Posted inଫୁରସତ

ପିମ୍ପୁଡ଼ିର ଦୁଇଟି ପାକସ୍ଥଳୀ

ଅନ୍ୟ ପୋକଙ୍କ ପରି ପିମ୍ପୁଡ଼ିର ଛଅଟି ଗୋଡ଼ । ପ୍ରତି ଗୋଡ଼ରେ ରହିଛି ଛଅଟି ଗଣ୍ଠି । କ୍ଷୁଦ୍ର ଓ ପତଳା ଦିଶୁଥିଲେ ବି ପିମ୍ପୁଡ଼ିମାନଙ୍କର ଗୋଡ଼ ଖୁବ୍‌ ଟାଣ, ଯାହାଫଳରେ ସେମାନେ କ୍ଷିପ୍ରବେଗରେ ଚାଲି ପାରନ୍ତି ।
ଆନୁପାତିକ ଦୃଷ୍ଟିରୁ ପିମ୍ପୁଡ଼ି ଶରୀରର ଆକାର ଅନୁସାରେ ଖୁବ୍‌ ଜୋରରେ ଦୌଡି ପାରେ । କୌଣସି ଦୌଡ଼ୁଥିବା ଘୋଡ଼ାର ବେଗଠାରୁ ପିମ୍ପୁଡ଼ିର ବେଗ କିଛି କମ୍‌ ନୁହେଁ । କେବଳ ଧାଇଁବା ନୁହେଁ, ଓଜନ ବୋହିବାରେ ମଧ୍ୟ ସେମାନେ ଓସ୍ତାଦ । ଗୋଟିଏ ପିମ୍ପୁଡ଼ି ତା’ର ଶରୀରଠାରୁ କୋଡ଼ିଏ ଗୁଣ ଅଧିକ ଓଜନର ଦ୍ରବ୍ୟ ବୋହି ନେଇପାରେ।
ଆଶ୍ଚର୍ଯ୍ୟର କଥା ହେଲା, ପିମ୍ପୁଡ଼ିର ମସ୍ତିଷ୍କରେ ରହିଛି ୨୫,୦୦୦ ସ୍ନାୟୁକୋଷ ।
ପିମ୍ପୁଡ଼ିଟିଏ କେତେ ବର୍ଷ ବଞ୍ଚେ, ଆପଣ ଜାଣନ୍ତି ? ତା’ର ଆୟୁଷ ମାତ୍ର ୪୫ ଦିନରୁ ୬୦ ଦିନ ଅର୍ଥାତ୍‌ ଦେଢ଼ରୁ ଦୁଇମାସ । ଅନ୍ୟ ଜୀବମାନଙ୍କ ପରି ପିମ୍ପୁଡ଼ି ଚୋବାଇ ଖାଇପାରେ ନାହିଁ ।
ସେ ଖାଦ୍ୟରୁ ରସ ଶୋଷି ନେଇଥାଏ । ତା’ର ଦୁଇଟି ଆଖି ଏବଂ ପ୍ରତି ଆଖି ଭିତରେ ଥାଏ ଆହୁରି ଅନେକ ଛୋଟଛୋଟ ଆଖି ।
ମଣିଷ ଶରୀରରେ ସ୍ବାଭାବିକ ଭାବରେ ଗୋଟିଏ ପାକସ୍ଥଳୀ ଥିବାବେଳେ ପିମ୍ପୁଡ଼ିର ଦୁଇଟି ପାକସ୍ଥଳୀ ରହିଛି ।
ଗୋଟିଏ ପାକସ୍ଥଳୀରେ ନିଜ ପାଇଁ ସେ ଖାଦ୍ୟ ରଖୁଥିବା ବେଳେ ଅନ୍ୟଟିରେ ସାଥୀ ପିମ୍ପୁଡ଼ିମାନଙ୍କ ଖାଦ୍ୟ ସଞ୍ଚତ୍ତ କରି ରଖିଥାଏ ।
ପ୍ରକୃତି ପ୍ରତିଟି ପ୍ରାଣୀକୁ ତା’ର ସୁରକ୍ଷା ଲାଗି ରକ୍ଷାକବଚ ପ୍ରଦାନ କରିଥାଏ । ସେମିତି ପିମ୍ପୁଡ଼ି ଶରୀରର ଚାରିପାଖରେ ଏକ କଠିନ କବଚ ରହିଛି ଯାହାକୁ କୁହାଯାଏ ‘ଏକ୍ସୋସ୍ଲେଲିଟନ୍‌’ । ଏକ ଅନୁଧ୍ୟାନରୁ ଜଣାଯାଇଛି କି, ପୃଥିବୀରେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପିମ୍ପୁଡ଼ି ଅଛନ୍ତି ।
ଅନ୍ୟ ପଶୁପକ୍ଷୀଙ୍କ ପରି ପିମ୍ପୁଡ଼ି ମଧ୍ୟ ଦଳବଦ୍ଧ ହୋଇ ରହିବାକୁ ପସନ୍ଦ କରନ୍ତି । ଗୋଟିଏ ଦଳରେ ଅତିକମ୍‌ରେ ଗୋଟିଏ କିମ୍ବା ଅଧିକ ରାଣୀ ପିମ୍ପୁଡ଼ି ଥାଆନ୍ତି । ରାଣୀ ପିମ୍ପୁଡ଼ିଟିର ମୁଖ୍ୟ କାମ ହେଉଛି ଅଣ୍ଡା ଦେବା । ଅନ୍ୟ ପିମ୍ପୁଡ଼ିମାନେ ଅଣ୍ଡା ଦେଇପାରନ୍ତିନି । ତେଣୁ ଖାଦ୍ୟ ସଂଗ୍ରହ ସହ ଜଗାରଖା କାମ ବି କରନ୍ତି । ସାଧାରଣ ଭାବେ ଆମେ ଜାଣୁ ଯେ ପିମ୍ପୁଡ଼ି କାମୁଡ଼ିଦିଏ । କିନ୍ତୁ ସବୁ ପ୍ରଜାତିର ପିମ୍ପୁଡ଼ି କାମୁଡ଼ନ୍ତି ନାହିଁ । ନାଲି ପିମ୍ପୁଡ଼ିର ନାହୁଡ଼ ଥାଏ, ତେଣୁ ସେ କାମୁଡ଼ିଦିଏ । କିନ୍ତୁ କଳା ଓ କାଠୁଆ ପିମ୍ପୁଡ଼ିର ନାହୁଡ଼ ନ ଥାଏ । ସେମାନେ ଆତ୍ମରକ୍ଷା କିମ୍ବା ଆକ୍ରମଣ ପାଇଁ ‘ଫର୍ମିକ୍‌ ଏସିଡ଼’ ଫିଙ୍ଗି ଥାଆନ୍ତି ବା ‘ସ୍ପ୍ରେ’ କରି ଥାଆନ୍ତି ।
ଦକ୍ଷିଣ ଆମେରିକାରେ ଦେଖିବାକୁ ମିଳନ୍ତି ଏକ ଭିନ୍ନ ପ୍ରଜାତିର ପିମ୍ପୁଡ଼ି, ଯାହାକୁ କୁହାଯାଏ ‘ଆର୍ମି ଆଣ୍ଟ’ । ସେମାନେ ଏକତ୍ର ସବୁଠୁ ଅଧିକ ସଂଖ୍ୟାରେ ବସବାସ କରୁଥିବା ପିମ୍ପୁଡ଼ି । କାରଣ ଗୋଟିଏ ସ୍ଥାନରେ ପ୍ରାୟ ୭,୦୦,୦୦୦ ପିମ୍ପୁଡ଼ି ରହିଥାଆନ୍ତି । ଆପଣ ନ ଜାଣିଥିଲେ ଆଜିଠାରୁ ଜାଣିରଖନ୍ତୁ ଯେ ପ୍ରକୃତରେ ପିମ୍ପୁଡ଼ିର ରହିଛି ଦୁଇଟି ପାକସ୍ଥଳୀ।

 


Enter your email to get our daily news in your inbox.

All Right Reserved By Dharitri.Com

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?