Posted inଖେଳ

ପୁଣି ହାର୍ଦ୍ଦିକ୍‌-ଉର୍ବଶୀ ଲିଙ୍କ୍‌ଅପ୍‌

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ୍‌ ନାୟିକା ଉର୍ବଶୀ ରୌଟେଲା। ସୋସିଆଲ୍‌ ମିଡିଆରେ ଲୋକେ ତାଙ୍କୁ ଲୋକପ୍ରିୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ପୁଣି ଯୋଡ଼ିବା ଆରମ୍ଭ କରିଦେଇଛନ୍ତି। ଉର୍ବଶୀ ନିଜ ପୋଷା କୁକୁର ସହ ଏକ ଫଟୋ ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ, ଯାହାକୁ ନେଇ ଏତେ ଚର୍ଚ୍ଚା ଆରମ୍ଭ ହୋଇଛି।
ପୋଷା କୁକୁର ସହ ଉର୍ବଶୀଙ୍କ ଫଟୋ ବେଶ ସୁନ୍ଦର ଲାଗୁୁଛି। ଏହାକୁ ଫ୍ୟାନ୍‌ମାନେ ପସନ୍ଦ ମଧ୍ୟ କରୁଛନ୍ତି। ତେବେ କୁକୁର ସହ ଉର୍ବଶୀଙ୍କ ଫଟୋ ପୋଜ୍‌ ଏକଦମ୍‌ ହାର୍ଦ୍ଦିକଙ୍କ ପୋଜ୍‌ ଭଳି ହୋଇଛି। କନ୍‌ଫ୍ୟୁଜ୍‌ ହେଉଛନ୍ତି କି ! ପ୍ରକୃତରେ ଉର୍ବଶୀଙ୍କ ପୂର୍ବରୁ ହାର୍ଦ୍ଦିକ ମଧ୍ୟ ନିଜ କୁକୁର ସହ ସମାନ ପୋଜ୍‌ ଦେଇ ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ଉଭୟଙ୍କ ପୋଜ୍‌ ପ୍ରାୟ ସମାନ ଥିବାରୁ ଲୋକେ ଏମାନଙ୍କୁ ଚିଡ଼ାଇବା ଆରମ୍ଭ କରିଦେଇଛନ୍ତି। ଉର୍ବଶୀଙ୍କୁ ହାର୍ଦ୍ଦିକ୍‌ ଉପହାରରେ ଏହି କୁକୁରଟିକୁ ଦେଇଥିବା ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ହେଉଛି। ତେବେ କିଛିଦିନ ପୂର୍ବରୁ ଉର୍ବଶୀ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରି ହାର୍ଦ୍ଦିକଙ୍କ ସହ ତାଙ୍କ ଲିଙ୍କ୍‌ଅପ୍‌ ନ କରିବାକୁ ଲୋକଙ୍କୁ କହିଥିଲେ। ଏହାସହ ଗଣମାଧ୍ୟମକୁ ମଧ୍ୟ ଉଭୟଙ୍କୁ ନେଇ କୌଣସି ଖବର ପ୍ରସାରଣ ନ କରିବାକୁ ଅନୁରୋଧ କରିଥିଲେ। ସେ କହିଥିଲେ, ଏଭଳି ଗୁଜବ ପ୍ରସାରଣ କରନ୍ତୁ ନାହିଁ। ମୋର ମଧ୍ୟ ପରିବାର ଅଛି, ମୋତେ ମଧ୍ୟ ଉତ୍ତର ରଖିବାକୁ ପଡ଼ିଥାଏ। ଏଭଳି ଗୁଜବ ଦ୍ୱାରା ମୋତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ଉର୍ବଶୀ କହିଥିଲେ।
ଏଠାରେ କହିରଖୁଛୁ ଯେ, ୨୦୧୮ରେ ହାର୍ଦ୍ଦିକ-ଉର୍ବଶୀଙ୍କ ରିଲେସନଶିପ୍‌ ଖୁବ୍‌ ଚର୍ଚ୍ଚା ସାଉଁଟିଥିଲା। ଉଭୟ ସୋସିଆଲ ମିଡିଆରେ ମଧ୍ୟ ପରସ୍ପରକୁ ପୋଷ୍ଟରେ କମେଣ୍ଟ ଦେଉଥିଲେ। ସେମାନଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳିଥିଲା। କିନ୍ତୁ ପରେ ଉର୍ବଶୀଙ୍କ ଏଭଳି ପୋଷ୍ଟରୁ ଜଣାପଡ଼ୁଛି ସେମାନେ ଆଉ ଡେଟ୍‌ କରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

ଆରମ୍ଭ ହେଲା ହର୍ମୁଜ ପ୍ରଣାଳୀର ସଫେଇ… ଯୁଦ୍ଧଜାହାଜ, ଡ୍ରୋନ, ହେଲିକପ୍ଟର ନିୟୋଜିତ; ଆମେରିକାର ‘ହାଇଟେକ ଅପରେଶନ’ ଆରମ୍ଭ

ତେହରାନ,୧୨।୪: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ହର୍ମୁଜ ପ୍ରଣାଳୀରେ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri