ପୁଞ୍ଜି ବଜାର ଉପରେ ନିବେଶକଙ୍କ ନଜର

ମୁମ୍ବାଇ,୩-୨: ବଜେଟ ଘୋଷଣା ପରେ ଦେଶର ପୁଞ୍ଜି ବଜାର ପ୍ରାୟ ୧୦୦୦ ପଏଣ୍ଟ ତଳକୁ ଖସିଛି। ଏବେ ପୁଞ୍ଜି ବଜାର ଉପରେ ନିବେଶକଙ୍କ ନଜର ରହିଛି। ନିବେଶକମାନେ ଶେୟାର କିଣାବିକା ବେଳେ ଅନେକ ପ୍ରସଙ୍ଗକୁ ବିଚାର କରୁଛନ୍ତି। ବଜାର ଉପରେ ରହିଥିବା ଏହି ପ୍ରଭାବ ଚଳିତ ସପ୍ତାହରେ ମଧ୍ୟ ଲାଗି ରହିବ ବୋଲି ପୁଞ୍ଜି ବଜାର ବିଶେଷଜ୍ଞମାନେ କହିଛନ୍ତି। ଏହାବାଦ ନିବେଶକ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ଘୋଷଣା, ସରକାରଙ୍କ ତ୍ରୈମାସ ଡାଟା ଘୋଷଣା, କମ୍ପାନୀଗୁଡିକର ତ୍ରୈମାସ ଆୟ ଭଳି ପ୍ରସଙ୍ଗ ମଧ୍ୟ ନିବେଶ ବିଚାର କରିବେ ବୋଲି କୁହାଯାଉଛି। ବଜେଟ ଆସିବା ପରେ ସେନସେକ୍ସରେ ୧ ଦଶନ୍ଧି ମଧ୍ୟରେ ସବୁଠାରୁ ବଡ ଧରଣର ହ୍ରାସ ଦେଖିବାକୁ ମିଳିଛି। ପୁଞ୍ଜି ବଜାରର ଆଶାକୁ ରଖିବାକୁ ବଜେଟ ସଫଳ ହୋଇ ନ ଥିବା କୁହାଯାଇଛି। ସେହିଭଳି ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଭଳି ପଦକ୍ଷେପ ନ ଆସିବା ଏବଂ ବିତ୍ତିୟ ପଦକ୍ଷେପ ଠିକ୍‌ ନ ରହିବା ଯୋଗୁ ଏହାର ପ୍ରଭାବ ଶେୟାର ବଜାର ଉପରେ ଦେଖାଯାଇଛି। ବିଶେଷଜ୍ଞ କହିଛନ୍ତି ଯେ, ସରକାର ଅର୍ଥ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଭଳି କୌଣସି ପଦକ୍ଷେପ ନେଲେ ନାହିଁ ଯାହାର ପ୍ରଭାବ ତ୍ୱରିତ ଭାବେ ବଜାର ଉପରେ ଦେଖାଗଲା।
ଟାକ୍ସ ଏଜଜେମ୍ପଟ୍‌ ଇକ୍ୱିଟି ସେଭିଂ ସ୍କିମଗୁଡିକ ଲାଗି ନୂଆ ଆୟକର ଢାଞ୍ଚା ନକରାତ୍ମକ ହୋଇଥିବା ଆନନ୍ଦ ରାଠି ଶେୟାର୍ସ ଆଣ୍ଡ ଷ୍ଟକ ବ୍ରୋକର୍ସର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ୍ୟ ଅର୍ଥନୀତିଜ୍ଞ ସୁଜନ ହଜ୍ରା କହିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ବ୍ୟକ୍ତିଗତ ଆୟକର କ୍ଷେତ୍ରରେ ହ୍ରାସ ଘୋଷଣା କରିଛନ୍ତି। କମ୍ପାନୀଗୁଡିକ ଲାଗି ଡିଭିଡେଣ୍ଡ ଟାକ୍ସ ହଟାଯାଇଛି। ଏହାବାଦ ଭିତ୍ତିଭୂମି ଏବଂ କୃଷି କ୍ଷେତ୍ର ଲାଗି ଘୋଷଣା କରାଯାଇଛି। ସେହିଭଳି ଲୋକଙ୍କ ଉପରେ ଡିଭିଡେଣ୍ଟ ଟିକସ ପୁଣି ଥରେ ଲାଗୁ କରିବା ଘରୋଇ ପୁଞ୍ଜି ନିବେଶକଙ୍କ ଉପରେ ପ୍ରଭାବ ପକାଇଛି। ମୋଟାମୋଟି ଭାବେ କହିବାକୁ ଗଲେ ପୁଞ୍ଜି ବଜାର ଲାଗି ବଜେଟ ନକରାତ୍ମକ ହୋଇଛି ବୋଲା ହାଜ୍ରା କହିଛନ୍ତି। ଆୟକର ସ୍ଲାବରେ ପରିବର୍ତ୍ତନ ହେବା ପରେ ଟାକ୍ସ ସେଭିଂ ନିବେଶ ପରିସର ମାନ୍ଦା ପଡିବ ବୋଲି ଏକ ପ୍ରକାରର ଭୟ ଉପୁଜିଛି। ନୂଆ ବ୍ୟବସ୍ଥାରେ ଟିକସ ରିହାତି ଉଠିଯିବା ଯୋଗୁ ଏହା ବଜାରର ନିବେଶକଙ୍କୁ ହତୋତ୍ସାହିତ କରିଛି। ଏହା ଦ୍ୱାରା ବୀମା ସେକ୍ଟର ବିଶେଷ ଭାବେ ପ୍ରଭାବିତ ହୋଇଥିବା ଜିଓଜିତ ଫାଇନାସିଆଲ ସର୍ଭିସେସ ଲିମିଟେଡର ରିସର୍ଚ୍ଚ ମୁଖ୍ୟ ବିନୋଦ ନାୟାର କହିଛନ୍ତି।
୨୦୨୦ରେ ବିତ୍ତିୟ ନିଅଣ୍ଟ ସକରାତ୍ମକ ରହିଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ଏହି ଧାରା ଜାରି ରହିଲେ ବଜାରକୁ ଏହା ଅଧିକ ଆତ୍ମ ବିଶ୍ୱାସ ଦେବ। ବଡ କମ୍ପାନୀଗୁଡିକର ତୃତୀୟ ତ୍ରୈମାସ ଫଳାଫଳ ବିଶ୍ୱ ବଜାରର କାର୍ଯ୍ୟକଳାପ ଉପରେ ମଧ୍ୟ ନିବେଶକମାନେ ଧ୍ୟାନ ରଖିଛନ୍ତି ବୋଲି ନାୟାର କହିଛନ୍ତି। ଗୁରୁବାର ରିଜର୍ଭ ବ୍ୟାଙ୍କ ବଜେଟ ପରେ ପ୍ରଥମ ଦ୍ୱିମାସିକ ତ୍ରୈମାସ ଫଳାଫଳ ଘୋଷଣା କରିବ। ସମାନ ସମୟରେ ପିଏମ୍‌ଆଇ ମାନୁଫାକଚରିଂ ଏବଂ ସର୍ଭିସ କ୍ଷେତ୍ର ଡାଟା ଫଳାଫଳ ପ୍ରକାଶ ପାଇବ। ସେହିଭଳି କରୋନା ଭାଇରସ ଭୟ ବଜାର ଉପରେ ପ୍ରଭାବ ପକାଇବା ଆଶଙ୍କା ରହିଛି। ସୂଚନା ଯୋଗ୍ୟ, ବିଏସ୍‌ଇ ସେନସେକ୍ସ ୯୮୭.୯୬ ପଏଣ୍ଟ ବା ୨.୪୩% ହ୍ରାସ ଘଟି ୩୯,୭୩୫.୫୩ ପଏଣ୍ଟ ସ୍ତରରେ ରହିଛି। ଗତ ସପ୍ତାହରୁ ଏବେ ସୁଦ୍ଧା ଏହା ୧୮୭୭.୬୬ ପଏଣ୍ଟ ବା ୪୦,୦୦୦ ସ୍ତରରୁ ନିମ୍ନକୁ ଖସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri