Posted inଫୁରସତ

ପିମ୍ପୁଡ଼ିର ଦୁଇଟି ପାକସ୍ଥଳୀ

ଅନ୍ୟ ପୋକଙ୍କ ପରି ପିମ୍ପୁଡ଼ିର ଛଅଟି ଗୋଡ଼ । ପ୍ରତି ଗୋଡ଼ରେ ରହିଛି ଛଅଟି ଗଣ୍ଠି । କ୍ଷୁଦ୍ର ଓ ପତଳା ଦିଶୁଥିଲେ ବି ପିମ୍ପୁଡ଼ିମାନଙ୍କର ଗୋଡ଼ ଖୁବ୍‌ ଟାଣ, ଯାହାଫଳରେ ସେମାନେ କ୍ଷିପ୍ରବେଗରେ ଚାଲି ପାରନ୍ତି ।
ଆନୁପାତିକ ଦୃଷ୍ଟିରୁ ପିମ୍ପୁଡ଼ି ଶରୀରର ଆକାର ଅନୁସାରେ ଖୁବ୍‌ ଜୋରରେ ଦୌଡି ପାରେ । କୌଣସି ଦୌଡ଼ୁଥିବା ଘୋଡ଼ାର ବେଗଠାରୁ ପିମ୍ପୁଡ଼ିର ବେଗ କିଛି କମ୍‌ ନୁହେଁ । କେବଳ ଧାଇଁବା ନୁହେଁ, ଓଜନ ବୋହିବାରେ ମଧ୍ୟ ସେମାନେ ଓସ୍ତାଦ । ଗୋଟିଏ ପିମ୍ପୁଡ଼ି ତା’ର ଶରୀରଠାରୁ କୋଡ଼ିଏ ଗୁଣ ଅଧିକ ଓଜନର ଦ୍ରବ୍ୟ ବୋହି ନେଇପାରେ।
ଆଶ୍ଚର୍ଯ୍ୟର କଥା ହେଲା, ପିମ୍ପୁଡ଼ିର ମସ୍ତିଷ୍କରେ ରହିଛି ୨୫,୦୦୦ ସ୍ନାୟୁକୋଷ ।
ପିମ୍ପୁଡ଼ିଟିଏ କେତେ ବର୍ଷ ବଞ୍ଚେ, ଆପଣ ଜାଣନ୍ତି ? ତା’ର ଆୟୁଷ ମାତ୍ର ୪୫ ଦିନରୁ ୬୦ ଦିନ ଅର୍ଥାତ୍‌ ଦେଢ଼ରୁ ଦୁଇମାସ । ଅନ୍ୟ ଜୀବମାନଙ୍କ ପରି ପିମ୍ପୁଡ଼ି ଚୋବାଇ ଖାଇପାରେ ନାହିଁ ।
ସେ ଖାଦ୍ୟରୁ ରସ ଶୋଷି ନେଇଥାଏ । ତା’ର ଦୁଇଟି ଆଖି ଏବଂ ପ୍ରତି ଆଖି ଭିତରେ ଥାଏ ଆହୁରି ଅନେକ ଛୋଟଛୋଟ ଆଖି ।
ମଣିଷ ଶରୀରରେ ସ୍ବାଭାବିକ ଭାବରେ ଗୋଟିଏ ପାକସ୍ଥଳୀ ଥିବାବେଳେ ପିମ୍ପୁଡ଼ିର ଦୁଇଟି ପାକସ୍ଥଳୀ ରହିଛି ।
ଗୋଟିଏ ପାକସ୍ଥଳୀରେ ନିଜ ପାଇଁ ସେ ଖାଦ୍ୟ ରଖୁଥିବା ବେଳେ ଅନ୍ୟଟିରେ ସାଥୀ ପିମ୍ପୁଡ଼ିମାନଙ୍କ ଖାଦ୍ୟ ସଞ୍ଚତ୍ତ କରି ରଖିଥାଏ ।
ପ୍ରକୃତି ପ୍ରତିଟି ପ୍ରାଣୀକୁ ତା’ର ସୁରକ୍ଷା ଲାଗି ରକ୍ଷାକବଚ ପ୍ରଦାନ କରିଥାଏ । ସେମିତି ପିମ୍ପୁଡ଼ି ଶରୀରର ଚାରିପାଖରେ ଏକ କଠିନ କବଚ ରହିଛି ଯାହାକୁ କୁହାଯାଏ ‘ଏକ୍ସୋସ୍ଲେଲିଟନ୍‌’ । ଏକ ଅନୁଧ୍ୟାନରୁ ଜଣାଯାଇଛି କି, ପୃଥିବୀରେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପିମ୍ପୁଡ଼ି ଅଛନ୍ତି ।
ଅନ୍ୟ ପଶୁପକ୍ଷୀଙ୍କ ପରି ପିମ୍ପୁଡ଼ି ମଧ୍ୟ ଦଳବଦ୍ଧ ହୋଇ ରହିବାକୁ ପସନ୍ଦ କରନ୍ତି । ଗୋଟିଏ ଦଳରେ ଅତିକମ୍‌ରେ ଗୋଟିଏ କିମ୍ବା ଅଧିକ ରାଣୀ ପିମ୍ପୁଡ଼ି ଥାଆନ୍ତି । ରାଣୀ ପିମ୍ପୁଡ଼ିଟିର ମୁଖ୍ୟ କାମ ହେଉଛି ଅଣ୍ଡା ଦେବା । ଅନ୍ୟ ପିମ୍ପୁଡ଼ିମାନେ ଅଣ୍ଡା ଦେଇପାରନ୍ତିନି । ତେଣୁ ଖାଦ୍ୟ ସଂଗ୍ରହ ସହ ଜଗାରଖା କାମ ବି କରନ୍ତି । ସାଧାରଣ ଭାବେ ଆମେ ଜାଣୁ ଯେ ପିମ୍ପୁଡ଼ି କାମୁଡ଼ିଦିଏ । କିନ୍ତୁ ସବୁ ପ୍ରଜାତିର ପିମ୍ପୁଡ଼ି କାମୁଡ଼ନ୍ତି ନାହିଁ । ନାଲି ପିମ୍ପୁଡ଼ିର ନାହୁଡ଼ ଥାଏ, ତେଣୁ ସେ କାମୁଡ଼ିଦିଏ । କିନ୍ତୁ କଳା ଓ କାଠୁଆ ପିମ୍ପୁଡ଼ିର ନାହୁଡ଼ ନ ଥାଏ । ସେମାନେ ଆତ୍ମରକ୍ଷା କିମ୍ବା ଆକ୍ରମଣ ପାଇଁ ‘ଫର୍ମିକ୍‌ ଏସିଡ଼’ ଫିଙ୍ଗି ଥାଆନ୍ତି ବା ‘ସ୍ପ୍ରେ’ କରି ଥାଆନ୍ତି ।
ଦକ୍ଷିଣ ଆମେରିକାରେ ଦେଖିବାକୁ ମିଳନ୍ତି ଏକ ଭିନ୍ନ ପ୍ରଜାତିର ପିମ୍ପୁଡ଼ି, ଯାହାକୁ କୁହାଯାଏ ‘ଆର୍ମି ଆଣ୍ଟ’ । ସେମାନେ ଏକତ୍ର ସବୁଠୁ ଅଧିକ ସଂଖ୍ୟାରେ ବସବାସ କରୁଥିବା ପିମ୍ପୁଡ଼ି । କାରଣ ଗୋଟିଏ ସ୍ଥାନରେ ପ୍ରାୟ ୭,୦୦,୦୦୦ ପିମ୍ପୁଡ଼ି ରହିଥାଆନ୍ତି । ଆପଣ ନ ଜାଣିଥିଲେ ଆଜିଠାରୁ ଜାଣିରଖନ୍ତୁ ଯେ ପ୍ରକୃତରେ ପିମ୍ପୁଡ଼ିର ରହିଛି ଦୁଇଟି ପାକସ୍ଥଳୀ।

 


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri