Posted inଜାତୀୟ

ପୁଣି ଅଟକିଲା ଫାଶୀ

ନୂଆଦିଲ୍ଲୀ, ୩ା୩(ପି.ଟି./ଆଇଏଏନ୍‌ଏସ୍‌): ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୪ ଦୋଷୀଙ୍କୁ ମଙ୍ଗଳବାର ଫାଶୀ ଦିଆଯିବ ନାହିଁ। ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ପୂର୍ବରୁ ଜାରି କରିଥିବା ଡେଥ୍‌ ଓ୍ବାରେଣ୍ଟ ଉପରେ ସୋମବାର ରୋକ ଲଗାଇଛନ୍ତି। ଫଳରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନିର୍ଭୟା ଅପରାଧୀଙ୍କ ଫାଶୀ ଅଟକି ରହିବ। ଏହି ରହିତାଦେଶ ଫଳରେ ଦୋଷୀମାନେ ତୃତୀୟ ଥର ପାଇଁ ଫାଶୀରୁ ଆଶ୍ୱସ୍ତି ପାଇଛନ୍ତି।
ଅପରାଧୀ ପବନ ଗୁପ୍ତାଙ୍କ କ୍ଷମା ଆବେଦନର ବିଚାର ହୋଇ ନ ଥିବାରୁ ଫାଶୀ ଦିଆଯାଇପାରିବ ନାହିଁ ବୋଲି ଅତିରିକ୍ତ ଦୌରା ଜଜ୍‌ ଧର୍ମେନ୍ଦ୍ର ରାଣା କହିଛନ୍ତି। ପବନ ରାଷ୍ଟ୍ରପତିଙ୍କ ପାଖରେ କ୍ଷମା ଆବେଦନ କରିଥିବାରୁ ଫାଶୀଦଣ୍ଡ କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଲାଗି ପଟିଆଲା ହାଉସ୍‌ କୋର୍ଟରେ ଆବେଦନ କରିଥିଲେ। ଦୋଷୀଙ୍କୁ ତୁରନ୍ତ ଫାଶୀ ଦେବା ପାଇଁ ନିର୍ଭୟା ପରିବାର ପକ୍ଷରୁ ଚାପ ପଡୁଛି। ତେବେ ଦେଶର ଆଇନ ଅନୁଯାୟୀ ମୃତ୍ୟୁଦଣ୍ଡ ପାଇଥିବା ଅପରାଧୀଙ୍କ ଆଇନଗତ ସହାୟତା ଶେଷ ନ ହେବା ପର୍ଯ୍ୟନ୍ତ ତାଙ୍କୁ ଫାଶୀ ଦିଆଯାଇପାରିବ ନାହିଁ ବୋଲି ଅତିରିକ୍ତ ଦୌରାଜଜ୍‌ କହିଛନ୍ତି। ଏହି ଅବସରରେ ବିଚାରପତି ପବନଙ୍କ ଓକିଲ ଏ.ପି. ସିଂଙ୍କୁ ଭର୍ତ୍ସନା କରିଥିଲେ। ବାରମ୍ବାର ଫାଶୀ ଘୁଞ୍ଚାଇବାକୁ ଉଦ୍ୟମ କରି ଆପଣ ନିଆଁ ସହିତ ଖେଳୁଛନ୍ତି, ସଚେତନ ହୁଅନ୍ତୁ ବୋଲି ଅତିରିକ୍ତ ଦୌରାଜଜ୍‌ ରାଣା କହିଥିଲେ।
୪ ଅପରାଧୀ ମୁକେଶ ସିଂ, ପବନ ଗୁପ୍ତା, ବିନୟ ଶର୍ମା ଏବଂ ଅକ୍ଷୟ ସିଂଙ୍କୁ ମଙ୍ଗଳବାର ସକାଳ ୬ଟାରେ ଫାଶୀ ଦିଆଯିବାର ଥିଲା। ସୋମବାର ସୁପ୍ରିମକୋର୍ଟ ପବନଙ୍କ କ୍ୟୁରେଟିଭ୍‌ ପିଟିଶନ ଖାରଜ କରିଦେବା ପରେ ସେ ତୁରନ୍ତ ରାଜକ୍ଷମା ଆବେଦନ କରିଥିଲେ ଓ ଫାଶୀ କାର୍ଯ୍ୟକାରୀ ନ କରିବା ଲାଗି ପଟିଆଲା ହାଉସ୍‌ କୋର୍ଟଙ୍କୁ ଅନୁରୋଧ କରିଥିଲେ। ପୂର୍ବରୁ ଦୁଇଥର ଜାନୁୟାରୀ ୨୨ ଓ ଫେବୃୟାରୀ ୧ରେ ଫାଶୀ ଦେବା ପାଇଁ ଡେଥ୍‌ ଓ୍ବାରେଣ୍ଟ ଜାରି ହୋଇଥିଲେ ମଧ୍ୟ ଅପରାଧୀମାନେ ବାରମ୍ବାର କ୍ୟୁରେଟିଭ ପିଟିଶନ ଓ କ୍ଷମା ଆବେଦନ କରିବାରୁ ତାହା କାର୍ଯ୍ୟକାରୀ ହୋଇପାରି ନ ଥିଲା। ଅପରାଧୀମାନେ ଆଇନ ସହ ଲୁଚକାଳି ଖେଳ ଖେଳୁଥିବାରୁ ଅଦାଲତ କଠୋର ପଦକ୍ଷେପ ନେବା ଲାଗି ସରକାରୀ ଓକିଲ ଇର୍‌ଫାନ ଅହମଦ କହିଥିଲେ। ପୁଣି ଥରେ ଫାଶୀ ଟଳିବାରୁ ନିର୍ଭୟାଙ୍କ ମାଆ ଆଶାଦେବୀ କାନ୍ଦି ପକାଇଥିଲେ। ଆଇନ ଅପରାଧୀଙ୍କ ସପକ୍ଷରେ ଯାଉଛି ବୋଲି ସେ କହିବା ସହ ତଥାପି ଧୈର୍ଯ୍ୟ ହରାଇନାହାନ୍ତି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।
୨୦୧୨ ଡିସେମ୍ବର ୧୬ ରାତିରେ ଦିଲ୍ଲୀରେ ୨୩ ବର୍ଷୀୟ ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଏକ ଚଳନ୍ତା ବସ୍‌ରେ ଗଣବଳାତ୍କାର କରି ମୁମୂର୍ଷୁ ଅବସ୍ଥାରେ ରାସ୍ତା ପାର୍ଶ୍ୱରେ ଫିଙ୍ଗିଦିଆଯାଇଥିଲା। ୧୪ ଦିନ ମୃତ୍ୟୁ ସହ ସଂଘର୍ଷ କରିବା ପରେ ଡିସେମ୍ବର ୨୯ରେ ସିଙ୍ଗାପୁରର ଏକ ହସ୍ପିଟାଲରେ ପୀଡ଼ିତା ଆଖି ବୁଜିଥିଲେ। ମୁଖ୍ୟ ଅଭିଯୁକ୍ତ ରାମ ସିଂ ତିହାର ଜେଲ୍‌ରେ ଆତ୍ମହତ୍ୟା କରିଥିବାବେଳେ ଅନ୍ୟ ଜଣେ ନାବାଳକ ହୋଇଥିବାରୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ତାଙ୍କର ବିଚାର ହୋଇଥିଲା। ଅନ୍ୟ ୪ ଜଣଙ୍କୁ ଦୋଷୀସାବ୍ୟସ୍ତ କରି ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିଲା। ତେବେ ସେମାନେ ଜଣକ ପରେ ଜଣେ ପିଟିଶନ ଓ ରାଜକ୍ଷମା ଆବେଦନ କରୁଥିବାରୁ ଫାଶୀଦଣ୍ଡ କାର୍ଯ୍ୟକାରୀ ହୋଇପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri