ପୁଞ୍ଜି ବଜାରରୁ ୩୨୦୭ କୋଟି କାଢି ନେଲେ ଏଫପିଆଇ

ମୁମ୍ବାଇ,୧୩।୫: ପୁଞ୍ଜି ବଜାରରୁ ଫରେନ ପୋର୍ଟଫୋଲିଓ ନିବେଶକମାନେ ୩୨୦୭ କୋଟି ଟଙ୍କା ପ୍ରତ୍ୟାହାର କରି ନେଇଛନ୍ତି। ଆମେରିକା ଏବଂ ଚାଇନା ମଧ୍ୟରେ ବ୍ୟବସାୟିକ ଯୁଦ୍ଧ ଯୋଗୁ ନିବେଶକଙ୍କ ଚିନ୍ତା ବଢିଯାଇଛି। ଏହାର ପ୍ରଭାବ ପୁଞ୍ଜି ବଜାରରେ ପଡିଥିବା ଜଣାପଡିଛି। ବିଦେଶୀ ନିବେଶକମାନେ ଫେବୃୟାରୀ, ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ଯଥାକ୍ରମେ ୧୧,୧୮୨ କୋଟି, ୪୫,୯୮୧ କୋଟି ଏବଂ ୧୬,୦୯୩ କୋଟି ପୁଞ୍ଜି ବଜାରରେ ନିବେଶ କରିଥିଲେ। ଡିପୋଜିଟୋରୀ ସୂଚନା ମୁତାବକ ଚଳିତ ମାସର ବର୍ତ୍ତମାନ ପର୍ଯ୍ୟନ୍ତ ବିଦେଶୀ ନିବେଶକମାନେ ୧୩୪୪ କୋଟି ଟଙ୍କା ନିବେଶ କରିଥିବା ବେଳେ ୪୫୫୨ କୋଟି ଟଙ୍କା ପ୍ରତ୍ୟାହାର କରି ନେଇଛନ୍ତି। ନିବେଶକମାନେ ୩୨୦୭ କୋଟି ଟଙ୍କା ପ୍ରତ୍ୟାହାର କରି ନେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri