ନୂଆଦିଲ୍ଲୀ, ୨୧।୮: ଦିଲ୍ଲୀରେ ପେପର ଲିକ୍କୁ ନେଇ ହୋଇଥିବା ଛାତ୍ର ଆନ୍ଦୋଳନ ପରେ ଏବେ ‘ସଂରକ୍ଷଣ ହଟାଅ ଆନ୍ଦୋଳନ’ ଜୋର ଧରିଛି। ସଂରକ୍ଷଣ ବ୍ୟବସ୍ଥା ହଟାଇବା ଦାବିରେ ବହୁ ସଂଖ୍ୟାରେ ଲୋକ ଜନ୍ତର-ମନ୍ତରରେ ପହଞ୍ଚୁଛନ୍ତି। ତେବେ ଦିଲ୍ଲୀ ପୋଲିସ ସ୍ପଷ୍ଟ ଭାବେ କହିଛି ଯେ, ପ୍ରଦର୍ଶନ ପାଇଁ କୌଣସି ଅନୁମତି ଦିଆଯାଇନାହିଁ। ଏହା ସତ୍ତ୍ୱେ ଜନ୍ତର-ମନ୍ତରରେ ଲୋକଙ୍କ ଭିଡ଼ ଜମିବା ଆରମ୍ଭ ହୋଇଛି।
ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ନୂଆଦିଲ୍ଲୀର ଡିସିପି ସଚିନ ଶର୍ମା ମଧ୍ୟ ଜନ୍ତର-ମନ୍ତରରେ ପହଞ୍ଚିଛନ୍ତି। ଦିଲ୍ଲୀ ପୋଲିସ ପ୍ରଦର୍ଶନକାରୀଙ୍କୁ କହିଛି ଯେ, ସେମାନଙ୍କୁ ରାମଲୀଳା ମଇଦାନରେ ପ୍ରଦର୍ଶନ ପାଇଁ ଅନୁମତି ଦିଆଯିବ। ତେଣୁ ସେମାନେ ରାମଲୀଳା ମଇଦାନକୁ ଯିବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି।

