ପୁଞ୍ଜି ବଜାର ଉପରେ ନିବେଶକଙ୍କ ନଜର

ମୁମ୍ବାଇ,୩-୨: ବଜେଟ ଘୋଷଣା ପରେ ଦେଶର ପୁଞ୍ଜି ବଜାର ପ୍ରାୟ ୧୦୦୦ ପଏଣ୍ଟ ତଳକୁ ଖସିଛି। ଏବେ ପୁଞ୍ଜି ବଜାର ଉପରେ ନିବେଶକଙ୍କ ନଜର ରହିଛି। ନିବେଶକମାନେ ଶେୟାର କିଣାବିକା ବେଳେ ଅନେକ ପ୍ରସଙ୍ଗକୁ ବିଚାର କରୁଛନ୍ତି। ବଜାର ଉପରେ ରହିଥିବା ଏହି ପ୍ରଭାବ ଚଳିତ ସପ୍ତାହରେ ମଧ୍ୟ ଲାଗି ରହିବ ବୋଲି ପୁଞ୍ଜି ବଜାର ବିଶେଷଜ୍ଞମାନେ କହିଛନ୍ତି। ଏହାବାଦ ନିବେଶକ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ଘୋଷଣା, ସରକାରଙ୍କ ତ୍ରୈମାସ ଡାଟା ଘୋଷଣା, କମ୍ପାନୀଗୁଡିକର ତ୍ରୈମାସ ଆୟ ଭଳି ପ୍ରସଙ୍ଗ ମଧ୍ୟ ନିବେଶ ବିଚାର କରିବେ ବୋଲି କୁହାଯାଉଛି। ବଜେଟ ଆସିବା ପରେ ସେନସେକ୍ସରେ ୧ ଦଶନ୍ଧି ମଧ୍ୟରେ ସବୁଠାରୁ ବଡ ଧରଣର ହ୍ରାସ ଦେଖିବାକୁ ମିଳିଛି। ପୁଞ୍ଜି ବଜାରର ଆଶାକୁ ରଖିବାକୁ ବଜେଟ ସଫଳ ହୋଇ ନ ଥିବା କୁହାଯାଇଛି। ସେହିଭଳି ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଭଳି ପଦକ୍ଷେପ ନ ଆସିବା ଏବଂ ବିତ୍ତିୟ ପଦକ୍ଷେପ ଠିକ୍‌ ନ ରହିବା ଯୋଗୁ ଏହାର ପ୍ରଭାବ ଶେୟାର ବଜାର ଉପରେ ଦେଖାଯାଇଛି। ବିଶେଷଜ୍ଞ କହିଛନ୍ତି ଯେ, ସରକାର ଅର୍ଥ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଭଳି କୌଣସି ପଦକ୍ଷେପ ନେଲେ ନାହିଁ ଯାହାର ପ୍ରଭାବ ତ୍ୱରିତ ଭାବେ ବଜାର ଉପରେ ଦେଖାଗଲା।
ଟାକ୍ସ ଏଜଜେମ୍ପଟ୍‌ ଇକ୍ୱିଟି ସେଭିଂ ସ୍କିମଗୁଡିକ ଲାଗି ନୂଆ ଆୟକର ଢାଞ୍ଚା ନକରାତ୍ମକ ହୋଇଥିବା ଆନନ୍ଦ ରାଠି ଶେୟାର୍ସ ଆଣ୍ଡ ଷ୍ଟକ ବ୍ରୋକର୍ସର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ୍ୟ ଅର୍ଥନୀତିଜ୍ଞ ସୁଜନ ହଜ୍ରା କହିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ବ୍ୟକ୍ତିଗତ ଆୟକର କ୍ଷେତ୍ରରେ ହ୍ରାସ ଘୋଷଣା କରିଛନ୍ତି। କମ୍ପାନୀଗୁଡିକ ଲାଗି ଡିଭିଡେଣ୍ଡ ଟାକ୍ସ ହଟାଯାଇଛି। ଏହାବାଦ ଭିତ୍ତିଭୂମି ଏବଂ କୃଷି କ୍ଷେତ୍ର ଲାଗି ଘୋଷଣା କରାଯାଇଛି। ସେହିଭଳି ଲୋକଙ୍କ ଉପରେ ଡିଭିଡେଣ୍ଟ ଟିକସ ପୁଣି ଥରେ ଲାଗୁ କରିବା ଘରୋଇ ପୁଞ୍ଜି ନିବେଶକଙ୍କ ଉପରେ ପ୍ରଭାବ ପକାଇଛି। ମୋଟାମୋଟି ଭାବେ କହିବାକୁ ଗଲେ ପୁଞ୍ଜି ବଜାର ଲାଗି ବଜେଟ ନକରାତ୍ମକ ହୋଇଛି ବୋଲା ହାଜ୍ରା କହିଛନ୍ତି। ଆୟକର ସ୍ଲାବରେ ପରିବର୍ତ୍ତନ ହେବା ପରେ ଟାକ୍ସ ସେଭିଂ ନିବେଶ ପରିସର ମାନ୍ଦା ପଡିବ ବୋଲି ଏକ ପ୍ରକାରର ଭୟ ଉପୁଜିଛି। ନୂଆ ବ୍ୟବସ୍ଥାରେ ଟିକସ ରିହାତି ଉଠିଯିବା ଯୋଗୁ ଏହା ବଜାରର ନିବେଶକଙ୍କୁ ହତୋତ୍ସାହିତ କରିଛି। ଏହା ଦ୍ୱାରା ବୀମା ସେକ୍ଟର ବିଶେଷ ଭାବେ ପ୍ରଭାବିତ ହୋଇଥିବା ଜିଓଜିତ ଫାଇନାସିଆଲ ସର୍ଭିସେସ ଲିମିଟେଡର ରିସର୍ଚ୍ଚ ମୁଖ୍ୟ ବିନୋଦ ନାୟାର କହିଛନ୍ତି।
୨୦୨୦ରେ ବିତ୍ତିୟ ନିଅଣ୍ଟ ସକରାତ୍ମକ ରହିଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ଏହି ଧାରା ଜାରି ରହିଲେ ବଜାରକୁ ଏହା ଅଧିକ ଆତ୍ମ ବିଶ୍ୱାସ ଦେବ। ବଡ କମ୍ପାନୀଗୁଡିକର ତୃତୀୟ ତ୍ରୈମାସ ଫଳାଫଳ ବିଶ୍ୱ ବଜାରର କାର୍ଯ୍ୟକଳାପ ଉପରେ ମଧ୍ୟ ନିବେଶକମାନେ ଧ୍ୟାନ ରଖିଛନ୍ତି ବୋଲି ନାୟାର କହିଛନ୍ତି। ଗୁରୁବାର ରିଜର୍ଭ ବ୍ୟାଙ୍କ ବଜେଟ ପରେ ପ୍ରଥମ ଦ୍ୱିମାସିକ ତ୍ରୈମାସ ଫଳାଫଳ ଘୋଷଣା କରିବ। ସମାନ ସମୟରେ ପିଏମ୍‌ଆଇ ମାନୁଫାକଚରିଂ ଏବଂ ସର୍ଭିସ କ୍ଷେତ୍ର ଡାଟା ଫଳାଫଳ ପ୍ରକାଶ ପାଇବ। ସେହିଭଳି କରୋନା ଭାଇରସ ଭୟ ବଜାର ଉପରେ ପ୍ରଭାବ ପକାଇବା ଆଶଙ୍କା ରହିଛି। ସୂଚନା ଯୋଗ୍ୟ, ବିଏସ୍‌ଇ ସେନସେକ୍ସ ୯୮୭.୯୬ ପଏଣ୍ଟ ବା ୨.୪୩% ହ୍ରାସ ଘଟି ୩୯,୭୩୫.୫୩ ପଏଣ୍ଟ ସ୍ତରରେ ରହିଛି। ଗତ ସପ୍ତାହରୁ ଏବେ ସୁଦ୍ଧା ଏହା ୧୮୭୭.୬୬ ପଏଣ୍ଟ ବା ୪୦,୦୦୦ ସ୍ତରରୁ ନିମ୍ନକୁ ଖସିଛି।


Enter your email to get our daily news in your inbox.

All Right Reserved By Dharitri.Com

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?