Posted inଜାତୀୟ

ପୁଣି ଅଟକିଲା ଫାଶୀ

ନୂଆଦିଲ୍ଲୀ, ୩ା୩(ପି.ଟି./ଆଇଏଏନ୍‌ଏସ୍‌): ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୪ ଦୋଷୀଙ୍କୁ ମଙ୍ଗଳବାର ଫାଶୀ ଦିଆଯିବ ନାହିଁ। ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ପୂର୍ବରୁ ଜାରି କରିଥିବା ଡେଥ୍‌ ଓ୍ବାରେଣ୍ଟ ଉପରେ ସୋମବାର ରୋକ ଲଗାଇଛନ୍ତି। ଫଳରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନିର୍ଭୟା ଅପରାଧୀଙ୍କ ଫାଶୀ ଅଟକି ରହିବ। ଏହି ରହିତାଦେଶ ଫଳରେ ଦୋଷୀମାନେ ତୃତୀୟ ଥର ପାଇଁ ଫାଶୀରୁ ଆଶ୍ୱସ୍ତି ପାଇଛନ୍ତି।
ଅପରାଧୀ ପବନ ଗୁପ୍ତାଙ୍କ କ୍ଷମା ଆବେଦନର ବିଚାର ହୋଇ ନ ଥିବାରୁ ଫାଶୀ ଦିଆଯାଇପାରିବ ନାହିଁ ବୋଲି ଅତିରିକ୍ତ ଦୌରା ଜଜ୍‌ ଧର୍ମେନ୍ଦ୍ର ରାଣା କହିଛନ୍ତି। ପବନ ରାଷ୍ଟ୍ରପତିଙ୍କ ପାଖରେ କ୍ଷମା ଆବେଦନ କରିଥିବାରୁ ଫାଶୀଦଣ୍ଡ କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଲାଗି ପଟିଆଲା ହାଉସ୍‌ କୋର୍ଟରେ ଆବେଦନ କରିଥିଲେ। ଦୋଷୀଙ୍କୁ ତୁରନ୍ତ ଫାଶୀ ଦେବା ପାଇଁ ନିର୍ଭୟା ପରିବାର ପକ୍ଷରୁ ଚାପ ପଡୁଛି। ତେବେ ଦେଶର ଆଇନ ଅନୁଯାୟୀ ମୃତ୍ୟୁଦଣ୍ଡ ପାଇଥିବା ଅପରାଧୀଙ୍କ ଆଇନଗତ ସହାୟତା ଶେଷ ନ ହେବା ପର୍ଯ୍ୟନ୍ତ ତାଙ୍କୁ ଫାଶୀ ଦିଆଯାଇପାରିବ ନାହିଁ ବୋଲି ଅତିରିକ୍ତ ଦୌରାଜଜ୍‌ କହିଛନ୍ତି। ଏହି ଅବସରରେ ବିଚାରପତି ପବନଙ୍କ ଓକିଲ ଏ.ପି. ସିଂଙ୍କୁ ଭର୍ତ୍ସନା କରିଥିଲେ। ବାରମ୍ବାର ଫାଶୀ ଘୁଞ୍ଚାଇବାକୁ ଉଦ୍ୟମ କରି ଆପଣ ନିଆଁ ସହିତ ଖେଳୁଛନ୍ତି, ସଚେତନ ହୁଅନ୍ତୁ ବୋଲି ଅତିରିକ୍ତ ଦୌରାଜଜ୍‌ ରାଣା କହିଥିଲେ।
୪ ଅପରାଧୀ ମୁକେଶ ସିଂ, ପବନ ଗୁପ୍ତା, ବିନୟ ଶର୍ମା ଏବଂ ଅକ୍ଷୟ ସିଂଙ୍କୁ ମଙ୍ଗଳବାର ସକାଳ ୬ଟାରେ ଫାଶୀ ଦିଆଯିବାର ଥିଲା। ସୋମବାର ସୁପ୍ରିମକୋର୍ଟ ପବନଙ୍କ କ୍ୟୁରେଟିଭ୍‌ ପିଟିଶନ ଖାରଜ କରିଦେବା ପରେ ସେ ତୁରନ୍ତ ରାଜକ୍ଷମା ଆବେଦନ କରିଥିଲେ ଓ ଫାଶୀ କାର୍ଯ୍ୟକାରୀ ନ କରିବା ଲାଗି ପଟିଆଲା ହାଉସ୍‌ କୋର୍ଟଙ୍କୁ ଅନୁରୋଧ କରିଥିଲେ। ପୂର୍ବରୁ ଦୁଇଥର ଜାନୁୟାରୀ ୨୨ ଓ ଫେବୃୟାରୀ ୧ରେ ଫାଶୀ ଦେବା ପାଇଁ ଡେଥ୍‌ ଓ୍ବାରେଣ୍ଟ ଜାରି ହୋଇଥିଲେ ମଧ୍ୟ ଅପରାଧୀମାନେ ବାରମ୍ବାର କ୍ୟୁରେଟିଭ ପିଟିଶନ ଓ କ୍ଷମା ଆବେଦନ କରିବାରୁ ତାହା କାର୍ଯ୍ୟକାରୀ ହୋଇପାରି ନ ଥିଲା। ଅପରାଧୀମାନେ ଆଇନ ସହ ଲୁଚକାଳି ଖେଳ ଖେଳୁଥିବାରୁ ଅଦାଲତ କଠୋର ପଦକ୍ଷେପ ନେବା ଲାଗି ସରକାରୀ ଓକିଲ ଇର୍‌ଫାନ ଅହମଦ କହିଥିଲେ। ପୁଣି ଥରେ ଫାଶୀ ଟଳିବାରୁ ନିର୍ଭୟାଙ୍କ ମାଆ ଆଶାଦେବୀ କାନ୍ଦି ପକାଇଥିଲେ। ଆଇନ ଅପରାଧୀଙ୍କ ସପକ୍ଷରେ ଯାଉଛି ବୋଲି ସେ କହିବା ସହ ତଥାପି ଧୈର୍ଯ୍ୟ ହରାଇନାହାନ୍ତି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।
୨୦୧୨ ଡିସେମ୍ବର ୧୬ ରାତିରେ ଦିଲ୍ଲୀରେ ୨୩ ବର୍ଷୀୟ ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଏକ ଚଳନ୍ତା ବସ୍‌ରେ ଗଣବଳାତ୍କାର କରି ମୁମୂର୍ଷୁ ଅବସ୍ଥାରେ ରାସ୍ତା ପାର୍ଶ୍ୱରେ ଫିଙ୍ଗିଦିଆଯାଇଥିଲା। ୧୪ ଦିନ ମୃତ୍ୟୁ ସହ ସଂଘର୍ଷ କରିବା ପରେ ଡିସେମ୍ବର ୨୯ରେ ସିଙ୍ଗାପୁରର ଏକ ହସ୍ପିଟାଲରେ ପୀଡ଼ିତା ଆଖି ବୁଜିଥିଲେ। ମୁଖ୍ୟ ଅଭିଯୁକ୍ତ ରାମ ସିଂ ତିହାର ଜେଲ୍‌ରେ ଆତ୍ମହତ୍ୟା କରିଥିବାବେଳେ ଅନ୍ୟ ଜଣେ ନାବାଳକ ହୋଇଥିବାରୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ତାଙ୍କର ବିଚାର ହୋଇଥିଲା। ଅନ୍ୟ ୪ ଜଣଙ୍କୁ ଦୋଷୀସାବ୍ୟସ୍ତ କରି ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିଲା। ତେବେ ସେମାନେ ଜଣକ ପରେ ଜଣେ ପିଟିଶନ ଓ ରାଜକ୍ଷମା ଆବେଦନ କରୁଥିବାରୁ ଫାଶୀଦଣ୍ଡ କାର୍ଯ୍ୟକାରୀ ହୋଇପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri