର ସହ ପ୍ରଶ୍ନକର୍ତ୍ତାଙ୍କୁ ବସାଇ ଦେଉଥିଲେ। ତେବେ ବୈଠକରେ ଜଣେ ପରେ ଜଣେ ଅଧିକାରୀ ରଥଯାତ୍ରା ପାଇଁ ତାଙ୍କ ବିଭାଗୀୟ ପ୍ରସ୍ତୁତି ସମ୍ପର୍କରେ ଖୁବ କମ୍‌ ସମୟ ଅର୍ଥାତ ୧ରୁ ୨ମିନିଟ ମଧ୍ୟରେ କହିଥିଲେ। ଏପରିକି ରଥଯାତ୍ରା ପ୍ରସ୍ତୁତି ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ କହିବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ସୁଯୋଗ ଦିଆଯାଇ ନ ଥିଲା। ବିଭାଗୀୟ ଅଧିକାରୀମାନେ ପ୍ରସ୍ତୁତି ସଂକ୍ରାନ୍ତରେ ବୈଠକରେ ଚୁମ୍ବକରେ ସୂଚନା ଦେଇଥିଲେ ।
ପ୍ରଥମେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ କହିଥିଲେ। ରଥ ନିର୍ମାଣଠୁ ଆରମ୍ଭ କରି ମହାପ୍ରଭୁଙ୍କ ରୀତିନୀତି ସବୁ ଶୃଙ୍ଖଳିତ ଭାବେ ଚାଲିଛି। ରଥ ପାଇଁ ଆବଶ୍ୟକ କାଠ ଆସିଯାଇଥିବା ବେଳେ ରଥ ନିର୍ମାଣ ଶେଷ ପର୍ଯ୍ୟାୟ ପହଞ୍ଚତ୍ଛି ବୋଲି କହିଥିଲେ। ଏହାପରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଥିଲେ, ରଥଯାତ୍ରା ପାଇଁ ୨୯ଟି ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ। ବଡ଼ଦାଣ୍ଡରେ ୧୮ ଏବଂ ଜାତୀୟ ରାଜପଥ ପାର୍ଶ୍ୱରେ ୧୧ଟି ଆଶୁ ଚିକିତ୍ସା କେନ୍ଦ୍ର ରହିବ। ମୋଟି ୩୦ ଆମ୍ବୁଲାନ୍ସ ମଧ୍ୟରୁ ବଡ଼ଦାଣ୍ଡରେ ୧୩, ସମୁଦ୍ର କୂଳରେ ୪, ଅନ୍ୟ ଚିକିତ୍ସାଳୟରେ ୮ ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟରେ ୫ଟି ଆମ୍ବୁଲାନ୍ସ କାର୍ଯ୍ୟ କରିବ । ୧୭୦ଟି ଅଧିକ ଶଯ୍ୟା ବ୍ୟବସ୍ଥା ହେବ। ବାହାରୁ ୧୮୭ ଜଣ ଡାକ୍ତର ଏବଂ ୩୯୯ ଜଣ ପାରାମେଡିକାଲ ଷ୍ଟାଫ ନିୟୋଜିତ ହେବେ। ରକ୍ତଭଣ୍ଡାରରେ ୨୦୦ ବୋତଲ ରକ୍ତ ମହଜୁଦ୍‌ ରହିବ। ୨୫୦ ଜଣ ସ୍ବେଚ୍ଛାସେବୀ ସ୍ବାସ୍ଥ୍ୟସେବାରେ ସହଯୋଗ କରିବେ। ୬ଜଣ ଫୁଡ୍‌ ସେଫ୍‌ଟି ଅଫିସର ମଧ୍ୟ କାର୍ଯ୍ୟ କରିବେ। ଜନସ୍ବାସ୍ଥ୍ୟ ବିଭାଗର ନିର୍ବାହୀଯନ୍ତ୍ରୀ ଶରତ କୁମାର ମିଶ୍ର କହିଥିଲେ, ରଥଯାତ୍ରା ସମୟରେ ନିରବଛିନ୍ନ ଭାବେ ଜଳ ଯୋଗାଣ କରାଯିବ। ଏଥିନେଇ ସମସ୍ତ ପ୍ରସ୍ତୁତି ସରିଛି। ସେହିପରି ପୂର୍ତ୍ତ, ସେସୁ, ପରିବହନ, ରେଳ ବିଭାଗ, ଜାତୀୟ ରାଜପଥ, ପୌରସଂସ୍ଥା ପକ୍ଷରୁ ସେମାନଙ୍କ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦିଆଯାଇଥିଲା। ଯାତ୍ରୀ ତଥା ଭକ୍ତଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ଉପରେ ସବୁ ବିଭାଗୀୟ ଅଧିକାରୀମାନେ ଗୁରୁତ୍ୱ ଦେଇଥିଲେ। ରଥଯାତ୍ରା ସୁରକ୍ଷା ଓ ଟ୍ରାଫିକ ପରିଚାଳନ ଉପରେ ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏସ୍‌ପି ଉମାଶଙ୍କର ଦାଶ କହିଥିଲେ ଯେ, ଚଳିତ ବର୍ଷ ୧୫୫ ପ୍ଲାଟୁନ ଫୋର୍ସ ଏବଂ ୧ ହଜାରରୁ ଅଧିକ ଅଫିସିଆଲ ନିୟୋଜିତ ହେବେ। ବିଭାଗୀୟ ଅଧିକାରୀମାନେ ସ୍ବତନ୍ତ୍ର ଭାବେ ବିଭିନ୍ନ ସ୍ଥାନରେ ରହି ସୁରକ୍ଷା ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିବେ। ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିବ ପୁରୀ ସହର। ସହରର ପ୍ରମୁଖ ପ୍ରବେଶ ପଥରରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯିବ ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଜିଲା ଛାତ୍ର କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡ ଦେଇ ସଭାସ୍ଥଳକୁ ଯାଉଥିବା ବେଳେ ବଗଲା ଧର୍ମଶାଳା ନିକଟରୁ ଛାତ୍ର କଂଗ୍ରେସ କର୍ମୀମାନେ ବାଇକ୍‌ରେ କଳା ପତାକା ଦେଖାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର ପଛରେ ଯାଇଥିଲେ। ଟାଉନ ଥାନା ସମ୍ମୁଖରୁ ପୋଲିସ ଯୁବ କଂଗ୍ରେସର ଆଲୋକ ଦାଶ, ଆଶୁତୋଷ ମିଶ୍ର, ଦେବାଶିଷ ଦାସମହାପାତ୍ର, ସୂର୍ଯ୍ୟକାନ୍ତ ପଣ୍ଡା, ବିଭୂ ରଥ, ଅନୀଲ ପ୍ରଧାନ, ରୁଦ୍ର ଦାଶ ଓ ସମ୍ବିତ ବାରିକଙ୍କୁ ଧରି ନେଇ ଅଟକ ରଖିଥିଲା। ପରେ ସେମାନଙ୍କୁ ଛାଡି ଦିଆଯାଇଥିଲା।
ବୈଠକରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଏମ୍‌ପି ପିନାକୀ ମିଶ୍ର, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲାପରିଷଦ ସଭାପତି ଜ୍ୟୋତିର୍ମୟ ଦଳାଇ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଆଇନ ବିଭାଗ ସଚିବ ଶଶିକାନ୍ତ ମିଶ୍ର, କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନୀଲ କୁମାର ସାମଲ, ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ର୍ଶମା, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସଞ୍ଜୀବ କୁମାର ପଣ୍ଡା, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲାପାଳ ବଲୱନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଏହାସହିତ ବିଭିନ୍ନ ବିଭାଗୀୟ ସଚିବ, ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?