ପୁଞ୍ଜି ପ୍ରବାହକୁ ପ୍ରଭାବିତ କରିବ ବାଣିଜ୍ୟ ଯୁଦ୍ଧ

ନୂଆଦିଲ୍ଲୀ,୨୦-୧୦: ବିଭିନ୍ନ ଦେଶ ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧ ଏବଂ ସଂରକ୍ଷଣବାଦ ବିଶ୍ୱ ସ୍ତରରେ ଅନିଶ୍ଚିତତା ସୃଷ୍ଟି କରୁଛି। ଏହା ଦ୍ୱାରା ସାମଗ୍ରୀ ପୁଞ୍ଜି ଏବଂ ସେବା କ୍ଷେତ୍ରରେ ଅର୍ଥର ପ୍ରବାହ ପ୍ରଭାବିତ ହେଉଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ବିଶ୍ୱସ୍ତରରେ ମାନ୍ଦାବସ୍ଥା ବିରୋଧରେ ଲଢେଇ ପାଇଁ ଠିକ୍‌ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ। ବିଶ୍ୱ ସ୍ତରରେ ଅଭିବୃଦ୍ଧି ଲାଗି ବହୁପାକ୍ଷିକ ଯୋଜନା ସହ ଅଗ୍ରସର ହେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ବିଶ୍ୱବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ଏକ ପ୍ଲାନେରୀ ସେସନରେ ଯୋଗଦେଇ ସେ କହିଛନ୍ତି, ବାଣିଜ୍ୟ କ୍ଷେତ୍ରରେ ସମନ୍ବୟ, ଭୌଗୋଳିକ ଅନିଶ୍ଚିତତା, ଉଚ୍ଚ ସ୍ତରର ଋଣ ଭଳି ପ୍ରସଙ୍ଗ କ୍ଷେତ୍ରରେ ବିଶ୍ୱସ୍ତରରେ ଏକ ଦୃଢ ସହଯୋଗ ମନୋଭାବର ଆବଶ୍ୟକତା ରହିଛି। ମାନ୍ଦାବସ୍ଥା ବିଶ୍ୱକୁ ସଙ୍କଟ ସ୍ଥିତିକୁ ନେବା ଯାଏ ଅପେକ୍ଷା ନ କରିବାକୁ ସେ ବିଶ୍ୱ ସମୁଦାୟକୁ ଆହ୍ବାନ ଜଣାଇଛନ୍ତି। ବିଶ୍ୱସ୍ତରରେ ଅଭିବୃଦ୍ଧିକୁ ଫେରାଇ ଆଣିବା ଲାଗି ଜି-୨୦ ଦେଶ ସମୂହ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri